ଢେଙ୍କାନାଳ,୨୫.୦୪(ଶୁଭମ ପାଣି):- ନିର୍ବାଚନ ସମୟରେ ମତଦାନରେ ସବୁଠୁ ମହତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ଵାହ କରେ, ପୋଷ୍ଟାଲ ବାଲଟ। ଏଣୁ ୨୦୨୪ ସାଧାରଣ ନିର୍ବାଚନର ଏହି ଗୁରୁତ୍ବପୂର୍ଣ୍ଣ ଅଂଶକୁ ଢେଙ୍କାନାଳ ଜିଲ୍ଲାରେ ମୁଖ୍ୟ ପ୍ରାଧାନ୍ୟ ସହିତ ସମ୍ପାଦନା କରିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଏହି ପ୍ରଶିକ୍ଷଣ ଶିବିରରେ କହିଥିଲେଯେ, ଏହି ପୋଷ୍ଟାଲ ବାଲଟ ଭୋଟିଂ ବ୍ୟବସ୍ଥା ପ୍ରତ୍ୟେକଟି ମତଦାତାଙ୍କୁ ଦାୟିତ୍ୱର ସହିତ ଏବଂ ସମସ୍ତ ଅଧିକାରୀ ମାନଙ୍କୁ କର୍ତବ୍ୟନିଷ୍ଠତା ସହିତ ଅନୁଧ୍ୟାନ କରିବାକୁ ହେବ। ପ୍ରକାଶ ଥାଉକି, ଏହି ପୋଷ୍ଟାଲ ବାଲଟ ଭୋଟିଂ ବ୍ୟବସ୍ଥା ସମ୍ପୂର୍ଣ୍ଣ (ସର୍ବନିମ୍ନ ୪୦%) ଶାରୀରିକ ଅକ୍ଷମ ବ୍ୟକ୍ତି, ପୋଲିସ ସେବା, ଜରୁରୀକାଳୀନ ସେବା, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ ସେବା, ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀ ଙ୍କ ସମେତ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପ୍ରାଧୀକୃତ ଗଣମାଧ୍ୟମ ପ୍ରତିନିଧି ଯେଉଁମାନେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି, ସେମାନଙ୍କୁ ମଧ୍ୟ ଏହି ପୋଷ୍ଟାଲ ବାଲଟ ମାଧ୍ୟମରେ ଭୋଟ ଦେବାର ବ୍ୟବସ୍ଥା କରାଯାଇଛି। ଉପରୋକ୍ତ ଶ୍ରେଣୀଭୁକ୍ତ ମତଦାତା ମାନେ ଫର୍ମ -୧୨ ଦ୍ୱାରା ଏହି ବ୍ୟବସ୍ଥାର କାର୍ଯ୍ୟକାରୀ କରାଇ ପାରିବେ। ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ )ଶ୍ରୀମତୀ ଅନିତା ପାତ୍ର, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ସମସ୍ତ ଆର. ଓ ଏବଂ ଏ. ଆର., ଉପଖଣ୍ଡ, ବ୍ଲକ ସ୍ତରୀୟ ଅଧିକାରୀ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ l