ଢେଙ୍କାନାଳ କାରୁବାକୀ ମହୋତ୍ସବ ୨ୟ ସଂଧ୍ଯା ଓ ଉଦଯାପନୀ ଦିବସ

ଢେଙ୍କାନାଳ,୨୨.୦୪(ଶୁଭମ ପାଣି):ଢେଙ୍କାନାଳ ଗଣେଷ ବଜାର ସ୍ଥିତ ଗୋପବନ୍ଧୁ ଟାଉନ୍ ହଲ୍ ଠାରେ କାରୁବାକୀ ମହୋତ୍ସବ ଉଦଯାପିତ ହୋଇଯାଇଛି।ଉଦଯାପନୀ ଦିବସରେ ମହୋତ୍ସବର ମୂଖ୍ଯ ଶ୍ରୀ ବାଦଲ ବିହାରୀ ପଟ୍ଟନାୟକ ସେବାନିବ୍ରୁତ ବିଚାରପତି ତଥା ଆଇନ- ଜିବୀଙ୍କ,ସଭାପତିତ୍ୱରେ ଅବସରପ୍ରାପ୍ତ ଓଡିଶା କଲ୍ୟାଣ ସେବା ଅଧିକାରୀ ତଥା ସମାଜ ସେବୀ ଶ୍ରୀ ଲଳିତ ପଟ୍ଟନାୟକ ମୂଖ୍ଯ ଅତିଥି,ଶ୍ରୀ ବିଶ୍ୱନାଥ ବେହେରା ଅବସରପ୍ରାପ୍ତ ରାଜ୍ଯ ସଚିବାଳୟ ସେବା, ଅତିରିକ୍ତ ସଚିବ, ପ୍ରଫେସର ଶ୍ରୀ ଅଟଳ ବିହାରୀ ଦାଶ,ଶ୍ରୀ ଅବନୀ ମିଶ୍ର, ଉପସଭାପତି, ରାଜ୍ୟ ଲୋକକଳା ସଂଘ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନ କଳାକାର ମାନଙ୍କ ନ୍ରୁତ୍ୟ ସଂଗୀତ ର ଭୂରୀୟସୀ ପ୍ରଶଂସା କରିବା ସହ ଅନୁଷ୍ଠାନ ର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ। ଏହି ଶତରୂପା ଅନୁଷ୍ଠାନ ର ସ୍ରଷ୍ଟା ସ୍ୱର୍ଗତ ବିପିନ ବିହାରୀ ପଟ୍ଟନାୟକ ଙ୍କ ଅଦମ୍ୟ ନିଷ୍ଠା,ଉଦ୍ୟମ ଓ ସଂଘର୍ଷ ଏ ଅନୁଷ୍ଠାନ କୁ ଦିପ୍ତିମନ୍ତ କରିଛି ବୋଲି ଅତିଥି ମାନେ ପ୍ରକାଶ କରିଥିଲେ। ମୁଖ୍ଯ ଅତିଥି ତାଙ୍କ ବକ୍ତବ୍ଯ ରେ କହିଥିଲେ ଯେଉଁ ଜାତିର କଳା ସାହିତ୍ୟ ସଂସ୍କୃତି ଯେତେ ଉନ୍ନତ ସେ ଜାତିର ଇତିହାସ ସେତିକି ଗୌରବମୟ। ନ୍ରୁତ୍ୟ ସଂଗୀତ, ମଂଚ ଅଭିନୟ କେବଳ ଦର୍ଶକ ମାନଙ୍କ ମନୋରଂଜନ ପାଇଁ ନୁହେଁ। ଏମାନେ ମଧ୍ଯ ସମାଜରେ କ୍ରାନ୍ତି ଆଣି ପାରନ୍ତି। ଅତୀତ ରେ ଯେତେବେଳେ ଓଡିଆ ଭାଷା ତାର ଅସ୍ତିତ୍ବ ହରାଇବାକୁ ବସିଥିଲା ଓଡିଆ ବୀରଙ୍କ ପରାକ୍ରମ କୁ ତଳିତଳାନ୍ତ କରିବାକୁ ଯାଇ କଳିଙ୍ଗ(ଓଡିଶା)କୁ ଭାଗଭାଗ କରି ମାଡ୍ରାସ ପ୍ରେସିଡେନ୍ସି, ବଂଗଳା, ବିହାର ମଧ୍ଯ ପ୍ରଦେଶରେ ମିଶାଇ ଦିଆଯାଇଥିଲା,ସେତେବେଳେ ପାଠ ପଢିବାକୁ ହେଲେ ଛାତ୍ରଛାତ୍ରୀ ମାନଙ୍କୁ ତ୍ରୀଭାଷୀ ଶିକ୍ଷା କରିବାକୁ ପଡୁଥିଲା। ମେଟ୍ରିକ (ଏନ୍ ଟ୍ରାନସ) ପରୀକ୍ଷା ଦେବାପାଇଁ କଲିକତା, ପାଟଣା ଯିବାକୁ ପଡୁଥିଲା। ସେତେବେଳେ କେତେକ ମୁଷ୍ଟିମେୟ ବଂଗୀଳି ପ୍ରଚାର କଲେଯେ “ଉଡିଆ ଏକଟା ସ୍ୱତନ୍ତ୍ର ଭାଷା ନଏ”। ସେ ଘଡିସନ୍ଧି ମୁହୂର୍ତ୍ତ ରେ ଜନ୍ମନେଲେ ଉତ୍କଳ ଗୌରବ ମଧୁ ସୂଦନ,ଉତ୍କଳମଣି ଗୋପବନ୍ଧୁ, ଆଚାର୍ଯ୍ୟ ହରିହର, ପଣ୍ଡିତ କ୍ରୁପାସିନ୍ଧୁ, ବ୍ୟାସକବି ଫକୀର ମୋହନ, ସ୍ୱଭାବକବି ଗଂଗାଧର, କବିବର ରାଧାନାଥ। ଲେଖି ଚାଲିଲେ ଓଡିଆ ଭାଷାର ଅନେକ ଅନେକ ଉପନ୍ୟାସ, କାବ୍ୟକବିତା, ଗଳ୍ପ। ଗାଁ ସହରାଂଚଳରେ ମଧୁବାବୁଙ୍, ଗୋପବନ୍ଧୁ, ନିଳକଣ୍ଠ ଭୁବନାନନ୍ଦ ଦାସଙ୍କ ଭାଷଣ ଭାଷା ଆନ୍ଦୋଳନ। ବୈଷ୍ଣବପାଣି ଙ୍କ ଗିତିନାଟ୍ୟ, ସୁଆଂଗ, ମୋଗଲତାମସା ଗାଁ ଗାଁରେ ପରିବେଷଣ କରାଯାଇ ଓଡିଆ ଭାଷାର ସ୍ଥିତି ଜାହିର କରିବା ସହ ଭାଷା ଆନ୍ଦୋଳନ ତେଜିଉଠିଲା। ମଧୁବାବୁ ଙ୍କ ଉଦ୍ୟମରେ ଉତ୍କଳ ସମ୍ମିଳନୀ ଗଠନ ହେଲା। ସାଇମନ୍ କମଶନଙ୍କ ରିପୋର୍ଟ ଆଧାର ରେ ବିଲାତ ରେ ଗୋଲଟେବୁଲ ବୈଠକ ବସି ଭାଷାଭତ୍ତିକ ଓଡିଶା ପ୍ରଦେଶ ଗଠନ କରିବା ପାଇଁ ସ୍ୱିକୃତି ମିଳିଲା। ୧୯୩୬ ମସିହାରେଭାଷା ଭିତ୍ତିକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରାଗଲା । କଳା,ସାହିତ୍ୟ,ଅଭିନୟ କେବଳ ମନୋରଞ୍ଜନ କାରୀ ନୁହେଁ ଏହା ସମାଜରେ ବିପ୍ଳବ ବା କ୍ରାନ୍ତି ଆଣିପାରେ। ପରିଶେଷରେ ଢେଙ୍କାନାଳ ବୁଦ୍ଧିଜିବୀ, ସାମ୍ବାଦିକ ମାନଙ୍କ ଦ୍ରୁଷ୍ଟି ଆକର୍ଷଣ ପୂର୍କ ଜଣାଇ ଥିଲେ ଯେ, ସମ୍ବଲପୁର ସୁନ୍ଦରଗଡର ଲୋକକଳା ଯେପରି ସମ୍ବଲପୁରୀ, କଳାହାଣ୍ଡି ର ଯେପରି ଘୁମରାନ୍ରୁତ୍ୟ, ମୟୁରଭଞ୍ଜ ଯେପରି ଛଉନ୍ରୁତ୍ୟ, କୋରାପୁଟର ଯେପରି ଚାଂଗୁ ସେମିତି ଢେଙ୍କାନାଳ ର ଅତୀତରେ ” ଛଉନ୍ରୁତ୍ୟ” ପ୍ରସିଦ୍ଧି ଲାଭ କରିଥିଲା। ଗୋବିନ୍ଦ ପ୍ରସାଦ,ଓ ଝୁମ୍ପଡିଆର ପାଇକ ମାନେ ସ୍ୱତନ୍ତ୍ର ଆପଣା ଘରେ ବର୍ଷ ତମାମ ଅଭ୍ୟାସ କରି ଚୈତ୍ର ମାସରେ ପରିବେଷଣ କରୁଥିଲେ ରାଜବାଟୀରେ। ଶୁଣାଯାଏ ଶେଷ ଥରପାଇଁ ୧୯୮୦ ମସିହାରେ ଏହି ଗ୍ରାମରୁ ଏକଦଳ ଦିଲ୍ଲୀ ରେ ପରିବେଷଣ କରିଥିଲେ। ଢେଙ୍କାନାଳ ର ଆମର ଏହି ହଜିଲା କିର୍ତ୍ତୀ କୁ କୁ ଯଦି ପୁନରୁଦ୍ଧାର କରାଯାଇ ପାରନ୍ତା ତେବେ ଢେଙ୍କାନାଳ ପାଇଁ କିଛି କରିପାରିଲେ ବୋଲି ଆତ୍ମସନ୍ତୋଷ ଲାଭ କରିପାରନ୍ତେ ବୋଲି ମୁଖ୍ଯ ଅତିଥି ତାଂକ ଉଦ୍ ବୋଧନରେ ପରିପ୍ରକାଶ କରିିଥଲେ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଅନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ଓଡିଶୀ ନୃତ୍ୟଶିଳ୍ପୀ ତିମିରସୁ ପଟ୍ଟନାୟକ ବିଶିଷ୍ଟ ସଙ୍ଗୀତଜ୍ଞ ଖାରବେଳ ପଟ୍ଟନାୟକ ବିଶିଷ୍ଟ ତବଲା ବଦକ ଅଜାତାଶତ୍ରୁ ପଟ୍ଟନାୟକ ,ଖ୍ୟାତି ସମ୍ପର୍ଣ ନୃତ୍ୟ ଶିଳ୍ପୀ ବିଜିଗୁପ୍ତ ପଟ୍ଟନାୟକ ,କାର୍ଯ୍ୟକ୍ରମ ସଂଯୋଜକ ଚନ୍ଦନ କୁମାର ନାୟକ ଉପସ୍ଥିତ ଥିଲେ। ଶେଷରେ ଅନୁଷ୍ଠାନର ସଭାପତି ତଥା ବରିଷ୍ଠ ମଞ୍ଚ କଳାକାର, ନିର୍ଦ୍ଦେଶକ ବାଦଲବିହାରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।