ଢେଙ୍କାନାଳ,୧୭/୪(ଶୁଭମ ପାଣି): ଢେଙ୍କାନାଳ ସହର ଆନନ୍ଦ ବଜାରସ୍ଥିତ ହୀରାସାଗର ପୋଖରୀ ଦକ୍ଷିଣ ପାର୍ଶ୍ବ ଶ୍ରୀ ଶନିଶ୍ଚର ମନ୍ଦିର ପରିସର ସାଇସାଗର ଧାମରେ ଶ୍ରୀ ଶ୍ରୀ ଶିରିଡି ସାଇ ବାବାଙ୍କର ଦ୍ବିତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଅଦ୍ୟ ପବିତ୍ର ରାମନବମୀ ଦିବସରେ ପାଳନ କରାଯାଇଅଛି। ଗତକାଲି ୧୬ ତାରିଖରେ ଅପରାହ୍ନ ୪ ଟାରେ ୩୦୦ ରୁ ଅଧିକ ଭକ୍ତଙ୍କ ଦ୍ବାରା ବଳରାମ ମନ୍ଦିର ଠାରୁ କଳସଯାତ୍ରା ଅନୁଷ୍ଠିତ ହୋଇଥିଲା । ଅଦ୍ୟ ୧୭ ତାରିଖରେ ସୂର୍ଯ୍ୟପୂଜା, ଗୋ-ପୂଜା, ମଣ୍ଡଳ କଳସ ଅଧୁବାସ ପୂଜା, ବିଶ୍ୱଶାନ୍ତି ମହାଯଜ୍ଞ, ପୂର୍ଣହୁତି ଓ ପ୍ରସାଦସେବନ ଅନୁଷ୍ଠିତ ହୋଇଥିଲା । ସଂଧ୍ୟାରେ ପାଲିଙ୍କି ଶୋଭାଯାତ୍ରା, ଅଖଣ୍ଡ ସାଇ ନାମ କୀର୍ତନ, ଭଜନ ସମାରୋହ ଓ ପ୍ରସାଦସେବନ ସହିତ ପରେ ସେଜ ଆରତୀ ହେବ । ପୂଜକ ନିରାକାର ତ୍ରିପାଠୀ, ଅଜୟ କୁମାର ନନ୍ଦ, ଘନଶ୍ୟାମ ଶର୍ମା ସମସ୍ତ ପୂଜାକୁ ସୂଚାରୁ ରୂପେ ସମ୍ପାଦନ କରିଥିଲେ । ମନ୍ଦିର ପୂଜକ ବିରଂଚ ନାରାୟଣ ନନ୍ଦ, କର୍ତା ଗୋପାଳ ଚନ୍ଦ୍ର ପାତ୍ର ଓ କର୍ତୀ ନିରସା ପାତ୍ର ଉପସ୍ଥିତ ଥିଲେ । ଗୋବିନ୍ଦ ପାତ୍ର, ସେବତୀ ପାତ୍ର, ସପନୀ, କୃଷ୍ଣ, ସରୋଜକାନ୍ତ ପ୍ରଧାନ, ପଦିଆ, ସାଇପ୍ରକାଶ ଦାସ, ଗିରିଶ, ବଳିଆ, ସିନୁ, ବିପିନ, ଗିରିଆ, ମାମାଲି, ଲୁସି, ସୁଧା, ପ୍ରୀତମ, ରିପୁ, ପର୍ଶୁରାମ, ବର୍ଷା, ନାଲି ଭାଇ, ମଦନ, ଗୋପୀ, ଥୋପୀ ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।