ପୁରୁଷୋତ୍ତମପୁର,୧୫.୦୪(ସୁନିଲ କୁମାର ବେହେରା): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଆଜି ଖୁସି ର ଲହରୀ ଖେଳିଯାଇଛି। କାହିଁକି ନା ଏଠି ଦୀର୍ଘ ୭୬ ବର୍ଷ ପରେ କଂଗ୍ରେସ ର ଯୁବ ପୁରୁଖା ନେତା ଚିତ୍ର ସେନ ବେହେରାଙ୍କୁ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ସେ ୨୦୧୪ ମସିହାରେ ଆସ୍କା ସଂସଦୀୟ କ୍ଷେତ୍ର ତରଫରୁ ଜିଲ୍ଲା ସମ୍ପାଦକ ଓ ୨୦୧୬ ମସିହାରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ରୁ ଜିଲ୍ଲା ସଭାପତି ରୂପେ କାର୍ଯ୍ୟ କରୁଥିଲେ। ତେବେ ଦେଶ ସ୍ବାଧୀନ ହେବାର ୭୬ ବର୍ଷ ପରେ ପ୍ରଥମ ଥର କରି ପୁରୁଷୋତ୍ତମପୁର ଏନ୍ ଏସି ର ନନ୍ଦିକ ସାହି ୱାଡ଼ ନଂ ୪ ବିଶ୍ଵନାଥ ବେହେରା ଙ୍କ କନିଷ୍ଠ ପୁତ୍ର ଚିତ୍ରସେନ ବେହେରା (ଉଜ୍ଜ୍ୱଳ) ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ରୂପେ ଟିକଟ ପାଇଥିବାରୁ ପୁରୁଷୋତ୍ତମପୁର ଓ ଖଲ୍ଲିକୋଟ ଏନ୍ ଏସି ବାସି ବହୁତ ଆନନ୍ଦିତ ହୋଇଛନ୍ତି। ଟିକଟ ପାଇଲା ପରେ ଚିତ୍ରସେନ ପ୍ରଥମେ କଂଗ୍ରେସ ସଭାପତି ଶରତ ଚନ୍ଦ୍ର ପଟ୍ଟନାୟକ , ସାନଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା, ପୁରୁଷୋତ୍ତମପୁର ନଗର କଂଗ୍ରେସ ସଭାପତି ମନୋରଞ୍ଜନ ଦାସ ଓ ନଗର କଂଗ୍ରେସ ର ସମସ୍ତ ସଦସ୍ୟ ଙ୍କୁ ଧନ୍ୟବାଦ ଜଣାଇଥିଲେ। ପୁରୁଷୋତ୍ତମପୁର ବ୍ଲକ ର ଗ୍ରାମବାସୀ ତଥା ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ବାସୀଙ୍କୁ ସେ କୃତଜ୍ଞତା ଜଣାଇବା ସହ ସେମାନଂକୁ ଅନୁରୋଧ କରି ତାଙ୍କୁ ସହଯୋଗ କରି ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧ ରେ ଲଢେଇ କରିବା ପାଇଁ ସହଯୋଗ କରି ହାତ ଚିହ୍ନ ରେ ଭୋଟ ଦେଇ ବିଜୟ କଲେ ବିଜେଡି ଓ ବିଜେପି ର ଭ୍ରଷ୍ଟାଚାର କୁ ଠିକ୍ ଜବାବ ଦେବେ ଓ ଲୋକ ଙ୍କ ସମସ୍ତ ମଙ୍ଗଳ ମୟ କାମ କରିବେ ବୋଲି କହିଥିଲେ | ଚିତ୍ରସେନ ଙ୍କୁ ଆଜି ଭୁବନେଶ୍ୱର ରୁ ପୁରୁଷୋତ୍ତମପୁର ପହଂଚିବା ପରେ କାଳୀମନ୍ଦିର ଛକ ଠାରେ କଂଗ୍ରେସ କର୍ମୀ ମାନେ ବାଣ ଫୁଟାଇ, ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ଜଣାଇ ଥିଲେ | ଓ ପରେ କାଳୀ ମାଆଙ୍କୁ ମୁଣ୍ଡିଆ ମାରି ଓ ତାଙ୍କ ନିଜ ବାସଭବନକୁ ଯାଇ ତାଙ୍କ ବାପା ଓ ମାଆଙ୍କୁ ମୁଣ୍ଡିଆ ମାରି ଏକ ବିଶାଳ ବାଇକ ରାଲି ଯୋଗେ ସହର ପରିକ୍ରମା କରିଥିଲେ ।