ଢେଙ୍କାନାଳ,୧୫.୦୪(ଶୁଭମ ପାଣି):ଢେଙ୍କାନାଳ ଜୁବୁଲି ଟାଉନ୍ ସ୍ଥିତ ମା କନକ ଦୁର୍ଗାଙ୍କ ପିଠରେ ବାସନ୍ତୀ ଦୁର୍ଗାପୂଜା ଓ ନବରାତ୍ରି ପୂଜା ପାଳନ କରାଯାଉଛି। ଏହା ୦୯ ତାରିଖରୁ ଆରମ୍ଭ ହୋଇ ୧୮ ତାରିଖରେ ବାସନ୍ତୀ ଦଶହରା ଓ ଅପରାଜିତା ପୂଜା ପାଳନ କରାଯିବ। ପ୍ରତ୍ୟେକ ଦିନ ପ୍ରାତଃ ରୁ ମା’ଙ୍କର ମଙ୍ଗଳ ଆଳତି, ମହାସ୍ନାନ, ବସ୍ତ୍ର, ବିଭିନ୍ନ ଫୁଲ, ଭୋଗ ଓ ପଣା ଭୋଗ ଲାଗି କରାଯାଇଥାଏ। ପ୍ରତ୍ୟେକ ଦିନ ସୂର୍ଯ୍ୟ ପୂଜା, ଶାଳାଆବାହିତ ଦେବତା ପୂଜନ, ଶୋଡ଼ଶ ଉପଚାର ପୂଜା, ଚଣ୍ଡୀ ପାଠ, ଅଭିଷେକ,ଭୂତ ଯଜ୍ଞ ଆଦି କରାଯାଉଛି। ମଧ୍ୟାହ୍ନ ରେ ଅନ୍ନ ଧୂପ ସନ୍ଧ୍ୟା ରେ ଆଳତି ଓ ପଣା ରାତ୍ରୀରେ ବଡ଼ସିଂହାର ଭୋଗ ଲାଗି କରାଯାଉଛି। ପଣ୍ଡିତମାନଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଉଛି। ଆଜି ୧୫/୦୪/୨୦୨୪ ରିଖ ସୋମବାର ମହାଷ୍ଟମୀ ବିହିତ ପୂଜା ଓ ଗୀତା ଯଜ୍ଞ ,ଅଧରାତ୍ରରେ ସନ୍ଧିପୂଜା, ବଳି ପ୍ରୋକ୍ଷଣ ନିତି ଅନୁଷ୍ଠିତ ହେବ। ୧୬/୦୪/୨୦୨୪ ମହାନବମୀ ବିହିତ ପୂଜା ରାତ୍ରୀରେ ମହାନବମୀ ପୂଜା ଓ ପୂର୍ଣ୍ଣାହୂତି ପାଳନ କରାଯିବ। ମନ୍ଦିର ପୂଜକ ରଶ୍ମି ରଞ୍ଜନ ପଣ୍ଡା ଦୈନିକ ନିତିକାନ୍ତି ପାଳନ କରିବା ସହ ଏହି ବାସନ୍ତୀ ଦୁର୍ଗାପୂଜାର ସୁପରିଚାଳନା କରୁଛନ୍ତି।