ପଦ୍ମପୁର ବ୍ଲକ ବିଜେଡି ପକ୍ଷରୁ ଏନ ଭାସ୍କର ରାଓ ସ୍ୱାଗତ ସମ୍ବର୍ଦ୍ଧନା

ରାୟଗଡା,୧୩.୦୪(ଅମୁଲ୍ୟ ନିଶଙ୍କ):ଆଗାମୀ 2024 ନିର୍ବାଚନ ପୂର୍ବରୁ ବିଜେଡି ଦଳ ର ରାଜ୍ୟସ୍ତରୀୟ ନେତୃବୃନ୍ଦ ରାୟଗଡା ଜ଼ିଲ୍ଲା ବିଜେଡି ସଭାପତି ଭବେ ଏନ ଭାସ୍କର ରାଓ ଙ୍କୁ ନିଯୁକ୍ତି ଦେବାପରେ ପ୍ରଥମ ଥର ପାଇଁ ପଦ୍ମପୁର ବ୍ଲକ ଗସ୍ତରେ ଆସିଥିଲେ ଏହି ଅବସରରେ ସ୍ଥାନୀୟ ସୁନାରିଘାଇ ଛକ ନିକଟରେ ମା ଖିଲାମୁଣ୍ଡା ଗ୍ରାମ ଦେବତୀ ଙ୍କ ମନ୍ଦିର ଠାରେ ପଦ୍ମପୁର ବ୍ଲକ ଅଧକ୍ଷା ମଣିମାଳା ଶବର, ବ୍ଲକ ବିଜେଡି ନାରୀ ନେତ୍ରୀ ସୁପ୍ରଭା ରାଉତ, ପୂର୍ବତନ ବ୍ଲକ ଅଧକ୍ଷ ତଥା ଟାଣୁଆ ଆଦିବାସୀ ୟୁବ ନେତା ରମାକାନ୍ତ ମାଝୀ, ରଘୁନନ୍ଦନ ନାୟକ,ଗୋଦାବରୀ ରାଉତ,ରାଧାଗୋବିନ୍ଦ ପାଣିଗ୍ରାହୀ ଟୁଟୁ, ବିଶିଷ୍ଟ ବ୍ୟବସାୟୀ ଦୁର୍ଗା ସାହୁ, କୈଳାଶ କ୍ରାସକ୍କା, ବ୍ରଜ ସୁନ୍ଦର ପାଣିଗ୍ରାହୀ, ମହେଶ ନାୟକ,, ରାମ ଦାସ, ବାଲାଜୀ ପାଢ଼ୀ, ପଦ୍ମପୁର ସରପଞ୍ଚ ପ୍ରକାଶ କୋଣ୍ଡଗିରି, ବିଜୟ ଶବର ଗୁଡାରି ଜ଼ିଲ୍ଲା ପରିଷଦ ସଭ୍ୟ ଶ୍ରୀପତି କ୍ରସକ୍କା, କାଶୀନାଥ ବଳିୟାରସିଂହ ଙ୍କ ସମତେ ବହୁ ବିଜେଡି ର ସନ୍ତୁଷ୍ଟ ଓ ଅସନ୍ତୁଷ୍ଟ କର୍ମୀ ନେତା ଭାସ୍କର ରାଓ ଙ୍କୁ ପୁଷ୍ପା ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ l ଏହା ପରେ ଶ୍ରୀ ରାଓ ଖିଲାମୁଣ୍ଡା ମାଂ ଙ୍କ ଠାରେ ପୂଜା ଅର୍ଚନା କରିବା ସହିତ ଗୁଣୁପୁର ରେ ବିଜେଡି ଦଳ ର ବିଜୟ ନିମନ୍ତେ ପ୍ରା୍ଥନା କରିବା ସହିତ ଦଳୀୟ କର୍ମୀ ଙ୍କୁ ନେଇ ଏକ ନିର୍ବାଚନ ସମ୍ପର୍କ ରର ଆଲୋଚନା କରିଥିଲେ l ଆମେ ସମସ୍ତେ ବିଜୁ ପରିବାର ର ଆମ ମଧ୍ୟରେ ପୂର୍ବରୁ ଯେଉଁ ମନମାଳିନ୍ୟ ଥିଲା ତାହା ଭୁଲି ଆମେ ସମସ୍ତେ ମିଳିମିଶି ବିଜେଡି କୋରାପୁଟ ଲୋକସଭା ପ୍ରାର୍ଥୀନୀ କୌଶଲ୍ୟା ହିକକା ଓ ଗୁଣୁପୁର ବିଧାୟକ ପ୍ରାର୍ଥୀ ରଘୁନାଥ ଗମାଙ୍ଗ ଙ୍କୁ ଶଙ୍ଖ ଚି଼ହ୍ନ ରେ ଭୋଟ ଦେବା ନିମନ୍ତେ ଘର ଘର କୁ ଯାଇ ଭୋଟର କୁ ବୁଝେଇବା ନିମନ୍ତେ ପରାମର୍ଶ ଦେଇଥିଲେ l ସମୟ ହିଁ ବଡ଼ ବଳବାନ ସମୟ କୁ ଅପେକ୍ଷା କର ସବୁକିଛି ଠିକ ହୋଇଯିବ ବୋଲି ରାଓ କହିଥିଲେ l