ମିଲେଟ ମିଶନ ନାଁରେ ମହାଦୁର୍ନିତୀ ମାଣ୍ଡିଆ ଚାଷ ନାଁରେ ଲକ୍ଷ୍ୟଲକ୍ଷ୍ୟ ଟଙ୍କା ପ୍ରଭାତ ଏନ ଜି ଓ ହଡପ ଅଭିଯୋଗ

ରାୟଗଡା,୦୮.୦୪(ଅମୁଲ୍ୟ ନିଶଙ୍କ):ଆଦିବାସୀଙ୍କୁ ଶସକ୍ତ କରିବା ଏବଂ ମାଣ୍ଡିଆ ଚାଷ ମାଧ୍ୟମରେ ସେମାନଙ୍କର ଜୀବନ ଜୀବିକାକୁ ଉନ୍ନତ କରିବା ପାଇ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତ, ହେଲେ ଏଠାରେ ପ୍ରଭାତ ଏନ ଜି ମିଲେଟ୍ ମିଶନ ଓ ଫାର୍ମ ପ୍ରଡୁସର କମ୍ପାନୀ ନାମରେ ଏହି ଏନଜିଓ ବାହାର ରାଜ୍ୟରୁ, ରାଞ୍ଚି, କର୍ଣ୍ଣାଟକ ରାଜ୍ୟରୁ ମାଣ୍ଡିଆ ଆଣି ନିରୀହ ଆଦିବାସୀ ଚାଷୀଙ୍କ ନାଁରେ ମଣ୍ଡି କରି କୋଟି କୋଟି ଟଙ୍କା ହରିଲୁଟ କରୁଥିବା ଅଭିଯୋଗ ହେଉଛି।ରାୟଗଡା ଜିଲ୍ଲାର ସବୁଠାରୁ ଦୁର୍ଗମ ତଥା ଉପାନ୍ତ ଅଞ୍ଚଳ କୁହାଯାଉଥିବା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ଡାଙ୍ଗସରଡା ଗ୍ରାମପଞ୍ଚାୟତ ସଦର ,ଠାରେ ଥିବା ପ୍ରଭାତ ଏନ୍.ଜି.ଓ, ମିଲେଟ ମିଶନ ନାଁରେ ମହାଦୁର୍ନିତୀ ହୋଇଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି। ଅଞ୍ଚଳରେ ଥିବା ଆଦିବାସୀଙ୍କୁ ମୋହରା କରି ମାଣ୍ଡିଆ ଚାଷ ନାଁରେ କୋଟି କୋଟି ଟଙ୍କା ହଡପ ହେଉଥିବା ବାହାର ରାଜ୍ୟରୁ କଟୁରୀ କର୍ଣ୍ଣାଟକରୁ ଏକ ମାଣ୍ଡିଆ ବୋଝେଇ ଟ୍ରକ6.4.2024ରିଖଦିନ ନମ୍ବର kA34c4995ରୁହାଟ ପଦା ରେ ଅନଲୋଡ଼ ହେଵା ପ୍ରମାଣ ମିଳିଛି।ଏହି ଟ୍ରକକୁ ଗ୍ରାମବାସୀଙ୍କ ଖବର ମୁତାବକ ସାମ୍ବାଦିକ ମାନେ ପହଂଚି ଖବର ସଂଗ୍ରହ କରୁଥିଲେ ଓ ବିଷମ କଟକ ଆରକ୍ଷୀ ଅଧକ୍ଷଙ୍କୁ ଫୋନ ମାଧ୍ୟମରେ ଜଣାଇଲେ l ସେ କିଛି କାର୍ଯ୍ୟାନୁଷ୍ଠାନ ନନେବାରୁ ସ୍ଥାନୀୟ ଲୋକେ ଟ୍ରକ କୁ ଛାଡିଦେଲେ l ଦିର୍ଘବର୍ଷ ହେବ ଆଦିବାସୀଙ୍କୁ ମାଣ୍ଡିଆ ଚାଷ ନାଁରେ ପ୍ରତ୍ସାହନ ଦେବା ଏବଂ ସେମାନଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ସରକାର କୋଟି କୋଟି ଟଙ୍କା ଉକ୍ତ ଏନଜିଓ ସଂସ୍ଥାକୁ ପ୍ରଦାନ କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ଚନ୍ଦ୍ରପୁର ବ୍ଲକର 8 ଟି ପଂଚାୟତର ଗ୍ରାମ ଗୁଡିକରେ ମାଣ୍ଡିଆ ଚାଷ ଦେଖିବାକୁ ମିଳିନାହିଁ। ହେଲେ ଏହିବ୍ଲକ ରେ ଶହ ଶହ ଆଦିବାସୀ ବେନିଫିସେରୀଙ୍କ ନାଁରେ ବାହାର ରାଜ୍ୟରୁ ଡାଙ୍ଗସରଡ଼ା ସିଂ ଟ୍ରେଡ଼ର୍ସ ନାମକ ସଂସ୍ଥା ଶହ ଶହ କୁଇଣ୍ଟାଲ ମାଣ୍ଡିଆ ଆଣି ବେନିଫିସେରୀ ମାନଙ୍କନମରେ ହରିଲୁଟ କରାଯାଉଥିବା ଅଞ୍ଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ଉକ୍ତ ଘଟଣା ବିଷୟରେ ବିଭାଗୀୟ ଅଧିକାରୀଆତ୍ମା ରାୟଗଡାଙ୍କସହ ଯୋଗାଯୋଗ କରିବା ପରେ କୌଣସି ସନ୍ତୋଷ ଜନକ ଉତ୍ତର ମିଳିପାରି ନାହିଁ। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଘଟଣା ବିଷୟରେ ଉଚ୍ଚ ସ୍ତରୀୟ ଯାଞ୍ଚ ହେଲେ ଆହୁରି ଅନେକ ତଥ୍ୟ ପଦାକୁ ଆସିବା ସହ ଉକ୍ତ ଏନଜିଓ ସଂସ୍ଥା ବିରୁଦ୍ଧରେ କୋଠର ପଦକ୍ଷେପ ନେବାପାଇଁ ଡାଙ୍ଗସରଡ଼ା ସରପଞ୍ଚ ଅନିତା ଶବର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା କବିତା ସାହୁକାର, ଚିନ୍ତାମଣି ଗୋଗେରେଙ୍ଗା, ରାମରାଓ ପାକି ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।