ଗଜମରା ଗ୍ରାମରେ ବାରୁଣୀ ଯାତ୍ରା

ଢେଙ୍କାନାଳ,(ଶୁଭମ ପାଣି): ଢେଙ୍କାନାଳ ଗଜମରା ଗ୍ରାମରେ ବାରୁଣୀ ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ଏହି ବାରୁଣୀ ଯାତ୍ରା ରେ ଦଏଓପଡଆ,ତାଳବରକୋଟ ଓ ଗଜମରା ଗ୍ରାମର ଦୋଳବିମାନ ବିରାଟ ରୋଷଣୀ ଦ୍ବାରା ସାହି ପରିକ୍ରମା କରିଥିଲେ। ବାଜା ବାଣ ରୋଷଣୀ ଓ ଲଉଡ଼ି ବାଡି ଖେଳ ଓ ଚାଙ୍ଗୁବାଦ୍ୟ ଦ୍ବାରା ରାଧାକୃଷ୍ଣଙ୍କ ଠାକୁରଙ୍କ ମେଲଣ ଯାତ୍ରା ସଂପୂର୍ଣ୍ଣ ହୋଇଥିଲା। ତାପରେ ଅପେରା ମଧୁ ବାସନ୍ତୀ ଦ୍ଵାରା ନାଟକ ପରିବେଷଣ କରାଯାଇଥିଲା। ଏହି ଯାତ୍ରାରେ ପାଞ୍ଚହଜାର ରୁ ଉର୍ଦ୍ଧ୍ବ ଜନସାଧାରଣ ଉପଭୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଗଜମରା ଗ୍ରାମର ସଭାପତି ଶିବରାମ ସ୍ବାଇଁ, ସମ୍ପାଦକ ବିପିନ୍ ବିହାରୀ ସ୍ବାଇଁ ଓ ସମସ୍ତ ସଭ୍ୟମାନେ ସୁଚାରୁରୂପେ ପରିଚାଳନା କରିଥିଲେ।