ରାୟଗଡା,୦୪.୦୪(ଅମୁଲ୍ୟ ନିଶଙ୍କ):ଚଳିତ ସାଧାରଣ ଲୋକସଭା ଓ ବିଧାନସଭା ନିର୍ବାଚନପାଇଁ ଦଳୀୟ ନେତାଙ୍କ ଟିକଟ ମିଳିବା ପରେରାୟଗଡା ଜ଼ିଲ୍ଲା ର ବିଷମକଟକ ଓ ଗୁଣୁପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ଦଳର ଅସନ୍ତୋଷ ଦେଖାଦେଇଛି । କଂଗ୍ରେସ ଦଳରେ ଲୋକସଭା ଆସନ ପାଇଁ ସପ୍ତଗିରି ଶଙ୍କର ଉଲକା ଓ ବିଷମକଟକ ବିଧାନସଭା ଆସନ ପାଇଁ ନୀଳମାଧଵ ହିକକା ଓ ଗୁଣୁପୁର ପାଇଁ ସତ୍ୟଜିତ ଗମାଙ୍ଗ ଙ୍କୁ ଦଳୀୟ ଟିକଟ ମିଳିଛି। କଂଗ୍ରେସ ଦଳରୁ ବିଧାନସଭା ଆସନ ପାଇଁ ନୀଳମାଧବ ଉଲକା ଓ ଭାସ୍କର ଜଗରାଙ୍ଗ ଙ୍କୁ ଟିକଟ ନମିଳିବାରୁ ଦଳରେ ଅସନ୍ତୋଷ ହୋଇଥିବା ଦେଖିବାକୁ ମିଳିଛି । ତେଣୁ ଆଜି କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର କ୍ରିକଲପାଡୁ ନିକଟସ୍ତ ବଡ଼ଲିମା ଘାଟି ଠାରେ ନୀଳମାଧବ ଉଲକା ଙ୍କ ଦଳୀୟ ସମର୍ଥକ ମାନେ ଉକ୍ତ ନିର୍ବାଚନ ମଣ୍ଡଳୀ ର ୪ଟି କଲ୍ୟାଣସିଂହପୁର,କୋଲନରା, ବିଷମକଟକ ,ମୁନିଗୁଡା ବ୍ଲକର ବିଭିନ୍ନ ପଞ୍ଚାୟତର ମୁଖ୍ୟ ନେତା ଓ କର୍ମୀ ମାନେ ଉପସ୍ଥିତ ରହିଥିଲେ ।ଠିକ ସେହିପରି ଗୁଣୁପୁର ଠାରେ ଗୁଣୁପୁର ବିଧାନସଭା କ୍ଷେତ୍ର ର ବିଭିନ୍ନ ବ୍ଲକ ର କଂଗ୍ରେସ ର ବ୍ଲକ ସଭାପତି କର୍ମୀ ବରିଷ୍ଠ ନେତା ମାନେ ଏକତ୍ରିତ ହୋଇ ଟିକେଟ ବଣ୍ଟା ନେଇ ଆସନ୍ତୁଷ୍ଟ ଜାହିରି କରିଥିଲେ l ନୀଳମାଧଵ ଉଲକା ବଦଳରେ ନୀଳମାଧଵ ହିକକା ଙ୍କୁ ବିଧାୟକ ପ୍ରାର୍ଥୀ ନିମନ୍ତେ ଦଳୀୟ ଟିକଟ ଦେଇ ଚୟନ କରିଥିବା ଜାଣିବା ପରେ ନୀଳମାଧଵ ଉଲାକାଙ୍କ ସମର୍ଥିତ କଂଗ୍ରେସ କର୍ମୀ ମାନେ ସାଂସଦ ସପ୍ତଗିରି ଶଙ୍କର ଉଲାକାଙ୍କୁ ଘୋର ବିରୋଧ କରି ଥିଲେ ଓ ସାଂସଦ ନିଜେ ଟିକେଟ ବଣ୍ଟନ ପାଇଁ ବିରାଟ ବଡ଼ ଡିଲ କରିବା ସହିତ ଟିକେଟ ବଣ୍ଟନ ର ସବୁକିଛି ଜାଣିଛନ୍ତି ବୋଲି ଦଳୀୟ ନେତା କର୍ମୀ ଆଲୋଚନା କରୁଛନ୍ତି ।ଦୁଇ ଦିନ ମଧ୍ୟରେ ଦଳ ପକ୍ଷରୁ ସଠିକ ଆଲୋଚନା କରି ହିକକା ଙ୍କୁ ଦେଇଥିବା ଟିକଟ କୁ ପ୍ରତିହାର କାରି ଉଲାକା ଙ୍କୁ ଦିଆ ନଗଲେ ତାହା ହେଲେ କଂଗ୍ରେସ କର୍ମୀ ମାନେ ଦଳୀୟ କର୍ମୀଙ୍କୁ ଉଚିତ ଜବାବ ଦେବା ସହ ଚଳିତ ନିର୍ବାଚନରେ ଉଲାକା ସ୍ୱାଧୀନ ପ୍ରାର୍ଥୀ ଭାବେ ଠିଆ କରି ସାଂସଦ ଓ ବିଧାୟକଙ୍କୁ ହରାଇଦେବା ପାଇଁ ନିଷ୍ପତ୍ତି ନେଇଥିବା ଦଳୀୟ ଗଣମାଧ୍ୟମ କୁଉଭୟ ନିର୍ବାଚନ ମଣ୍ଡଳୀ ର କର୍ମୀ ନେତା ସୂଚନା ଦେଇଛନ୍ତି ।ଟିକେଟ ବଣ୍ଟନ ର ଅନିମିୟତା ନେଇ ସାଂସଦ ସପ୍ତଗିରି ଗିରି ଉଲାକା ଙ୍କୁ ପଚାରିବାରୁ ସେ ତାଙ୍କରି ପ୍ରତିକ୍ରିୟାରେ କହିଲେ ଯେ ଟିକେଟ ବଣ୍ଟନ ରେ କିଛି ଅନିମିୟତା ହୋଇନାହିଁ ବୋଲି l