ଅଦ୍ୟ ତା ୦୧/୦୪/୨୦୨୪ ରିଖ ସୋମବାର ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଉତ୍କଳ ଦିବସ ପାଳନ କରାଯାଇଛି l ସକାଳ ୮ ଘଟିକାରେ ପଞ୍ଚସଖାଙ୍କ ମୂର୍ତ୍ତିରେ ପ୍ରଧାନ ଶିଖାୟିତ୍ରୀ ଶ୍ରୀମତୀ ମିନତୀ ଦେହୁରୀଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିଖାୟିତ୍ରୀ ମିଶି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ଏହାପରେ ବିଦ୍ୟାଳୟର ସଭା କକ୍ଷରେ ଏକ ସଭାର ଆୟୋଜନ କରାଯାଇଥିଲା l ସଭା ଆରମ୍ଭରୁ ବନ୍ଦେ “ଉତ୍କଳ ଜନନୀ” ସଂଗୀତ ଗାନ କରାଯାଇଥିଲା, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିଖାୟିତ୍ରୀ ନିଜ ନିଜର ଅଭିଭାଷଣ ରଖିଥିଲେ l ପରିଶେଷରେ ପ୍ରଧାନ ଶିଖାୟିତ୍ରୀ ଓଡ଼ିଆ ଭାଷାକୁ ଦୈନଦୀନ ଜୀବନର ଭାଷା ଓ ଓଡ଼ିଆ ସଂସ୍କୃତିକୁ ଆପଣାର ସଂକୃତି ଭାବେ ସମ୍ମାନ ପ୍ରଦର୍ଶନ କରିବାପାଇଁ ଉପଦେଶ ଦେଇଥିଲେ l ଏହି କାର୍ଯ୍ୟକ୍ରମଟିକୁ ସଫଳ ରୂପାୟନ କରିଥିଲେ ବିଦ୍ୟାଳୟ ଶିକ୍ଷକ ଓ ଶିଖାୟିତ୍ରୀ – କନ୍ୟାକୁମାରି ଭୁତିଆ, ସୁଲୋଚନା ଭୁତିଆ, ସାଗରିକା ପଣ୍ଡା, ପ୍ରଶାନ୍ତ କୁମାର ସାହୁ, ରାନୁ ଦାସ, ପ୍ରଣତି ପତି, ମାମାଲି ମିଶ୍ର, ବବିତା ସାହୁ, ଉପାସନା ନାଥଶର୍ମା, ଲିପିକା ନାୟକ, ବର୍ଷାରାଣୀ ସାହୁ ସୋନାଲି ସାହୁ ଓ ଦୁଷ୍ମନ୍ତ କୁମାର ପ୍ରମୁଖ l