ବିଷମକଟକ ନିର୍ବାଚନ ମଣ୍ଡଳୀ ରେ ହ୍ୟାଟ୍ରିକ କରିବେ ଜଗନ୍ନାଥ ନା ହ୍ୟାଟ୍ରିକ କୁ ରୋକି ପାରିବେ ଜଗନ୍ନାଥ ଓ ନୀଳମାଧବ

ରାୟଗଡା,(ଅମୁଲ୍ୟ ନିଶଙ୍କ):2024 ସାଧାରଣ ନିର୍ବାଚନତାରିଖ ଘୋଷଣା ହୋଇଥିବା ବେଳେ ବିଷମକଟକ ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ବିଜେଡି, ବିଜେପି ଓ କଂଗ୍ରେସ ର ଆଶା ଆଶଙ୍କା ମଧ୍ୟରେ ପ୍ରାର୍ଥୀ ମାନେ ନିଜ ନିଜର ଟିକେଟ ନିମନ୍ତେ ଲବି ସହିତ ଗାଁ କୁ ଗାଁ ବୁଲି ଲୋକସମ୍ପର୍କ ରେ ଲାଗିପଡିଛନ୍ତି l ରାଜ୍ୟରେ ବିଜେଡି ବିଜେପି ମେଣ୍ଟ ଘୋଷଣା ଭାଙ୍ଗିଯିବା ପରେ ଏହି ନିର୍ବାଚନ ମଣ୍ଡଳୀରେବିଜେଡି ରୁ ଜଗନ୍ନାଥ ସାରକା, ବିଜେପି ରୁ ଜଗନ୍ନାଥ ନୁଣ୍ଡରୁକା ଙ୍କ ଟିକେଟ ନିଶ୍ଚିତ କିନ୍ତୁ ଘୋଷଣା ବାକିରହିଥିବା ବେଳେ କଂଗ୍ରେସ ନୀଳମାଧବ ହିକକା ନା ନୀଳମାଧବ ଉଲାକା କୁ ଟିକେଟ ଦେବ ଦ୍ୱନ୍ଦ୍ୱରେ ପଡିଛି କିନ୍ତୁ ଗୋଟିଏ ନୀଳମାଧବ ଟିକେଟ ପାଇବେ lଏହି ଆସନ ରୁ ତୃତୀୟ ଥର ବିଜୟ ହୋଇ ହ୍ୟାଟ୍ରିକ ଲକ୍ଷରେ ମନ୍ତ୍ରୀ ଜଗନ୍ନାଥ ସାରକା ଲାଗିପଡିଛନ୍ତି କିନ୍ତୁ ଜଗନ୍ନାଥ ଙ୍କୁ ହ୍ୟାଟ୍ରିକ ରୁ ବଞ୍ଚିତ ନିମନ୍ତେ ବିଜେପି ରେ ସଦ୍ୟ ଯୋଗଦାନ କରିଥିବା ରାଜ୍ୟ ସମବାୟ ବ୍ୟାଙ୍କ ନିର୍ଦେଶକ ଜଗନ୍ନାଥ ନୁଣ୍ଡରୁକା ବିଜେପି ଟିକେଟ ରୁ ଓ କୌଣସି ଏକ ନୀଳମାଧବ କଂଗ୍ରେସ ଟିକେଟ ରୁ ବିଧାୟକ ପ୍ରାର୍ଥୀ ଭବେ ଲଢ଼ି ନିଜ ହାତକୁ ବିଧାୟକ ପଦବୀ କୁ ନେଇ ହ୍ୟାଟ୍ରିକ ରେ ବ୍ରେକ ଲଗାଇବା ନିମନ୍ତେ ଅଣ୍ଟାଭିଡି ମୈଦାନ ରେ ଲାଗିପଡ଼ିଥିବାର ଦେଖାଯାଉଛି l ଇତିହାସ କୁ ଅବଲୋକନ କରିଲେ ଜଣାପଡୁଛିଯେ 1951 ରୁ1974 ପର୍ଯ୍ୟନ୍ତ ଗଣତନ୍ତ୍ର ପରିଷଦ ସ୍ୱତନ୍ତ୍ର ପାର୍ଟି 1974 ରୁ 1990,ପର୍ଯ୍ୟନ୍ତ କଂଗ୍ରେସ ପୁଣି 1995 ରୁ 2000 ଓ 2004 ତୁ 2014 ପର୍ଯ୍ୟନ୍ତ କଂଗ୍ରେସ ନିଜ ଅକ୍ତିଆର ରେ ରଖିଥିବା ବେଳେ1990 ରୁ 1995 ପର୍ଯ୍ୟନ୍ତ ଜନତା ଦଳ 2000 ରୁ 2004 ଓ 2014 ରୁ 2024 ପର୍ଯ୍ୟନ୍ତ ବିଜେଡି ନିଜ ଅକ୍ତିଆର କୁ ଏହି ଆସନ ଟି ନେଇଥିଲା l ଗତ 2014 ଓ 2019 ରେ ବିଜେଡି ର ଜଗନ୍ନାଥ ସାରକା ବିଜେଡି ରୁ ବିଜୟ ହାସଲ କରି ତୃତୀୟ ଥର ବିଜୟ ହାସଲ କରି ହେଟ୍ରିକ ଲକ୍ଷ ରେ ଥିବା ର ଜଣାପଡିଛି l ଅନ୍ୟ ପକ୍ଷରେ କଂଗ୍ରେସ ଏହି ଆସନ ଟିକୁ ନିଜ ଅକ୍ତିଆର କୁ ଆଣିବା ପାଇଁ କଳ ବଳକୌଶଳ ଲଗେଇଦେଇ ଲାଗିପଡିଛି l ବିଜେଡି ଟିକେଟ ଜଗନ୍ନାଥ ସାରକା ଓ ବିଜେପି ଟିକେଟ ଜଗନ୍ନାଥ ନୁଣ୍ଡରୁକା ପାଇବା ନିଶ୍ଚିତ କଂଗ୍ରେସ ରୁ ଏକ ନୀଳମାଧବ ଟିକେଟ ପାଇବେ ଓ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିବେ ବୋଲି ସମଗ୍ର ରାୟଗଡା ଜ଼ିଲ୍ଲା ରେ ଆଲୋଚନା ଚାଲିଛି l କିନ୍ତୁ ବିଏସପି ଟିକେଟ ରୁ ଜିତୁ ଯାକେଶିକା ମଧ୍ୟ୍ୟ ଲଢ଼ିବେ ଏହାକୁ ଆଡେଇ ଦିଆଯାଇପାରିବ ନାହିଁ l କିନ୍ତୁ ରାଜନୈତିକ ବିଶେଷଜ୍ଞ ଙ୍କ ମତରେ ତ୍ରିମୁଖୀ ଲଢେଇ ବିଷମକଟକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିବ l ଜଗନ୍ନାଥ ହ୍ୟାଟ୍ରିକ ରେ ବାଜିମାରୁଛନ୍ତି ନା ଜଗନ୍ନାଥ ଙ୍କ ଠାରୁ ହ୍ୟାଟ୍ରିକ ଛଡାଇ ଆଣିବାରେ ଜଗନ୍ନାଥ କି ନୀଳମାଧବ ସମର୍ଥ ହୋଇପାରୁଛନ୍ତି ତାହା ଜନତା ଜନାର୍ଦନ ଆସନ୍ତା ମେ ମାସ 13 ତାରିଖ ରେ ଭୋଟ ଦେଇ ତାହା ନିର୍ଧାରଣ କରିବେ ତାହା ଆସନ୍ତା ଜୁନ 4 ତାରିଖ ନିର୍ବାଚନ ଫଳାଫଳ ଗଣତି ର ଘୋଷଣା କୁ ଅପେକ୍ଷା କରିବା କି ପଡିବ l