ରାୟଗଡା,୨୫.୦୩(ଅମୁଲ୍ୟ ନିଶଙ୍କ):ରାୟଗଡା ସହର ରେ ଗତ 2023 ରେ ଯେପରି ଭାବେ ଦୁଇ ଜାଗା ରେ ଉଗାଦି ତେଲୁଗୁ ନବବର୍ଷ ଓ ତିନିଯାଗାରେ ପଣା ସଂକ୍ରାନ୍ତି ଓଡ଼ିଆ ନବବର୍ଷ ପାଳନ ହୋଇଥିଲା l ଠିକ ସେହିପରି ଏହି ଉଭୟ ତେଲୁଗୁ ଓ ଅଡିଆ ବାବୁ ବର୍ଷ ପାଳନ ମିନନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ତେଲୁଗୁ ନୂତନ ବର୍ଷ ଉଗାଦି ପାଳନ ନିମନ୍ତେ ସ୍ୱାଗତ ହୋଟେଲ ନିକଟରେ ଥିବା ରାମମନ୍ଦିର ରେ ରାୟଗଡା ଟ୍ରକ ମାଲିକ ସଙ୍ଘ ସଭାପତି ଙ୍କ ସଭାପତିତ୍ବ ରେ ଉତ୍ସବ ପାଳନ କମିଟି ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଆଗାମୀ ତେଲୁଗୁ ନବ ବର୍ଷ କୁ ଖାଲିଗୁଡା ନିକଟସ୍ଥ ପଡିଆ ରେ ଉଗାଦି ଉତ୍ସବ ଅତି ଆଡମ୍ବର ସହକାରେ ପାଳନ ନିମନ୍ତେ ପାଳନ ନିଷ୍ପତି ହୋଇଛି l ଆଜିର ଏହି କାର୍ଯ୍ୟକ୍ରମ ରେ ଆମ ଓଡିଶା ନବୀନ ଓଡିଶା ର ସଂଯୋଜକ ତଥା ଉଗାଦି ଉତ୍ସବ କମିଟି ର ସଂଯୋଜକ ପି ଗୌରୀ ଶଙ୍କର ରାଓ,କାମ୍ପ ସଙ୍ଘ ସଭାପତି କାଶୀ ନାଇଡ଼ୁ, କୋଳନରା ଜ଼ିଲ୍ଲା ପରିଷଦ ସଭ୍ୟ ଇପିଲି ଧବଳେଶ୍ୱର ନାଇଡ଼ୁ, ବରିଷ୍ଠ ଆଇନଜୀବୀ ଏଦୁ ମଧୁ, ଚାଲମାଲ ଶ୍ରୀନିବାସ,, ପାତିବାଡା ଶ୍ରୀନୁ, ପେଦିନା ରାମକୃଷ୍ଣ, ବିରବାବୁ, ଦି ଲକ୍ଷ୍ମଣ, ରାଓ ଙ୍କ ସମତେ ବହୁ ତେଲୁଗୁ ସମ୍ପ୍ରଦାୟ ର ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ଲ ଠିକ ସେହିପରି ଜଗନ୍ନାଥ ମନ୍ଦିର ଠାରେ ଓଡିଆ ନବବର୍ଷ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି lବିଷୁବ ବନ୍ଧୁ ମିଳନ ଉତ୍ସବ କମିଟି, ରାୟଗଡ଼ ଜିଲ୍ଳା ତରଫରୁ କମିଟିର ସଭାପତି ଡ଼ଃ ନିରଞ୍ଜନ ପ୍ରସାଦ ବକ୍ସିପାତ୍ରଙ୍କ ସଭାପତିତ୍ୱରେ ଆଜି ସନ୍ଧ୍ୟା 6 ଘଣ୍ଟିକା ସମୟରେ ରାୟଗଡ଼ ସଦରମହକୁମା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଚଳିତ ବର୍ଷର ଶ୍ରୀ ହନୁମାନ ଜୟନ୍ତୀ ତଥା ବିଷୁବ ସଂକ୍ରାନ୍ତି (ପଣା ସଂକ୍ରାନ୍ତି) ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ଆୟୋଜିତ ହୋଇଯାଇଛି । ଏଥିରେ ଦଳ ମତ ନିର୍ବିଶେଷରେ ରାୟଗଡ଼ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ଚଳିତ ବର୍ଷ ମଧ୍ୟ ବିଗତ ବର୍ଷ ଭଳି ଏହି ଉତ୍ସବ ପାଳନ କରାଯିବ ବୋଲି ସର୍ବସମ୍ମତି କ୍ରମେ ସ୍ଥିର କରାଯାଇଥିଲା। ବୈଠକର ଆରମ୍ଭ ଶ୍ରୀ ଦେବାଶିଷ ଖାଡ଼ଙ୍ଗା କରିଥିବା ବେଳେ ଶ୍ରୀ ରଞ୍ଜନ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶ୍ରୀ ସତ୍ୟ ପାଢ଼ୀ ଓ ଶ୍ରୀ ନାରାୟଣ ପଣ୍ଡା ବିଗତ ବର୍ଷର ଖର୍ଚ୍ଚ ବୀବରଣୀ ପାଠ କରିଥିଲେ । ଏହି ବୈଠକରେ ଶ୍ରୀ ବ୍ରଜ ସୁନ୍ଦର ନାୟକ,ଶ୍ରୀ ସୁନୀଲ ପଣ୍ଡା, ଶ୍ରୀ କିଶୋର ପଣ୍ଡା, ଶ୍ରୀ ପ୍ରଭାକର ଦୋରା, ଶ୍ରୀ ବସନ୍ତ ଉଲାକା, ଶ୍ରୀ ପ୍ରଶାନ୍ତ ତ୍ରିପାଠୀ, ଶ୍ରୀ ଶ୍ୟାମ ଦାଶ, ଶ୍ରୀ ରାଜକିଶୋର ପଣ୍ଡା, ଶ୍ରୀ ବିନୋଦ ପଣ୍ଡା, ଶ୍ରୀ ଅଶୋକ ପଣ୍ଡା, ଶ୍ରୀ ଶିବାଜୀ ଦାଶ, ଶ୍ରୀ ଦୀପକ ପୃଷ୍ଟି, ଶ୍ରୀ ସଂଗ୍ରାମ ପଟ୍ଟନାୟକ, ଶ୍ରୀ ରଶ୍ମି ରଞ୍ଜନ ଦୋରା, ଶ୍ରୀ ଅଜୟ ରଥ, ଶ୍ରୀ ସୁରେଶ ପଣ୍ଡା,ଶ୍ରୀମତି ଶୁଭ୍ରା ପଣ୍ଡା, ଶ୍ରୀମତୀ ମଞ୍ଜୁଳା ମିଣିଆକା ପ୍ରମୁଖଙ୍କ ସମେତ ବହୁ ସକ୍ରିୟ ବୁଦ୍ଧିଜୀବୀ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ରଖିଥିଲେ ଆଜିର ପ୍ରସ୍ତୁତି ବୈଠକରେ ସଭାପତି ଡ଼ଃ ନିରଞ୍ଜନ ପ୍ରସାଦ ବକ୍ସିପାତ୍ରଙ୍କ ସମେତ 70 ରୁ ଅଧିକ ସଦସ୍ୟ ଯୋଗଦେଇଥିଲେ ।ଆସନ୍ତା ବୈଠକ ତା 29.03.2024 (ଶୁକ୍ରବାର) ଦିନ ଆୟୋଜନ ହୋଇ ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯିବା ନେଇ ଆଜିର ବୈଠକରେ ସ୍ଥିର କରାଯାଇଛି । ବୈଠକର ସ୍ଥାନ ନିର୍ଦ୍ଧାରଣ ହେବା ପରେ ଜଣାଇଦିଆଯିବ ବୋଲି ଦେବାଶିଷ କହିଛନ୍ତି l