ଢେଙ୍କାନାଳ,(ଶୁଭମ ପାଣି):ଆଜି ଢେଙ୍କାନାଳ ଜିଲ୍ଲା ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ତାମିଲନାଡୁରୁ ଆସିଲେ ପହଞ୍ଚିଲେ ବୁଲେଟ ରାଣୀ । ମୋଦିଙ୍କ ପାଇଁ ପ୍ରଚାର କରୁଛନ୍ତି ତାମିଲନାଡୁର ଏହି ମହିଳା ରାଜଲକ୍ଷ୍ମୀ ମନ୍ଦା ।”Vote For Nation” ଏହି ନାରାକୁ ଆହ୍ୱାନ କରି ମା ରାଜଲକ୍ଷ୍ମୀ ମଣ୍ଡା ; ଯାହାକୁକି ବୁଲେଟ ରାଣୀ ମଧ୍ୟ କୁହାଯାଏ, ସେ ତାମିଲନାଡୁ ରୁ ଦିଲ୍ଲୀ ଅଭିମୁଖେ ୧୫ଟି ରାଜ୍ୟ ଦେଇ ,୨୧୦୦୦ କିଲୋମିଟର ଗତିପଥ ,୬୫ ଦିବସ ମଧ୍ୟରେ ଅତିକ୍ରମ କରିବେ | ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦୂରଦର୍ଶି ନେତୃତ୍ୱରେ ଯୁବ ପିଢ଼ି ତଥା ମହିଳା ଶକ୍ତି କୁ ଜାଗୃତ କରିବା ପାଇଁ ଏହି ବିରାଟ ଶୋଭାଯାତ୍ରା କରାଯାଉଛି l ଯାତ୍ରା ର ଲକ୍ଷ୍ୟ ହେଉଛି “ପୁନଃ ଭାରତବର୍ଷର ପ୍ରଧାନମନ୍ତ୍ରୀ ମୋଦିଜୀ” | “ମୋ ଭୋଟ ମୋଦିଜୀଙ୍କୁ” ଏହା ଶୋଭାଯାତ୍ରା ର ଆହ୍ୱାନ | ଢେଙ୍କାନାଳ ଗସ୍ତ ଅବସରରେ ଭାରତୀୟ ଜନତା ପାର୍ଟି ର ସକ୍ରିୟ ଯୁବ ତଥା ବରିଷ୍ଠ କାର୍ଯ୍ୟକର୍ତ୍ତା ,ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ପୌର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ଓ ସମସ୍ତ କାଉନସିଲରଙ୍କ ଗହଣରେ ସ୍ବାଗତ ସମ୍ବର୍ଦ୍ଧନା ସହ ଉତ୍ତରୀୟ ଦେଇଥିଲେ ବାଜିଚୈକି ଠାରେ ଏବଂ ବୁଲେଟ ରାଣୀ ସହିଦ ବାଜିରାଉତଙ୍କ ଠାରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ମା ବ୍ରାହ୍ମଣୀ ଦେବୀ ଦର୍ଶନ କରି ଥିଲେ।