ରାୟଗଡା,(ଅମୁଲ୍ୟ ନିଶଙ୍କ):ସାଧାରଣ ଓ଼ ଓଡିଶା ବିଧାନସଭା ନିର୍ବାଚନ ନିମନ୍ତେ ରାୟଗଡ ଜିଲ୍ଲାରେ ଶାନ୍ତପୁର୍ଣ ନିର୍ବାଚନ ଆୟୋଜନ ନିମନ୍ତେ ଜିଲ୍ଲାପ୍ରଶାସନ ଉଦ୍ୟମ ଜାରିରଖିଛି ।ଜିଲ୍ଲାର ଗୁଣୁପୁର ନିର୍ବାଚନ ମଣ୍ଡଳୀ, ଵିଷମ କଟକ ନିର୍ବାଚନ ମଣ୍ଡଳୀ ଓ଼ ରାୟଗଡ ନିର୍ବାଚନ ମଣ୍ଡଳୀରେ ଉଭୟ ଲୋକସଭା ଓ଼ ବିଧାନସଭା ନିମନ୍ତେ ଆସନ୍ତା ୧୩ ମଇ ରେ ଭୋଟ ଗ୍ରହଣ କରାଯିବ l ଏହାକୁ ସୁରୁଖୁରୁରେ ଭାବରେ ଆୟୋଜନ ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମନୋଜ ସତ୍ୟବାନ ମହାଜନଙ୍କ ତତ୍ୱବଧାନରେ ସ୍ଥାନୀୟ ଜିଲ୍ଲପରିଷଦ ସମ୍ମିଳନୀ କକ୍ଷରେ ସମୋନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି l
ବୈଠକରେ ରାୟଗଡ ଆରୋକ୍ଷୀ ଅଧିକ୍ଷକ ଶ୍ରୀ ହରିଶ ବି.ସି., ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ,ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝୀ,ଜିଲ୍ଲାମୁଖ୍ୟ ବିକାଶ ତଥା କାର୍ଯ୍ୟ ନିର୍ବାହୀ, ଜିଲ୍ଲାପରିଷଦ ରାୟଗଡ, ନିହାର ରଞ୍ଜନ କହଁର,ଉପ ଜିଲ୍ଲାପାଳ କଲ୍ୟାଣି ସଂଘମିତ୍ରା ଦେବୀ, ଗୁଣପୁର ଉପ ଜିଲ୍ଲାପାଳ କିରଣଦୀପ କୌର,ଅତିରକ୍ତ ଆରୋକ୍ଷୀ ଅଧିକ୍ଷକ ବିଷ୍ଣୁ ପ୍ରସାଦ ପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଯୋଗଦେଇଥିଲେ । ଏହି ବୈଠକରେ ମୁଖ୍ୟତଃ ଚାଳିତ ନିର୍ବାଚନ ପରିପ୍ରେକ୍ଷିରେ ପୋଲିସ ଓ଼ ମାଝିଷ୍ଟ୍ରେଟ ମାନଙ୍କ ମଧ୍ୟରେ ସମୋନ୍ୱୟ ଆବଶ୍ୟକତା ନିହାତି ଜରୁରୀ ବୋଲି ଜିଲ୍ଲାପାଳ କହିଛନ୍ତି l ବିଶେଷ କାରୀ ନିର୍ବାଚନ ପୂର୍ବରୁ ଓ଼. ପରେ କଡାକଡି ଯାଞ୍ଚ ହେବ l ଅଧିକାରୀ ମାନେ ମିଳିତ ଭାବରେ ଚଢ଼ାଉ କରିବେ l ପ୍ରତ୍ୟେକ ବୁଥ ବୁଲି ତାହାର ସବୁ ସ୍ଥିତି ପରୀକ୍ଷି ବେ ଏବଂ ସେଠାରେ ପୋଲିଙ୍ଗ ପାର୍ଟି ରହିବା ସୁବିଧା, ବିଦ୍ୟୁତ, ପାଇଖାନା ଓ଼ ଜଳ ଯୋଗାଣ ବ୍ୟବସ୍ଥା ଅଛି ନା ନାହିଁ ପରଖିବେ ବୋଲି ଜିଲ୍ଲାପାଳ କହିଛନ୍ତି l ଏହି ବୈଠକରେ ଜିଲ୍ଲାର , ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର,, ଡେପୁଟି କଲେକ୍ଟର ସୂର୍ଯ୍ୟମଣି ଭୋଇ, ସହକାରୀ ଜିଲ୍ଲାପାଳ ମୃତ୍ୟୁଞ୍ଜୟ ବରାଳ ବିଭିନ୍ନ ଥାନାର ପୋଲିସ ଅଧିକାରୀ ମାନେ କିପରି ବ୍ୟବସ୍ଥିତ ଭାବେ ନିର୍ବାଚନ କେନ୍ଦ୍ରରୁ ବୁଥ ପର୍ଯ୍ୟନ୍ତ ଯିବେ,l.ଭୋଟ ଗ୍ରହଣ ଦିନ ଶାନ୍ତି ଶୃଙ୍ଖଳା ସହ ଭୋଟ ଦାନ ପ୍ରକ୍ରିୟା କିପରି କରି ପାରିବେ, ସେକ୍ଟର ଅଧିକାରୀଙ୍କ ସହ ଯୋଗାଯୋଗ କରି ପୋଲିଙ୍ଗ ସମୟରେ ପ୍ରତି ଦୁଇ ଘଣ୍ଟାକୁ ଥରେ ସୂଚନା ଦେବାକୁ ଜିଲ୍ଲାପାଳ କହିଥିଲେ l