ରାୟଗଡା,(ଅମୁଲ୍ୟ ନିଶଙ୍କ) : ରାୟଗଡା ଜ଼ିଲ୍ଲା ର ସମ୍ମାନସ୍ପଦ ବିଧାନସଭା କ୍ଷେତ୍ର ରାୟଗଡା ହେଉଛି ବିଜେଡି ପାଇଁ ଗୁରୁତ୍ୱ ପୂର୍ଣ୍ଣ ବହନ କରୁଛି l ରାୟଗଡା ବିଧାନସଭା କ୍ଷେତ୍ର ର ମାନ୍ୟତା ପାଇବା ପର ଠାରୁ 16 ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି ସେଥି ମଧ୍ୟରୁ କଂଗ୍ରେସ 11 ଥର, ବିଜେଡି 3 ଥର ସ୍ୱତନ୍ତ୍ର ପାର୍ଟି 1 ଥର ଓ ସ୍ୱାଧୀନ ପ୍ରାର୍ଥୀ 1 ଥର ନିର୍ବାଚିତ ହୋଇ ଆସିଛନ୍ତି l ଆଗାମୀ ସାଧାରଣ ନିର୍ବାଚନ 2024 ରେ ରାୟଗଡା ବିଧାନସଭା ନିର୍ବାଚନ କ୍ଷେତ୍ର ରୁ କାଶୀପୁର ବ୍ଲକ ର 133 ଗୋଟି ବୁଥ ରାୟଗଡା ବ୍ଲକ ର 114 ଗୋଟି ବୁଥ ଓ ରାୟଗଡା ପୌର ପରିଷଦ ର 54 ଗୋଟି ବୁଥ ସର୍ବମୋଟ 301 ବୁଥ ରୁ ପୁରୁଷ ଭୋଟର 118323 ମହିଳା ଭୋଟର 132146 ଓ ତୃତୀୟ ଲିଙ୍ଗି ଭୋଟର 97 ଏହିପରି ସର୍ବମୋଟ ଭୋଟର 250566 ଜଣ ନିଜ ମତ ସାବ୍ୟସ୍ତ କରିବେ l ଏହି ଭୋଟର ଙ୍କ ଉପରେ ବିଜେଡି, ବିଜେପି, କଂଗ୍ରେସ ଅଥବା ସ୍ୱାଧୀନ ପ୍ରାର୍ଥୀ ଙ୍କ ଭାଗ୍ୟ ନିର୍ଧାରଣ କରିବେ l ସୂଚନା ଯୋଗ୍ୟଯେ ଏହିଠାରୁ ବିଧାୟକ ଭାବେ କମାୟା ମଣ୍ଡାଙ୍ଗୀ 1951 ଓ 1957 ରେ କଂଗ୍ରେସ ରୁ ମୂଷୁରୀ ସାନ୍ତା ପାଙ୍ଗି 1961 ରେ କଂଗ୍ରେସ ରୁ ଅନନ୍ତ ରାମ ମାଝୀ 1967 ରେ କଂଗ୍ରେସ ରୁ ହିମାରୁକା ରୁକୁଣା 2971 ରେ ସ୍ୱତନ୍ତ୍ର ପାର୍ଟି ରୁ ରାମଚନ୍ଦ୍ର ଉଲାକା 19974 ରୁ 1995 ପର୍ଯ୍ୟନ୍ତ କଂଗ୍ରେସ ରୁ ଲାଳବିହାରୀ ହିମରିକା 2000 ରର ବିଜେଡି ରୁ ରାମଚନ୍ଦ୍ର ଉଲାକା 2004 ରେ କଂଗ୍ରେସ ରୁ ଲାଳବିହାରୀ ହିମରିକା 2009 ଓ 2014 ରେ ଓ ମକରନ୍ଦ ମୁଦୁଲି 2019 ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାୟକ ଭାବେ ନିର୍ବାଚିତ ହୋଇ ଆସିଛନ୍ତି l କିନ୍ତୁ ସମସ୍ତ ରାଜନୈତିକ ଦଳ ଓ ଜନସାଧାରଣ ଙ୍କୁ ଚକିତ କରି ଜାତୀୟ ଦଳ ମାନଙ୍କୁ ପଛରେ ପକାଇ ପ୍ରଥମ କରି ସ୍ୱାଧୀନ ପ୍ରାର୍ଥୀ ଭାବେ ମକରନ୍ଦ ମୁଦୁଲି ବିଧାୟକ ଭାବର ନିର୍ବାଚିତ ହୋଇଥିଲେ l ଗତ 2019 ନିର୍ବାଚନ ରର ଏହି ବିଧାନସଭା କ୍ଷେତ୍ର କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ର ଜ଼ିଲ୍ଲା ସ୍ତରୀୟ ଓ ରାଜ୍ୟ ସ୍ତରୀୟ ତୁଙ୍ଗ ନେତା ନିର୍ବାଚନ ପ୍ରଚାର ଓ ରଣ କୌଶଳ ସମ୍ପୂର୍ଣ୍ଣ ଭାବେ ଫେଲ ମାରିଲା ଅନ୍ୟ ବିଜେପି ଓ କଂଗ୍ରେସ ନେତା ଙ୍କ ପ୍ରଚାର ମଧ୍ୟ୍ୟ କିଛି କାମ କରିଲା ନାହିଁ l ସମଗ୍ର ରାଜ୍ୟରେ ବିଜେଡି ର ନବୀନ ପଟ୍ଟନାୟକ ଙ୍କ ହାୱା ଓ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ହାୱାଚାଲିଥିବା ବେଳେ ଏହି ରାୟଗଡା ବିଧାନସଭା କ୍ଷେତ୍ରରେଏହି ହାୱା କିଛି କାମ କରିପାରିନଥିଲା ସ୍ୱାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ l ଗତ 2019 ନିର୍ବାଚନ ରେଏହି ଆସନ ରୁ ସ୍ୱାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲି 52844, ଲାଳବିହାରୀ ହିମରିକା ବିଜେଡି ର 47974, ଆପାଳସ୍ୱାମୀ କାଡ୍ରକା କଂଗ୍ରେସ ର 39657 ଓ ବସନ୍ତ ଉଲାକା ବିଜେପି ର 24425 ଖଣ୍ଡ ଭୋଟ ପାଇଥିଲେl 4870 ଖଣ୍ଡ ଭୋଟ ବ୍ୟବଧାନ ରର ମୁଦୁଲି ବିଜୟ ହୋଇଥିଲେ l ଗତ ନିର୍ବାଚନ ରେ ବିଭିନ୍ନ ଦଳ ର ପ୍ରାର୍ଥୀ ଚୟନ ଓ ବିଜେଡି ଓ କଂଗ୍ରେସ ଦଳ ର ଗୋଷ୍ଠି କନ୍ଦଳ ପାଇଁ ସ୍ୱାଧୀନ ପ୍ରାର୍ଥୀ ବିଜୟ ହୋଇପାରିଥିଲେ ବୋଲି ସେହି ସମୟ ରୁ ଜନସାଧାରଣ ଆଲୋଚନା କରିଆସୁଛନ୍ତି l ଏହି ଆସନ କୁ ନିଜ ଅକ୍ତିଆର କୁ ଆଣିବା ପାଇଁ ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ଙ୍କ ନେତୃତ୍ୱ ରେ ପ୍ରଥମେ କେରଡା, ପରେ ଅମ୍ଳଭାଟା, କୁମ୍ଭୀକୋଟ ଠାରେ ନିଜର କର୍ମୀ ସମ୍ମିଳନୀ କରି ଦଳ କୁ ମଜବୁତ ଜାରିବା ସହିତ କାଶୀପୁର ବ୍ଲକ ର ବହୁ ବିଜେପି ଓ କଂଗ୍ରେସ କର୍ମୀ ଙ୍କୁ ବିଜେଡି ସାମିଲ କରିବାରେ ସକ୍ଷମ ହୋଇପାରିଛନ୍ତି ଏନ ଭାସ୍କର ରାଓ l ଗତ 2022 ରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଓ ପୌର ନିର୍ବାଚନ ରେ ଭାସ୍କର ରାଓ ଙ୍କ ଗୋଟି ଚାଳନା ଲାଗି କାଶୀପୁର ବ୍ଲକ ଅଧକ୍ଷ ଓ ଉପାଦକ୍ଷ ଓ ରାୟଗଡା ପୌର ପରିଷଦ ର ଅଧକ୍ଷ ଓ ଉପାଦକ୍ଷା ପଦବି ହାସଲ କରିପାରିଛି l ସେଥିପାଇଁ ବିଜେଡି ଦଳ ଆସନ୍ତା ନିର୍ବାଚନ ରେ ରାୟଗଡା ରୁ ବିଜେଡି ପ୍ରାର୍ଥୀ ବିଜୟ ସୁନିଶ୍ଚିତ ବୋଲି ଆଶା ରଖିଛନ୍ତି କିନ୍ତୁ କଂଗ୍ରେସ ମଧ୍ୟ୍ୟ ପଛରେ ନାହିଁ ସାଂସଦ ସପ୍ତଗିରି ଉଲାକା ପିସିସି ସଭାପତି ଶରତ ପଟ୍ଟନାୟକ ଙ୍କ ବାରମ୍ବାର ରାୟଗଡା ଗସ୍ତ କରି ବିଭିନ୍ନ ସ୍ଥାନ ରର ସଭାସମିତି ମାନ କରି ଲୋକ ସମ୍ପର୍କ ରେ ଲାଗିପଡିଛି ଏଥିରୁ ବିଜେପି ମଧ୍ୟ୍ୟ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ର ସୁଫଳ ବାର୍ତ୍ତା ନେଇ ପ୍ରତ୍ୟକ ଗାଁ କୁ ଗାଁ ବୁଲି ଲୋକଙ୍କୁ ମୋଦିଙ୍କ ଯୋଜନା ମାନ ବିଷୟରେ ବୁଝାଉଛନ୍ତି l ଏହି ସବୁ ମଧ୍ୟରେ ବର୍ତମାନ ର ସ୍ୱାଧୀନ ବିଧାୟକ ମୁଦୁଲି ମଧ୍ୟ୍ୟ ପଛରେ ନାହାନ୍ତି ସେ ମଧ୍ୟ୍ୟ ପ୍ରତ୍ୟକ ଭୋଟର ପାଖକୁ ଯାଇ କହୁଛନ୍ତି ଆପଣ ମାନେ ମୋତେ ସ୍ୱାଧୀନ ପ୍ରାର୍ଥୀ ଭବେ ନିର୍ବାଚିତ କରାଇଥିଲେ ମୁଁ ଆପଣଙ୍କ କାମ ଓ ଅଞ୍ଚଳ ର ବିକାଶ ପାଇଁ ବିଭିନ୍ନ ସମୟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ମନ୍ତ୍ରୀଙ୍କ ସହିତ ମିଶି ଅଞ୍ଚଳ ର ବିକାଶ କରିଛି ସେଥିପାଇଁ ମୋତେ ବହୁତ ସମୟରେ ଲୋକେ ମୁଦୁଲି ବିଜେଡି ରେ ମିଶିଗଲା ଟା କିଏ କହୁଛି ଭିଜେପି ରର ମିଶି ଗଲା ବୋଲି କିନ୍ତୁ ମୁଁ ଅଞ୍ଚଳ ର ବିକାଶ ପାଇଁ କାମ କରୁଛି ବୋଲି ଲୋକଙ୍କ ଠାରେ କହୁଥିବାର ଦେଖିବାକୁ ମିଳୁଛି l କିନ୍ତୁ ଏହି ସବୁ ମଧ୍ୟରେ ସବୁ ଦଳ ରେ ଟିକେଟ ଆଶାୟୀ ଙ୍କ ସଂଖ୍ୟା ବହୁତ କଂଗ୍ରେସ ର ଆପ୍ସଲ ସ୍ୱାମୀ କାଡ୍ରକା, ପପୁ ମାଝୀ, ଏହିପରି ବିଜେଡି ର ପୂର୍ବତନ ମନ୍ତ୍ରୀ ଲାଳବିହାରୀ ହିମରିକା, ପୂର୍ବତନ ଜ଼ିଲ୍ଲା ପରିଷଦ ଅଧକ୍ଷ ରାୟଗଡା ଝୋନ ଗଙ୍ଗାଧର ପୁଆଲା, ସ୍ୱତନ୍ତ୍ର ଉନୟନ ପରିଷଦ ଅଧକ୍ଷା ଅନୁସୟା ମାଝୀ ଓ ବିଜେପି ର ପ୍ରାତପ ପୁଆଲା, ବସନ୍ତ ଉଲାକା, କାଳିରାମ ମାଝୀ ଙ୍କ ନାମ ବିଧାୟକ ରେଶ ରେ ଥିବା ଶୁଣିବାକୁ ମିଳୁଛି l ରାଜ୍ୟ ବିଜେଡି ବିଜେପି ମେଣ୍ଟ ହୁଏ ସେ ଉପରେ ନିର୍ଭର କରୁଛି ଏହି ଆସନ କାହାର ଭାଗ କୁ ବିଜେଡି ନା ବିଜେପି କୁ ଯିବ ବୋଲି ଉଭୟ ଦଳ ର କର୍ମୀ ଉତ୍କଣ୍ଠା ର ସହ ଅପେକ୍ଷାରେ ଅଛନ୍ତି l କିନ୍ତୁ ବିଜେଡିଦଳ ପୂର୍ବତନ ରାଜ୍ୟ ସଭା ସାଂସଦ ଏନ ଭାସ୍କର ରାଓ ଙ୍କ ପାଇଁ ଏହି ଆସନ ଟି ଅତି ସମ୍ମାନ ରକ୍ଷା କରୁଛି ସେଥିପାଇଁ ବିଜେଡି ଦଳ କୁ ବିଜୟ ପାଇଁ ଲାଗିପଡିଛନ୍ତି ବିଜେଡି ର କର୍ମୀ ନେତା ମାନେ l