ତରଭା ଗ୍ରାମରେ ରାମ ଚରିତ ମାନସ କଥାମୃତ

ଢେଙ୍କାନାଳ,୧୭/୩(ଶୁଭମ ପାଣି): ସଦର ବ୍ଲକ୍ ଅନ୍ତର୍ଗତ ତରଭା ଗ୍ରାମର ହନୁମାନ ପାହାଡ ଉପରେ ଆଜକୁ ପ୍ରାୟ ୭ ବର୍ଷ ଧରି ପାଳନ ହୋଇଆସୁଥିବା ଶ୍ରୀ ଶ୍ରୀ ରାମ ଚରିତ ମାନସ କଥାମୃତ ଚଳିତ ବର୍ଷ ମହାଆଡମ୍ବର ସହିତ ପାଳନ ହେଉଅଛି । ଗତ ୧୫ ତାରିଖରେ ଆରମ୍ଭ ହୋଇ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପ୍ରବକ୍ତା ପ୍ରତାପ ନନ୍ଦ, ସୁଶ୍ରୀ ତପସିନୀ ପାଢୀ, ସୁଶ୍ରୀ ରିନାରାଣୀ ନାୟକଙ୍କୁ ନେଇ ରାମ ଚରିତ ମାନସ କଥାମୃତ ଅନୁଷ୍ଠିତ ହେଉଅଛି । ଏହି କାର୍ଯ୍ୟକ୍ରମରେ ତରଭା ଗ୍ରାମର ମୁଖ୍ୟ ଉପଦେଷ୍ଟା ବିପିନ ସାଇଁ ଏବଂ ସହଯୋଗୀ ଅମ୍ବୁଜ ରାଉତ, ଯମ୍ବେଶ୍ବର ବିଶ୍ଵାଳ, ପ୍ରମୋଦ ସାଇଁ, ଦେବରାଜ ବିଶ୍ଵାଳ, ସମୀର ସାଇଁ, ଅଭୟ ସାଇଁ, ଜଗନ୍ନାଥ ବେହେରା ପ୍ରମୁଖ ସହଯୋଗ କରୁଛନ୍ତି ।