ଢେଙ୍କାନାଳ,(ଶୁଭମ ପାଣି): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଢେଙ୍କାନାଳ ଜିଲ୍ଲା ରାଷ୍ଟ୍ରୀୟ କଳାମଂଚର ପ୍ରତିଭା ସଂଗମ କାର୍ଯ୍ୟକ୍ରମ ସ୍ଥାନୀୟ ଲେଖକ ସଂସଦ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି । କଳା କ୍ଷେତ୍ରରେ ରୁଚି ରଖୁଥିବା ଜିଲ୍ଲାର ସମସ୍ତ ମହାବିଦ୍ୟାଳୟରୁ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡା. ଶାନ୍ତିଭୂଷଣ ପଣ୍ଡା, ସମ୍ମାନିତ ଅତିଥି ଭାବେ ଉଷାରାଣୀ ଦାସ, ଏବିଭିପିର ବିଭାଗ ପ୍ରମୁଖ ମୁରଲୀ କିଶୋର ଜେନାମଣି, ଜିଲ୍ଲା ସଂଯୋଜକ ଅରୂପ ପଟ୍ଟନାୟକ, ଶିଳ୍ପୀ ପରେଶ ପଟ୍ଟନାୟକ, ଅଧ୍ୟାପକ ସମୀର କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏହି ପ୍ରତିଭା ସଙ୍ଗମ ଏକକ ନୃତ୍ୟ, ଦଳଗତ ନୃତ୍ୟ, ଏକକ ସଙ୍ଗୀତ, ରଙ୍ଗୋଲି, ପାରମ୍ପରିକ ବେଶଭୂଷା, ନାଟକ, ଏକକ ଅଭିନୟ, ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହିତ ପୁରସ୍କୃତ କରାଯାଇଥିଲା । କଳା କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ଆଗକୁ ଯିବା ପାଇଁ ଶିଳ୍ପୀ ଶ୍ରୀ ପଟ୍ଟନାୟକ ମାର୍ଗଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଏବିଭିପିର ସମସ୍ତ କାର୍ଯ୍ୟକର୍ତା ସହଯୋଗ କରିଥିଲେ ।