ଗୁଣୁପୁର ବିଧାନସଭା ନିମନ୍ତେ ବିଭିନ୍ନ ଦଳ ର ୟୁବ ପ୍ରାର୍ଥୀ ଟିକେଟ ଅପେକ୍ଷାରେ

ରାୟଗଡା,୧୪.୦୩(ଅମୁଲ୍ୟ ନିଶଙ୍କ):କୋରାପୁଟ ଲୋକସଭା ସାଂସଦ କ୍ଷେତ୍ରରେ ରାୟଗଡା ଜ଼ିଲ୍ଲା ର ଗୁଣୁପୁର ବିଧାନସଭା ନିର୍ବାଚନୀ ମଣ୍ଡଳୀ ବହୁ ଗୁରୁତ୍ୱ ପୂର୍ଣ୍ଣ ବହନ କରୁଛି l କଂଗ୍ରେସ ର ଅଭେଦ୍ୟ ଗଡ଼ କୁହାଯାଉଥିବା ଗୁଣୁପୁର ନିର୍ବାଚନ ମଣ୍ଡଳୀ କୁ ବିଜେଡି ଗତ 2009 ନିର୍ବାଚନ ରୁ ଲଗାତର ନିଜ ଅକ୍ତିୟାର ରର ରଖିଛି l ବିଜେଡି ଗତ 2009 ନିର୍ବାଚନ ରୁ ଏହି ଏହି ଠାରେ ବିଧାୟକ ପ୍ରାର୍ଥୀ ଙ୍କୁ ବଦଳାଇ ଆସୁଛି l ଏଥିପାଇଁ ଦଳ ରେ ବହୁ ଆଶାୟୀ ପ୍ରାର୍ଥୀ ଲବିରେ ଦେଖିବାକୁ ମୁଳୁଛି l ପଦ୍ମପୁର ବ୍ଲକ ପୂର୍ବତନ ଜି ଆର ଏସ ଓ ପୂର୍ବତନ ବ୍ଲକ ଅଧକ୍ଷ ରମାକାନ୍ତ ମାଝୀ ଗୁଣୁପୁର ରୁ ବିଜେଡି ଟିକେଟ ପାଇଁ ଦରଖାସ୍ତ କରି ନିଜର ଲବି ଆରମ୍ଭ କରିଦେଇଛନ୍ତି l ସୂଚନା ଯୋଗ୍ୟଯେ 2009 ରେ ବିଜେଡି ର ରାମ ମୂର୍ତ୍ତିମଟିକା 41,687 ଭୋଟ ପାଇଥିବା ବେଳେ କଂଗ୍ରେସ ର ଶିଶିର ଗମାଙ୍ଗ 22,938 ଭୋଟ ପାଇଁ ଥିଲେ ରାମ ମୂର୍ତ୍ତିମଟିକା ବିଜୟ ହାସଲ କରିଥିଲେ l2014 ରେ ବିଜେଡି ର ତ୍ରିନାଥ ଗମାଙ୍ଗ 59527 ଭୋଟ ପାଇଥିଲେ କଂଗ୍ରେସ ର ପୁରୁଷୋତ୍ତମ ଗମାଙ୍ଗ 52141 ଭୋଟ ପାଇଥିଲେ ତ୍ରିନାଥ ବିଜୟ ହୋଇଥିଲେ l2019 ରେ ବିଜେଡି ର ରଘୁନାଥ ଗମାଙ୍ଗ 48839 ଓ କଂଗ୍ରେସ ର ପୁରୁଷୋତ୍ତମ ଗମାଙ୍ଗ 42569ଭୋଟ ପାଇଥିଲେ ରଘୁନାଥ ବିଜୟ ହୋଇଥିଲେ l 2019 ନିର୍ବାଚନ ରର ତ୍ରିନାଥ ଗମାଙ୍ଗ କୁ ବିଜେଡି ଟିକେଟ ନ ଦେବାରୁ ଶ୍ରୀ ସ୍ୱାଧୀନ ଭାବେ ଲଢ଼ି 26321 ଭୋଟ ପାଇଥିଲେ l ବିଗତ ତିନିଥର ର ଇତିହାସ ଦେଖିଲେ ବିଜେଡି ପ୍ରତି ନିର୍ବାଚନ ରର ଗୁଣୁପୁର ରେ ନୂତନ ପ୍ରାର୍ଥୀ ନିର୍ବାଚନ ମୈଦାନ ରେ ଠିଆ କରାଉଛି ସେଥିପାଇଁ ଉଦ୍ୟମାନ ଯୁବକ ରମାକାନ୍ତ ମାଝୀ ଚନ୍ଦ୍ରପୁର ଗୁଡାରି ପଦ୍ମପୁର ରାମନାଗୁଡ଼ା ବ୍ଲକ ଗସ୍ତ କରି ଲୋକ ସମ୍ପର୍କ ଯୋଡିବାରେ ଲାଗିପଡିଛନ୍ତି l କଂଗ୍ରେସ ମଧ୍ୟ୍ୟ ବର୍ତ୍ତମାନ ପଛରେ ନାହିଁ କଂଗ୍ରେସ ବର୍ତ୍ତମାନ ଭିଜେଡି ଠାରୁ ଏହି ଗୁଣୁପୁର ବିଧାନସଭା ନିଜ ଅକ୍ତିଆର କୁ ନେବାପାଇଁ ଆପ୍ରାଣ ଚେଷ୍ଟା ଚଳେଇ ଆସୁଛି l ଗୁଣୁପୁର ର କଂଗ୍ରେସ ବିଧାୟକ ଆଶାୟୀ ପ୍ରାର୍ଥୀ ସତ୍ୟଜିତ ଗମାଙ୍ଗ, ଜଗରାଙ୍ଗ,ରାୟଗଡା ଆସି ପି ସି ସି ରାଜ୍ୟ ସଭାପତି ସୁରଶ ପଟ୍ଟନାୟକ, କଂଗ୍ରେସ ରାଜ୍ୟ ପ୍ରଭାରୀ ଅଜୟ କୁମାର ଓ ରାଜ୍ୟ ନିର୍ବାଚନ କମିଟି ସଭାପତି ବିଜୟ ପଟ୍ଟନାୟକ ଙ୍କୁ ରାୟଗଡା ଗସ୍ତ ସମୟ ରେ ମିଶିଥିଲେ l ଏହି ବିଷୟରେ ଆମେ ବର୍ତମାନ ରଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଙ୍କ ପ୍ରତିକ୍ରିୟା ପଚାରିବାରୁ ସେ କେମେରା ସାମ୍ନାରେ କିଛି କହିବାକୁ ମନା କରିଦେଲେ l ରାଜ୍ୟରେ ବର୍ତମାନ ମେଣ୍ଟ ଚର୍ଚ୍ଚା ଚାଲିଛି ସେଥିପାଇଁ ମୁଁ କିଛି କହିବା ଠିକ ହେବ ନାହିଁ ମୁଁ ବିଧାୟକ ଟିକେଟ ଲବି ରର ନାହିଁ ମୁଖ୍ୟମନ୍ତ୍ରୀ ମୋତେ ଯେଉଁ ଦାୟିତ୍ୱ ଦେବେ ତାହା ମୁଁ କରିବି ବୋଲି କହିଥିଲେ l ଏହି ପରିପେକ୍ଷ ରେ ଆମେ ଆଶାୟୀ ପ୍ରାର୍ଥୀ ରମାକାନ୍ତ ମାଝୀ ଙ୍କୁ ପଚାରି ବାରୁ ସେ କହିଲେ ଜ୍ୱର ମୁଁ ଦରଖାସ୍ତ କରିଛି ଯଦି ମୁଖ୍ୟମନ୍ତ୍ରୀ ଟିକେଟ ଦିଅନ୍ତି ନିଶ୍ଚିତ ଲଢ଼ିବି କିନ୍ତୁ ଟିକେଟ ମିଳିଲେ ଖୁଶୀ ନ ମିଳିଲେ ଖୁଶୀ ବୋଲି କହିଛନ୍ତି l