ରାୟଗଡା,(ଅମୁଲ୍ୟ ନିଶଙ୍କ ) : ରାୟଗଡା ଜ଼ିଲ୍ଲା ରେ ଯେପରି ଭାବେ ବାଲ୍ୟ ବିବାହ ଚାଲିଛି ଏହି ବାଲ୍ୟ ବିବାହ କୁ ରୋକିବା ପାଇଁ ସଚେତନତା ସୃଷ୍ଟି କରିବା ଓ ଠିକ ବୟସ ରେ ବିବାହ କରିବା ନିମନ୍ତେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି l ବିଶେଷ କରି ସଚେତନତା ଅଭାବରୁ ଆଦିମ ଅଧିବାସୀ ସମ୍ପ୍ରଦାୟ ର ବ୍ୟକ୍ତି ମାନେ ଖୁବ କମ ବୟସରେ ଉଭୟ ପୁଅ ଓ ଝିଅ ଙ୍କୁ ବିବାହ କରିଦେଇଥାନ୍ତି l ଏହା କୁ ରୋକିବା ପାଇଁ ଆମେ ଆମେ ସମସ୍ତ ଆଗେଇ ଆସିବା କୁ ପଡିବ ବୋଲି ଅତିଥି ମାନେ ମତ ରଖିଥିଲେ l ସଠିକ ବୟସ ପରେ ବିବାହ କରିଥିବା ଡଙ୍ଗରିଆ କନ୍ଧ-ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ର ୧୨ଜଣ ଦମ୍ପତିଙ୍କୁ ଜଣକ ପିଛା୨୦,୦୦୦/- କୋଡ଼ିଏ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଓପିଲିପି, ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ତରଫରୁ ମାନ୍ୟବର ଅନୁସୂଚିତ ଜନଜାତି, ଜାତି ଉନ୍ନୟନ ଓ ଆଇନ ବିଭାଗ, ଓଡ଼ିଶା ସରକାର ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଯୋଗ ଦେଇ ପ୍ରୋହ ଛନ ରାଶି ବଣ୍ଟନ କରିଥିଲେ l
ଉକ୍ତ କାର୍ଯ୍ୟକ୍ରମରେ ଆମ ଓଡ଼ିଶା ନବୀନ ଓଡିଶା ଜିଲ୍ଲା ସଂଯୋଜକ ପି.ଗୌରୀ ପ୍ରସାଦ,କୋଲନରା ଜିଲ୍ଲା ପରିଷଦ ସଭ୍ୟ ଧବଳେଶ୍ବର ନାଇଡୁ କୁର୍ଲି ସରପଞ୍ଚ ସୁବବର୍ଦ୍ଧିନୀ ୱାଡ଼କା, ସ୍ୱତନ୍ତ୍ର ଅଧିକାରୀ ଜଗତ ଜୀବନ ବଗର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ।ଓପିଲିପି ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଢ଼ୀ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ।