ଗୁଡାରି ଓ ବିଦଷମକଟକ ବ୍ଲକ ରୁ ବହୁ ପରିବାର ବିଜେଡି ରେ ମିଶିଲେ

ରାୟଗଡା,୦୯.୦୩(ଅମୁଲ୍ୟ ନିଶଙ୍କ):ରାୟଗଡା ଜ଼ିଲ୍ଲା ର ଗୁଡାରିବ୍ଲକ ଓ ବିଷମକଟକ ବ୍ଲକ ବହୁ ପରିବାର ବିଜେଡି ରେ ଯୋଗ ଦାନ କରିଥିବାର ଦେଖିବାକୁ ମିଳିଛି lରାୟଗଡା ଜ଼ିଲ୍ଲା ବିଜେଡ଼ି ସଭାପତି ସୁଧୀର ଦାସ ଙ୍କ ନେତୃତ୍ୱ କୁ ଆଶା ଭରସା କରି ଗୁଡାରି ବ୍ଲକ ର ବିଭିନ୍ନ ପଂଚାୟତ ଓ ବିଷମକଟକ ବ୍ଲକ ବାଟିଗୁମ୍ମା ଗାଁ ର ପ୍ରାୟ 75 ପରିବାର ବିଜେଡି ରେ ମିସିଛନ୍ତି l ଗୁଡାରି ବ୍ଲକ ର ବାଇନଗୁଡା ଠାରୁ ଏକ ବିରାଟ ମୋଟର ସାଇକେଲ ରାଲି ଜ଼ିଲ୍ଲା ବିଜେଡି ସଭାପତି ସୁଧୀର ଦାସ ଙ୍କ ନେତୃତ୍ୱ ରେ ବାହାରି ବଂଶୀଧାରା ନଦୀ ଦେଇ ଗୁଡାରି ସହର ପରିକ୍ରମା କରି ମୁଦୁଲୁପଡ଼ୁ ଆମ୍ବତୋଟା ରେ ପହଞ୍ଚିଥିଲା l ଏହି ତୋଟା ରେ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ଗୁଣୁପୁର ବିଧାୟକ ରଘୁନାଥ ଗୋମଙ୍ଗ ଯୋଗ ଦେଇ ସରକାର ଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ମାନେ ଉପସ୍ଥିତ ଜନସାଧାରଣ ଙ୍କୁ ବୁଝାଇଥିଲେ l ସୁଧୀର ଦାସ ଙ୍କ ବଳିଷ୍ଠ ନେତୃତ୍ୱ ତଥା ଦୃଢସଂଗଠନ ଓ ବିଧାୟକ ଙ୍କ ଲୋକପ୍ରିୟତା ପ୍ରତି ଗୁଡାରି ବ୍ଲକ ବିଭିନ୍ନ ପଂଚାୟତ ର ଲୋକେ ଆକୃଷ୍ଟ ହୋଇ ବିଜେଡି ସାମିଲ ହୋଇଥିଲେ l ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଛାତ୍ର ଜନତା ଉପସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା ପିଙ୍କୁ ଭାଇ, କେଦାର ସାହୁ, ସନ୍ତୋଷ ମହାନ୍ତି, ସୁବାଷ ଗୌଡ଼ ଓରଫ ଟୁନା ଗୌଡ଼ ଗୁଡାରି ବ୍ଲକ ଉପାଦକ୍ଷ ବିଶ୍ୱନାଥ ଶବର ଉପସ୍ଥିତ ଥିଲେ l ଠିକ ସେହିପରି ବାଟିଗୁମ୍ମା ଗାଁ ର ବହୁଜନ ସମାଜ ଦଳ ର କର୍ମୀ ସମତେ ସମସ୍ତ ଗ୍ରାମବାସୀ ବିଜେଡି ଦଳରେ ସାମିଲ ହୋଇଛନ୍ତି l ଦଳୀୟ ଉତ୍ତରୀୟ ଦେଇ ଦଳ କୁ ସ୍ୱାଗତ କରାଯାଇଥିଲା l ଓଡିଶା ର ମୁଖ୍ୟମନ୍ତ୍ରୀ ଜନଜାତି ପରିବାର ପାଇଁ ଯୋଗାଇଦେଉଥିବା ସୁବିଧା, ସୁଯୋଗ ଓ ଜନହିତକର ଯୋଜନା ପ୍ରତି ଆଗ୍ରହ ପ୍ରକାଶ କରି ଲୋକେ ବିଜେଡି ରେ ଯୋଗ ଦେଇଥିବା କହିଛନ୍ତି l କୁର୍ଲି ସରପଞ୍ଚ ସୁବର୍ଦ୍ଧନୀ ୱାଡାକା ଙ୍କ ନେତୃତ୍ୱ ରର ଏହି ଗ୍ରାମ ବାସି ବିଜେଡି ରେ ଯୋଗ ଦାନ କରିଛନ୍ତି l ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ବିଜେଡି ସଭାପତି ସୁଧୀର ଦାସ, ଵିଷମକଟକ ବ୍ଲକ ବିଜେଡି ସଭାପତି ଦେବୀ ପ୍ରସାଦ ପଟ୍ଟନାୟକ,ଡେସିଟି ଶିବା ପ୍ରସାଦ, ନାନୁ ପଣ୍ଡା, ପି ଅନିଲ କୁମାର, ସୁରେଶ ୱାଡ଼କା ଙ୍କ ସମତେ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।