ରାୟଗଡା,୦୮.୦୩( ଅମୁଲ୍ୟ ନିଶଙ୍କ):ରାୟଗଡା ଜ଼ିଲ୍ଲା ର ମିନାଝୋଲା, ଦେବଗିରି, ଚାଟିକଣା,ତାଣ୍ଡିପୁର,ସୁନାଖଣ୍ଡି, ପାଇକପଡା ପାତାଳେଶ୍ୱର ଓ ରାୟଗଡା ସହର ର ବିଭିନ୍ନ ଶୈବ ପୀଠ ଗୁଡିକ ରେ ବହୁ ଶ୍ରଦ୍ଧାଳୁ ଭଗବାନ ଶିବ ଙ୍କୁ ଦର୍ଶନ କରିବା ସହିତ ମହାଧୁମ ଧାମରେ ମହାଶିବରାତ୍ରି ପଲିଛନ୍ତି l ରାୟଗଡା ଜ଼ିଲ୍ଲା ର ସର୍ବପୁରା ତନ ଶୈବ ପୀଠ ମିନାଝୋଲା କୁ ଗତ କାଲି ଠାରୁ ହଜାର ହଜାର ସଂଖ୍ୟାରେ ରେ ମିନାଝୋଲା ଆସି ରାତ୍ରି ଯାପନ କରି ବଂଶୀଧାରା, ଚାଉଳଧୂଆଁ ଓ ଫାଲଫଳିଆ ନଦୀର ସଙ୍ଗମ ସ୍ଥଳ ରେ ବୁଡପକେଇ ଭଗବାନ ଶିବ ଙ୍କ ଦର୍ଶନ କରିଥିଲେ l କୋଳନରା ବ୍ଲକ ର ତାଣ୍ଡିପୁର ଠାରେ ମଧ୍ୟ୍ୟ ମୁକ୍ତେଶ୍ଵର ମହାଦେବ ଓ ପାଇକପଡା ର ପାତଳେଶ୍ୱର ଙ୍କ ମନ୍ଦିରରେ ମଧ୍ୟ୍ୟ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଶିବରାତି ପାଳନ କରିଛନ୍ତି l ଏହି ଠାରେ ଆସନ୍ତା 5 ଦିନ ଧରି ଶିବରାତ୍ରି ଉତ୍ସବ ପାଳନ ହେବ ସହିତ ସାଂକୃତିକ କାର୍ଯ୍ୟକ୍ରମ ପରିବାସନ କରାଯିବ ବୋଲି ମନ୍ଦିର ପାରିଛଳନା ପକ୍ଷରୁ ସୂଚନା ଦିଆଯାଇଛି l କେସିଗପୁର ବ୍ଲକ ଦେବଗିରି ଶୈବ ଠାରେ ଆସନ୍ତା 7 ଦିନ ବ୍ୟାପି ମହାଶିବ ରାତି ଯାତ୍ରା ପାଳନ କରାଯିବ ଏଥି ନମନ୍ତେ ବାହାର ରାଜ୍ୟ ରୁ ବହୁ ବ୍ୟବସାହି ଆସି ଦୋକାନ ବଜ଼ାର ଖୋଲିଛନ୍ତି ଲୋକଙ୍କ ମନୋରଞ୍ଜନ ନିମନ୍ତେ ମିନବଜାର ମଧ୍ୟ୍ୟ ଆସିଛି ପ୍ରତ୍ୟକ ଦିନ ସନ୍ଧ୍ୟାରେ ଜ଼ିଲ୍ଲା ତଥା ବାହାର କଳାକାର ଙ୍କ ଦ୍ୱାରା ନୃତ୍ୟ ଗୀତ ପରିବେଷଣ କରାଯିବ l ସୁନା ଖଣ୍ଡି ଶିବ ମନ୍ଦିରରେ ତିନିଦିନ ବ୍ୟାପି ଯାତ୍ରା ଅନୁଷ୍ଠିତ ହେବ ବୋଲି କମିଟି ସଭାପତି ଗି ଶ୍ରୀନିବାସ ରାଓ ଶ୍ରୀନୁ ଭାଇ କହିଛନ୍ତି l ଆଜିର ଏହି ପବିତ୍ର ମହାଶିବ ରାତ୍ରି ରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଦେବଗିରି, ସୁନାଖଣ୍ଡି, ପାଇକପଡା ପାତଳେଶ୍ୱର ଓ ଚାଟିକଣା ଶିବ ମନ୍ଦିର କୁ ଯାଇ ଭଗବାନ ଶିବ ଙ୍କ ଦର୍ଶନ କରି ପୂଜାର୍ଚନା କରିବା ଆଶୀର୍ବାଦ ଭିକ୍ଷା କରିଥିଲେ l ଦେବଗିରି ଠାରେ ଶ୍ରଦ୍ଧାଳୁ ଙ୍କ ନିଜେ ମନ୍ତ୍ରୀ ପ୍ରସାଦ ବାଣ୍ଟିଥିଲେ l ମନ୍ତ୍ରୀ ଙ୍କ ସହିତ କେସିଙ୍ଗପୁର ଓ କୋଲନର ଜ଼ିଲ୍ଲା ପରିଷଦ ସଭ୍ୟ ବାରା ପ୍ରସାଦ ଓ ଇପିଲି ଧବଳେଶ୍ୱର ନାଇଡ଼ୁ, କେସିଙ୍ଗପୁର ଲ୍ୟାମ୍ପ ସଭାପତି ଶଙ୍କର ହୁଇକା, ଖେଦାପୋଡ଼ା ସରପଞ୍ଚ ନରସିଂହ କୀଲାକା, ଦିଲୀପ ସିଂ, ରାମନାଥ ଦୋରା, ବିଜେଡି ନେତା ଜଗଦୀଶ ମହାପାତ୍ର, ବୁଢ଼ା ମିଶ୍ର, ସୁନ୍ଦର ରାଓ ବାଘ ଓ ଜି ଶ୍ରୀନିବାସ ରାଓ ଶ୍ରୀନୁ ଭାଇ ଉପସ୍ଥିତ ଥିଲେ l