ଇମ୍ଫା ଥେରୁବାଲି ରେ ୫୪ ତମ ଜାତୀୟ ସୁରକ୍ଷା ସପ୍ତାହ ଉଡଘାଟିତ

ରାୟଗଡା,୦୬.୦୩(ଅମୁଲ୍ୟ ନିଶଙ୍କ):ଆନନ୍ଦ ଉଲ୍ଲାସ ର ସହ ଆଜି ଥେରୁବାଲି ଇମ୍ଫା କାରଖାନା ପରିସରରେ ୫୪ ତମ ଜାତୀୟ ସୁରକ୍ଷା ଦିବସ/ସପ୍ତାହର ପାଳନ ହୋଇଯାଇଛି । ରାୟଗଡ଼ ସ୍ଥିତ ଓଡିଶା ସରକାରଙ୍କ କାରଖାନା ବାଷ୍ପତ ନିର୍ଦ୍ଦେଶାଲୟ ର ଉପ-ନିର୍ଦ୍ଦେଶକ ଶ୍ରୀମାନ ଚିତ୍ତ ରଞ୍ଜନ ବେଉରା , ସୁରକ୍ଷା ପତାକା ଉତ୍ତୋଳନ କରି ଏହି ସ୍ପ୍ତାହବ୍ୟାପୀ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିବା ସହ ସମବେତ ଶ୍ରମିକ ଓ କର୍ମଚାରୀମାନଙ୍କୁ ସୁରକ୍ଷା ଶପଥ ପାଠ କରାଇବା ସହ ପ୍ରତ୍ୟେକ ମଣିଷ ଜୀବନରେ ସୁରକ୍ଷା ଏକ ପ୍ରମୁଖ ଅଙ୍ଗ ହୋଇଥାଏ ତେଣୁ ସମସ୍ତେ ସୁରକ୍ଷା ପ୍ରତି ସଜାଗ ରହି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ଏଵଂ କହିଥିଲେ ଯେ ” ଦିନର ଶେଷରେ ଆମର ମୂଲ ଲକ୍ଷ୍ୟ “ସୁରକ୍ଷା ଓ ନିରାପତ୍ତା ” ହେବା ଆବଶ୍ୟକ ଯାହାକି ସତର୍କ ରହିଲେ ଏହା ସରଳ ହୋଇଥାଏ।ଏହି କାର୍ଯ୍ୟକ୍ରମରେ ଇମ୍ଫା ଥେରୁବାଲି ର ଉପ-ସଭାପତି ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଏହି ଅବସରରେ ଉପସ୍ଥିତ ଶ୍ରମିକ ଓ କର୍ମଚାରୀମାନଙ୍କୁ ଦୈନନ୍ଦିନ ଜୀବନରେ ସୁରକ୍ଷା ର ଆବଶ୍ୟକତା ଉପରେ ଉପରେ ବୁଝାଇଥିଲେ ଏବଂ କହିଥିଲେ ” ମନୁଷ୍ୟ ଜୀବନକୁ ସୁରକ୍ଷିତ ରଖିବା ଠାରୁ ଅନ୍ୟ କୌଣସି କାମ ଗୁରୁତ୍ୱପୂର୍ଣ୍ଣ ହୋଇ ନପାରେ” । ଏହି ଅବସରରେ ଉପସ୍ଥିତ ଶ୍ରମିକ , କର୍ମଚାରୀ ଓ ବିଭିର୍ଣ୍ଣ ବିଭାଗର ମୁଖ୍ୟ ଓ ଅନ୍ୟ ଅଧିକାରୀ ମାନେ ଏକ ଦସ୍ତଖତ ଅଭିଯାନ ରେ ସାମିଲ ହୋଇଥିଲେ । ୫୪ ତମ ଜାତୀୟ ସୁରକ୍ଷା ସପ୍ତାହ ଆସନ୍ତା ୧୦ ମାର୍ଚ୍ଚ ୨୦୨୪ ଯାଏ ପାଳିତ ହେବ ଏହି ଅବସରରେ ଶ୍ରମିକ ଓ କର୍ମଚାରୀ ଙ୍କ ମଧ୍ୟରେ ବିଭିର୍ଣ୍ଣ ପ୍ରତିଯୋଗିତାର ଆୟୋଜନ ସହ ଉଦଯାପନ ଉତ୍ସବରେ ସୁରକ୍ଷା ଉପରେ ଆଧାରିତ ଏକ କ୍ଷୁଦ୍ର ନାଟକ ପରିବେଷିତ ହେବ ବୋଲି ସୁରକ୍ଷା କମିଟି ସୂଚନା ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମ କୁ ସୁରକ୍ଷା ବିଭାଗର ମୁଖ୍ୟ ଶ୍ରୀମାନ ପ୍ରଦ୍ୟୁମ୍ନ ଆଚାର୍ଯ୍ୟ ସଂଯୋଜନା କରିଥିବା ବେଳେ ଇମ୍ଫା କାର୍ମିକ ଓ ପ୍ରାଶାସନିକ ବିଭାଗର ବରିଷ୍ଠ ପରିଚାଳକ ଧନ୍ୟବାଦ ଅର୍ପଣ କରିଥିଲେ ।