ଗଜମରାରେ ଅଷ୍ଟପ୍ରହର ନାମଯଜ୍ଞ ଉଦ୍‌ଯାପିତ

ଢେଙ୍କାନାଳ,(ଶୁଭମ ପାଣି): ଢେଙ୍କାନାଳ ସ‌ହର ଉପକଣ୍ଠସୁ ଗଜମରା ଗ୍ରାମରେ ଅଷ୍ଟପ୍ରହର ନାମଯଜ୍ଞର ଉଦ୍‌ଯାପନ ହୋଇଯାଇଅଛି । ଗତ ୨୯ ତାରିଖ ରେ ଅଧୁବାସ ହୋଇ ମାର୍ଚ୍ଚ ୧ ତାରିଖରେ ୧୮ଦଳ ସଂକୀର୍ତନ ମଣ୍ଡଳୀ ଦ୍ବାରା ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏଥିସହିତ ୬୪ ଭୋଗ ଓ ୬୪ଦୀପ ଦାନ ହୋଇଥିଲା। ଏହାପରେ ଆଜି ନଗର ଭ୍ରମଣ ସହିତ ଦହା‌ଣ୍ଡି ଭଗ୍ନ କରାଯାଇଥିଲା । ସମସ୍ତ ଭକ୍ତମାନେ ପ୍ରସାଦସେବନ କରିଥିଲେ। ପୂଜକ ସୁଦର୍ଶନ ଦାସ ଓ କର୍ତା ଶିବାନନ୍ଦ ସାଇଁଙ୍କ ଦ୍ବାରା ସମସ୍ତ ପୂଜାକାର୍ଯ୍ୟକୁ ସମାପନ କରାଯାଇଥିଲା । ଏହି ଅଷ୍ଟପ୍ରହର ନାମଯଜ୍ଞରେ ସଭାପତି ଶିବରାମ ସାଇଁ, ସଂପାଦକ ବିପିନି ବିହାରୀ ସାଇଁ ଓ ଗଜରମା ଗ୍ରାମର ସମସ୍ତ ଗ୍ରାମବାସୀଙ୍କ ଦ୍ବାରା ସମସ୍ତ କାର୍ଯ୍ୟକ୍ରମ ସୂଚାରୁ ରୂପେ ପାଳିତ ହୋଇଥିଲା ।