ଢେଙ୍କାନାଳ,(ଶୁଭମ ପାଣି): ଢେଙ୍କାନାଳ ସହର ଉପକଣ୍ଠ ଗଜମରା ଗ୍ରାମରେ ଅଷ୍ଟପ୍ରହର ନାମଯଜ୍ଞ ପାଳିତ ହେଉଛି। ୨୯ ତାରିଖ ରେ ଅଧୁବାସ ହୋଇ ମାର୍ଚ୍ଚ ୧ ତାରିଖରେ ନାମଯଜ୍ଞ ଓ ୨ ତାରିଖରେ ନଗର ଭ୍ରମଣ ଅନୁଷ୍ଠିତ ହେବ । ସ୍ଥାନୀୟ ପୁଷ୍କରିଣୀରୁ ପୂଜାଅର୍ଚ୍ଚନା କରାଯାଇ ସଂକୀର୍ତନ ମଣ୍ଡଳୀ ଦ୍ବାରା କଳସ ଶୋଭାଯାତ୍ରା କରି କୁଞ୍ଜରେ ସ୍ଥାପନ କରାଯିବା ସହିତ ଅଖଣ୍ଡ ଦୀପ ସ୍ଥାପନ କରାଯାଇଥିଲା । ୧ ତାରିଖ ଦିନ ସଂଧ୍ୟାରେ ପ୍ରସାଦସେବନ ଆୟୋଜନ କରାଯିବା ସହିତ ଓ ଆହୋରାତ୍ର ନାମ ସଂକୀର୍ତନ ଅନୁଷ୍ଠିତ ହେଉଅଛି । ପୂଜକ ସୁଦର୍ଶନ ଦାସ ଓ କର୍ତା ଶିବାନନ୍ଦ ସାଇଁଙ୍କ ଦ୍ବାରା ସମସ୍ତ ପୂଜାକାର୍ଯ୍ୟକୁ ସମାପନ କରାଯିବ । ଏହି ଅଷ୍ଟପ୍ରହର ନାମଯଜ୍ଞରେ ସଭାପତି ଶିବରାମ ସାଇଁ, ସଂପାଦକ ବିପିନି ବିହାରୀ ସାଇଁ ଓ ଗଜରମା ଗ୍ରାମର ସମସ୍ତ ଗ୍ରାମବାସୀଙ୍କ ଦ୍ବାରା ସମସ୍ତ କାର୍ଯ୍ୟକ୍ରମ ସୂଚାରୁ ରୂପେ ପାଳିତ ହେଉଅଛି ।