ରାୟଗଡା,୦୧/୦୩(ଅମୁଲ୍ୟ ନିଶଙ୍କ):ରାୟଗଡା ଜ଼ିଲ୍ଲା ରେ କୋଳନରା ଲ୍ୟାମ୍ପ ରେ ବାର୍ଷିକ ସାଧାରଣ ସଭା ଲେକାପାଇସ୍ଥିତ ରେଗୁଲେଟେଡ ମାର୍କେଟ କମିଟି ଗୋଦାମ ପ୍ରାଗଣ ରର ଅନୁଷ୍ଠିତ ହୋଇଯାଇଛି l ଏଥିରେ l ଲ୍ୟାମ୍ପ ସଭାପତି ଶୁକୃ ପିରିବିକା ଙ୍କୁ ସଭାପତିତ୍ୱ ରର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଓଡିଶା କୋପ୍ରେଟିଭ ବ୍ୟାଙ୍କ ନିର୍ଦେଶକ ତଥା କେ ସି ସି ବ୍ୟାଙ୍କ ନିର୍ଦେଶକ ଜଗନ୍ନାଥ ନୁଣ୍ଡରୁକା ଯୋଗ ଦେଇଥିବା ବେଳେ କେ ସି ସି ବ୍ୟାଙ୍କ ନିର୍ଦେଶକ ବାନାଗାଡି ତିରୁପତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ସମସ୍ତ ଚାଷୀ ଲ୍ୟାମ୍ପ ନିୟମ କାନୁନ ଅନୁଯାଇ ନେଣେଦେଣ ଠିକ ସମୟରେ କରିଲେ ଚାଷୀଙ୍କ ସହିତ ଆମ ସମବାୟ ବ୍ୟାଙ୍କ ରେ ଉନ୍ନତି ହୋଇପାରିବ ବୋଲି ନୁଣ୍ଡରୁକା କହିଥିଲେ l ଠିକ ସେହିପରି ତିରୁପତି କହିଥିଲେ ଯେ ସରକାର ଙ୍କ ବିଭିନ୍ନ ଯୋଜନା କୁ ଭଲ ଭାବେ ଅନୁଧ୍ୟାନ କରିବା ସହିତ ବିନା ସୁଧରେ ଦିଆଯାଉଥିବା ଏକ ଲକ୍ଷ ଟଙ୍କା ରେ ଋଣ ଲାଭ ଉଠାଇବା ଆବଶ୍ୟକ ବୋଲି ବୁଝାଇଥିଲେ l କୋଳନରା ବ୍ଲକ ରର ନୂତନ ଭାବେ ଖୋଲିଥିବା 9ଟି ଲ୍ୟାମ୍ପ ସଭାପତି ମାନଙ୍କୁ ଅତିଥି ବୃନ୍ଦ ସ୍ୱାଗତ କରିଥିଲେ l ଲ୍ୟାମ୍ପ ରେ ପରିଚାଳନା ନିର୍ଦେଶିକା ସୌଦାମିନୀ ଆଚାର୍ଯ୍ୟ ଅତିଥି ପରିଚୟ କରିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ l ଏହି ସଭା ରର ବାର୍ଷିକ ଆୟ ବ୍ୟୟ, ଚାଷୀଙ୍କୁ ଋଣ ପ୍ରଦାନ ଓ କେତେ ପରିମାଣର ଯେ ଏଲ ଜି ଋଣ ଋଣ ଦିଆଯାଇଛି ସେ ସମ୍ପର୍କ ରେ ସୂଚନା ଦିଆଯାଇଥିଲା l ଲ୍ୟାମ୍ପ ପକ୍ଷରୁ ନୂତନ ଭାବେ ନିର୍ମାଣ ହେବାକୁ ଥିବା ମାର୍କେଟ କମ୍ପ୍ଲେକ୍ସ କୁ ସମସ୍ତେ ସ୍ୱାଗତ କରିଥିଲେ l ଚଳିତ ବର୍ଷ ମଣ୍ଡିରେ ଟାର୍ଗେଟ ଅଭାବ ରୁ ଧାନ ବିକ୍ରି କରିପାରି ନଥିବା କିଛି ଚାଷୀ ଅଭିଯୋଗ କରିଥିଲେ l ଲ୍ୟାମ୍ପ ରେ ବିଆଇସି ଗୌରୀ କାଡ୍ରକା, ନିଶିକାନ୍ତ ମହାପାତ୍ର, ଏମ ତିରୁପତି, ପ୍ରତାପ ବେହେରା, ଧନଞ୍ଜୟ କାଡ୍ରକା, ଶିବ କାଡ୍ରକା ପରିଚାଳନା କରିଥିବା ବେଳେ ପ୍ରାୟ 600 ରୁ ଉର୍ଦ୍ଧ ଚାଷୀ ଯୋଗ ଦେଇଥିଲେ l