ରାୟଗଡା,୨୪.୦୨(ଅମୁଲ୍ୟ ନିଶଙ୍କ):ଆଦିବାସୀ ବହୁଳ ରାୟଗଡା ଜିଲ୍ଳାର କ୍ରୀଡାବିତମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମାଣ ହୋଇଥିବା ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ ଲୋକାର୍ପିତ ହୋଇଯାଇଛି । ଆଜି ଅପରାହ୍ନ ୪ଟା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଭରଚୁଆଲ ମାଧ୍ୟମରେ ଜିଲ୍ଳାର ରାୟଗଡର ଜ଼ିଲ୍ଲା ର ଗୁଡାରି ବିଞାପିତ ଅଂଚଳ ପରିଷଦ ଠାରେ ନିର୍ମାଣ ହୋଇଥିବା ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍କୁ ଲୋକାର୍ପିତ କରି କ୍ରୀଡାବିତ ତଥା ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସହିତ ମାନ୍ୟବର ନୂଆ ଓଡିଶା ନବୀନ ଓଡିଶା ତଥା ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ,ଭିନ୍ନକ୍ଷମ ସାଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମାନ୍ୟବର କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାରା, କ୍ରୀଡା ସଚିବ ଅନୁଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନୀଲ କ୍ରିଷ୍ଣା ଆଦି ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମରେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ, ରାୟଗଡା ସ୍ୱତନ୍ତ୍ର ଉନୟନ ପରିଷଦ ଅଧକ୍ଷା ଅନୁସୂୟା ମାଝୀ, ସିଡିଓ ନିହାର ରଞ୍ଜନ କହ୍ନର, ବିଡ଼ିଓ ଅନିଶା ଦାସ, ତାହାଶିଲଦାର ଇ ଶାନ୍ତି ଲତା ଓ ବ୍ଲକ ଅଧକ୍ଷା ଶର୍ମିତା ଶବର ପ୍ରମୁଖ ଯୋଗ ଦେଇଥିଲେ ଲ ଲ ଗୁଡାରି ଏନ ଏ ସି ରେ 6 କୋଟି ଟଙ୍କା ବ୍ୟୟ ରେ ନିର୍ମିତ ଏହି ଇଣ୍ଡୋର ଷ୍ଟାଡ଼ିଉମ ରେ ବ୍ୟାଡ଼ମିଟନ, ଭାରଉତୋଳନ, ଜିମନାସିୟମ,ଟେବୁଲ ଟେନିସି, ଖେଳ ମାନ ଖେଳଳି ମାନେ ଖର୍ଲିପରିବେ l ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାନ୍ୟବର ଅନୁସୂଚିତ ଜାତି ଓ ପଛୁଆ ବର୍ଗ କଲ୍ୟାଣ, ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସlରକା,ସଦର ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲାପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ, ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେଵୀ,ଅଧିକ୍ଷଣ ଯନ୍ତ୍ରୀ ଆମ୍ଭିକେୟ ମିଶ୍ର ଯୋଗଦେଇଥିବା ଠିକ ସେହିପରି ଗୁଣପୁରସ୍ଥିତ ଇଣ୍ଡୋର ଷ୍ଟାଡିୟମ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଗୁଣପୁର ଉପ ଜିଲ୍ଲାପାଳ ସୁଶ୍ରୀ କୀରଣ ଦୀପ କୌର, ତହସିଲଦାର ଲୀଳାବତୀ ଆଚାର୍ଜି, ଗୁଣପୁର ପୌର ପରିଷଦ ନିର୍ବାହୀ ଅଧିକାରୀ ସ୍ୱସ୍ତିକ ଜମାଦର, ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀ -୨ ଦୁର୍ଗା ପ୍ରସାଦ ପାଢ଼ୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ପ୍ରସାଦ ଶର୍ମା, ସମାଜସେବୀ ଅକ୍ଷୟ ଦାସ, ଗୁଣପୁର ସ୍ପଟିଂ କ୍ଲବ ସମ୍ପାଦକ ଦେବୀ ପ୍ରସାଦ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଗୁଡାରି ଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝୀ, ଉପଦେଷ୍ଠା ସୁଧୀର ଦାସ, ସିଡିଓ ନିହାର ରଞ୍ଜନ କହଁର,ବିଡ଼ିଓ ଗୁଡ଼ାରୀ ଅନ୍ନେଷା ଦାସ, ଅଧ୍ୟକ୍ଷା ପଂଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀ ଶବର ଆଦି ଯୋଗଦାନ କରିଥିଲେ l ରାୟଗଡା ପୈାରାଂଚଳର ଆମ୍ବଗୁଡା ଠାରେ ଲୋକାର୍ପିତ ହେବାକୁ ଥିବା ଏହି ଷ୍ଟାଡିୟମର ପ୍ରକଳ୍ପ ଆକଳିତ ମୂଲ୍ୟ ୯ କୋଟି ୮୬ ଲକ୍ଷ ଟଙ୍କା ହୋଇଥିବା ବେଳେ ଏହାକୁ ଶ୍ରୀରୋଜ ୱେଲଥ ଭେନଟୁରେସ ଲିମିଟେଡ଼ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ନିର୍ମାଣ କରାଯାଇଛି | ଲୋକର୍ପିତ ହୋଇଥିବା ଥିବା ଇଣ୍ଡୋର ଷ୍ଟାଡିୟମରେ ବ୍ୟାଡମିଂଟନ,ଭାର ଉତୋଳନ, ଜିମନାସିୟମ୍,ଟେବୁଲ ଟେନିସ୍ ଖେଳ ସହ ଯୋଗ ଓ ବ୍ୟାୟାମର ବ୍ୟବସ୍ଥା କରାଯାଇଛି । ଖେଳାଳୀମାନଙ୍କ ସମସ୍ତ ପ୍ରକାରସୁବିଧାସୁଯୋଗକୁ ଦୃଷ୍ଟିରେ ରଖି ଏହି ଷ୍ଟାଡିୟମ୍ ନିର୍ମାଣ କରାଯାଇଛ l କିନ୍ତୁ ଜନସାଧାରଣ ନିନ୍ଦା କରିବା ସହିତ ଗୁଡାରି ଇଣ୍ଡୋର ଷ୍ଟାଡିୟମ ଲୋକାର୍ପିତ କୁ ପ୍ରସଂଶା କରିବା ସହିତ କ୍ରୀଡା ର ବିକାଶ ପାଇଁ ଗୁଡାରି ଠାରେ ନିର୍ମିତ ମିନି ଷ୍ଟାଡିୟମ ଯେଉଁ ଅନୁଦାନ ଆସୁଛି କେତେ ଖର୍ଚ୍ଚ ହେଲେ ମଧ୍ୟ୍ୟ ତାହା ସମ୍ପୂର୍ଣ୍ଣ ହେଉନାହିଁ ବୋଲି କ୍ଷବ ପ୍ରକାଶ କରି କ୍ଷଣ ଏହି ମିନି ଷ୍ଟାଡିୟମ କାମ ସମ୍ପୂର୍ଣ ହେଉନାହିଁ ତାହାର ତଦନ୍ତ ପାଇଁ ଦାବି କରିଛନ୍ତି l