ଢେଙ୍କାନାଳ,୨୧/୨(ଶୁଭମ ପାଣି): ଭୁବନ ବ୍ଲକ୍ର ଦୀଘି ଗ୍ରାମପଂଚାୟତ ଠାରେ ବିଶ୍ୱ ଯୁବ କେନ୍ଦ୍ର, ଫାନ୍ସା, ଆଇଆଇୱାଇଡି ଦ୍ୱାରା ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି। ଦୀଘି ଗ୍ରାମପଂଚାୟତର ସରପଂଚ ପ୍ରବୋଧ କୁମାର ଦାଶ ଏହାକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୭୦ରୁ ଉର୍ଦ୍ଧ୍ବ ମହିଳାମାନେ ଉପସ୍ଥିତ ରହି ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ନାରୀନେତ୍ରୀ ପ୍ରତିମା ସାମଲ, ରଞ୍ଜୁବାଳା, ମହାସଂଘର ସଭାନେତ୍ରୀ ସୁମିତ୍ରା ଲେଙ୍କା ଦିଗ୍ଦର୍ଶନ କରିଥିଲେ । ସ୍ଥାନୀୟ ଉଦ୍ୟୋଗୀ ରଞ୍ଜିତା ନିଜର ସଫଳତା ବର୍ଣ୍ଣନା କରିଥିଲେ । ସମାଜସେବୀ ତଥା ସ୍ୱେଚ୍ଛାସେବୀ ସ୍ବପ୍ନାରାଣୀ ଜେମସ୍ ନାରୀମାନଙ୍କୁ ସ୍ବାବଲମ୍ବୀ ହେବାକୁ ଉପଦେଶ ଦେଇଥିଲେ । ଆଇଆଇୱାଇଡର ନିର୍ଦ୍ଦେଶକ ପୂର୍ଣଚନ୍ଦ୍ର ମିଶ୍ର ଦୀର୍ଘ ସମୟ ଧରି ମହିଳାମାନଙ୍କୁ ଅନେକ ସାରଗର୍ଭକ ଅଭିଭାଷଣ ଦେଇ ମାର୍ଗଦର୍ଶନ କରିଥିଲେ । ଆଶୀବାଦ ଅନୁଷ୍ଠାନ ସେକ୍ରେଟାରୀ ଅମ୍ବିକା ପ୍ରସାଦ ମିଶ୍ର, ସ୍ବାଗତ ଭାଷଣ, ଧନ୍ୟବାଦ ଅର୍ପଣ ସହିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଶୀବାଦ ସ୍ୱେଚ୍ଛାସେବୀ ଅନୁଷ୍ଠାନର ବନଜା ମାନସିଂ, ଝିଲି ଦାସ, ରଞ୍ଜୁବାଳା, ଶକୁନ୍ତଳା, ରଞ୍ଜନ ସାହୁ ଏବଂ ଖଗେଶ୍ୱର ରାଉତ ପରିଚାଳନାରେ ସହଯୋଗ କରିଥିଲେ ।