ଢେଙ୍କାନାଳ, ୨୦/୨ : ଓଡିଶା ରାଜ୍ୟ । ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ, ଓଡିଶା ଦ୍ୱାରା ଆୟୋଜିତ ସମୂହ ଧାରଣା ୨ ଦିନରେ ପହଁଚିଛି । ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଏବଂ ଉନ୍ନୟନ ମୂଳକ ଯୋଜନାଗୁଡିକୁ ତୃଣମୂଳ ସ୍ତରରେ ସଫଳ ରୂପାୟନ ଓ ପ୍ରତିଟି ଜନସାଧ ଧାରଣଙ୍କ ନିକଟରେ ନିର୍ଦ୍ଦିଷ୍ଟ ସମୟ ସୀମାରେ ସେବା ଯୋଗାଇବା ନିମନ୍ତେ ରାଜସ୍ବ କ୍ଷେତ୍ର ଅଧିକାରୀମାନେ ରୀମାନେ ଦିନରାତି ଅହରହ ପ୍ରଚେଷ୍ଟା କରୁଥିବାବେଳେ ରାଜ୍ୟ ସରକାର ସଂଘର ଆଇନ୍ ସଙ୍ଗତ ) ନ୍ୟାର୍ଯ୍ୟ ଦାବୀଗୁଡିକ ପ୍ରତି ବୈମାତୃକ ମନୋଭାବ ଓ ଅହେତୁକ ଅବହେଳା ଯୋଗୁଁ ସଂଘର ସଦସ୍ୟମାନଙ୍କ ଭାଗ୍ୟ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଗଲାଣି ବୋଲି ପ୍ରକାଶ କରିଛନ୍ତି । ଏଥିପାଇଁ ସରକାରଙ୍କ ସହିତ ବିଭିନ୍ନ ଆଲୋଚନା ଓ ବିଚାର ବିମର୍ଷ ହୋଇଥିଲେ ସୁଦ୍ଧା କ୍ୟାଡରର ୧୯୮୩ ମସିହା ଠାରୁ ପୁନଃଗଠନ ହୋଇପାରିଲା ନାହିଁ । ୬ଦଫା ଦାବୀ ମଧ୍ୟରୁ ମୁଖ୍ୟ ଦାବୀଗୁଡିକ ଯେତେଦିନ ପର୍ଯ୍ୟନ୍ତ ପୂରଣ ନହୋଇଛି, ସେତେଦିନ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ୩୦ ଗୋଟି ଜିଲ୍ଲାର ଭୂ-ଅର୍ଜନ ଅଧୁକାରୀଙ୍କ କାର୍ଯ୍ୟାଳୟ, ୩୧୭ ତହସିଲ ସମୂହ, କାର୍ଯ୍ୟରତ ଆର୍.ଏସ୍., ଆର୍.ଆଇ ଏବଂ ଏ.ଆର୍.ଆଇ ସମୂହ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବା ପାଇଁ ନିଷ୍ପତି ନେଇଛି ଏବଂ ନିଜ ନିଜ ତହସିଲ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେବା ପାଇଁ ସ୍ଥିର କରାଗଲା । ଉକ୍ତ ଦାବୀଗୁଡି ହେଲା, ଓଡିଆର୍ଏସ୍ ନିୟମ ୧୯୮୩ ରେ ଆବଶ୍ୟକ ସଂଶୋଧନ ମାଧ୍ୟମରେ ରାଜ୍ୟ କ୍ଷେତ୍ର କର୍ମଚାରୀଙ୍କ କ୍ୟାଡର ପୁନର୍ଗଠନ, ସହକାରୀ ରାଜସ୍ବ ନିରୀକ୍ଷକଙ୍କର ବେତନ ସଂରଚନାରେ ପରବର୍ତୀ ସ୍ତରକୁ ଯଥା- ଓଆର୍ଏସ୍ପି ର ସ୍ତର-ବି (ସେଲ୍-୧) ଏବଂ ୨୦% ରାଜସ୍ୱ ନିରୀକ୍ଷକ ପୋଷ୍ଟ ପ୍ରଦୋନ୍ନତି ପୋଷ୍ଟ ଭାବରେ ସ୍ଥିର କରାଯାଉ, ବିଓଆର୍ କଟକ ଦ୍ୱାରା ପ୍ରକାଶିତ ଜବ୍ କାର୍ଡର ଧାର୍ଯ୍ୟ କରାଯାଇଥିବା କାର୍ଯ୍ୟ ସୂଚୀ ଅନୁସାରେ ରାଜସ୍ବ ସୁପରଭାଇଜର ସଦର ନାମକରଣର ଅତିରିକ୍ତ ତହସିଲଦାରଙ୍କୁ ପରିବର୍ତନ କରାଯାଇ ତଦନୁସାରେ ୩୧ ରାଜସ୍ବ ମଣ୍ଡଳରେ ତହସିଲ ଗୁଡିକରେ ନିଯୁକ୍ତ କରାଯାଉ । ଓଏଏସ୍ ପାଇଁ ୨୫ ପ୍ରତିଶତ ପୋଷ୍ଟ ପଦୋନ୍ନତି ଯୋଗ୍ୟ ରାଜସ୍ବ ସୁପରଭାଇଜରଙ୍କ ଦରମା, ସେବା କାର୍ଯ୍ୟରତ ଏବଂ ରାଜ୍ୟସ୍ୱ ପ୍ରଶାସନର ଅଭିଜ୍ଞତା ଉପରେ ଆଧାର କରି ପଦୋନ୍ନତି ପାଇଁ ସଂରକ୍ଷିତ ରଖାଯାଉ, ଯେହେତୁ ଏହା ସେମାନଙ୍କର ନିଜସ୍ବ କ୍ୟାଡର ଅଟେ । ଓଆରଏସ୍ ରେ ପଦୋନ୍ନତି ପାଇଁ ଅନ୍ୟୁତମ ସିସିଆର୍ ମାନଦଣ୍ଡକୁ ବିଲୋପ କରିବା ଏବଂ ଅମଲା କର୍ମଚାରୀଙ୍କ ପାଇଁ ରାଜସ୍ୱ କ୍ଷେତ୍ର କର୍ମଚାରୀଙ୍କ ପାଇଁ ୪୦.୬୦ ଅନୁପାତର ସମୀକ୍ଷା / ପ୍ରତ୍ୟାହାର, ଯାହା ପେ ମ୍ୟାଟ୍ରିକ୍ସ ଅନୁଯାୟୀ କୃତିତ୍ୱ ତଥା ବରିଷ୍ଠତା ଆଧାରରେ ଏକ ସାଧାରଣ ଗ୍ରେଡେସନ୍ ତାଲିକା ଦ୍ବାରା ବଦଳାଯାଉ । ସପ୍ତମ ବେତନ ସ୍କେଲ୍ର ସ୍ତର-୨ର ଅନୁମାନିକତା ଓଆର୍ଏସ୍ର ପଦବୀକୁ ପଦୋନ୍ନତି ପାଇଁ ସର୍ବନିମ୍ନ ଯୋଗ୍ୟତା ମାନଦଣ୍ଡ ପାଇଁ ସ୍ଥିର କରାଯାଉ, ଓଆର୍ଏସ୍ ନିୟମର ନିୟମ-୬ ର ଉପ-ନିୟମ-୧ର ଧାରା-୧ (କ) ରେ ଥିବା ଶବ୍ଦ ‘ରାଜସ୍ୱ କ୍ଷେତ୍ର କର୍ମଚାରୀ ଦ୍ୱାରା’ କନସୋଲିଡେଟର ଗ୍ରେଡ୍-୧, କାନୁନଗୋ, ରାଜସ୍ବ ସୁପରଭାଇଜର, ରାଜସ୍ବ ଇନ୍ସପେକ୍ଟର ଶବ୍ଦାବଳୀକୁ ପ୍ରତିସ୍ଥାପନ କରାଯାଉ । ଉକ୍ତ ସମ୍ମିଳନୀରେ ଆର୍.ଆଇ କୀର୍ତିପଦ ଜେନା, ବାବୁ ତ୍ରୈଲୋକ୍ୟ ମହାଖୁଡ୍, ପ୍ରେମାନନ୍ଦ ଦଳେଇ, ଅନ୍ତର୍ଯ୍ୟାମୀ ସାହୁ, ଟୁକୁନା ବେହେରା, ଗୌରୀଶଙ୍କର ପରିଡା, ରାଜେଶ କୁମାର ସାହୁ, ମମତା ନାୟକ, ବରୁଣ କୁମାର ଜେନା, ସୁବର୍ଣ୍ଣ ସାହୁ, ଦୀପକ କୁମାର ପରିଡା, ଏଆର୍ଆଇ ସୁବ୍ରତ କୁମାର ରେନା, ଆଶାଲତା ମିଶ୍ର, ଅନୁରାଧା ଷେଣ୍ଢ, ଜ୍ଞାନରଞ୍ଜନ ଲେଙ୍କା, ସାଗରିକା ମୁଦୁଲି ପ୍ରମୁଖଙ୍କ ସହିତ ବହୁ କର୍ମଚାରୀ ଧାରଣାରେ ଯୋଗଦେଇଥିଲେ ।