କୋତାପେଟା ୟୁବ ଆଶ୍ସୋସିଏସନ ଦ୍ୱାରା ପ୍ରଥମ ଜାତୀୟଦିବା ରାତ୍ରି ଭଲି ବଲ ଟୁର୍ନାମେଣ୍ଟ ଉଦଯାପିତ

ରାୟଗଡା,(ଅମୁଲ୍ୟ ନିଶଙ୍କ):ରାୟଗଡା ସଦର ମୋହକୁମା ଠାରୁ ମାତ୍ର 5 କିଲୋମିଟର ଦୂରରେ ଜାତୀୟ ରାଜପଥ 326 କଡ଼ରେ କୋତାପେଟା ୟୁବ ଆଶ୍ସୋସିଏସନ ପକ୍ଷରୁ କୋତାପେଟା ଠାରେ ପ୍ରଥମ କରି ଯେ ଦିବା ରାତ୍ରି ଜାତୀୟ ଭଲି ବଲ ଟୁର୍ନାମେଣ୍ଟ ର ଆରମ୍ଭ ହୋଇଥିଲା ତାହା ଗତ କାଲି ରାତ୍ରି ସମୟ ରେ ଉଦଯାପିତ ହୋଇଯାଇଛି l ଟୁର୍ନାମେଣ୍ଟ ର ଅନ୍ତିମ ଖେଳ ଆନ୍ଧ୍ର ପ୍ରଦେଶ ର ଚିନା ମେରିଙ୍ଗି ଓ ଓଡିଶା ର ଖୋର୍ଦ୍ଧା ପୋଲିସ ମଧ୍ୟ୍ୟରେ ଅନୁଷ୍ଠିତ ହୋଇଥିଲା l ଅନ୍ତିମ ଦିବସ ର ଖେଳ ରେ 3–0 ରେ ଖୋର୍ଦ୍ଧା ପୋଲିସ ଦଳ ବିଜୟ ହାସଲ କରିଛନ୍ତି l ଆଜିର ଏହି ଉଦଘାଟନୀ ମେଚ ରେ ମୁଖ୍ୟ ଅତିଥି ଭାବେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଯୋଗ ଦେଇଥିଲେ l ରାୟଗଡା ଟ୍ରକ ମାଲିକ ସଙ୍ଘ ସଭାପତି ତଥା ରାୟଗଡା ଜ଼ିଲ୍ଲା ର ବରିଷ୍ଠ ବିଜେଡି ସଂଗଠକ ୟାଲା କୋଣ୍ଡା ବାବୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭଗବାନ ଙ୍କ ଫୋଟ ଚିତ୍ର ରେ ପ୍ରଦୀପ ପ୍ରଜ୍ୱଳନ କରି ଖେଳ ର ଶୁଭାରମ୍ଭ କରିଥିଲେ l ଜ଼ିଲ୍ଲା ରେ ପ୍ରଥମ କରିଦିବା ରାତ୍ରି ଜାତୀୟ ଭଲି ବଲ ଟୁର୍ନାମେଣ୍ଟ ଶାନ୍ତି ପୂର୍ଣ୍ଣ ଭାବେ ସମାପ୍ତ ହୋଇଥିବାରୁ ଆୟୋଜକ କୁ କୋଣ୍ଡା ବାବୁ ଓ ବିଧାୟକ ଅଭିନନ୍ଦନ ଜଣାଇବାସହିତ ତାଙ୍କୁ ପ୍ରସଂଶା କରିଛନ୍ତି l ଅଞ୍ଚଳ ରେ ବିଭିନ୍ନ ପ୍ରକାର ର କ୍ରୀଡା ପ୍ରତିଯୋଗିତା ମାନ ପ୍ରତ୍ୟକ ଗ୍ରାମ ରେ ଅନୁଷ୍ଠିତ ହେବାରୁ ଗାଁ ଗାଁ ମଧ୍ୟରେ ଉତ୍ତମ ସମ୍ପର୍କ ସହିତ ଭାଇଚାରା ବୃଦ୍ଧି ପାଇଛି l ଯେତେ ଯାହା ଶତ୍ରୁ ଥିଲେ ମଧ୍ୟ୍ୟ ଏହି କ୍ରୀଡା ପ୍ରତିଯୋଗିତା ଆମକୁ ଏକ ସ୍ଥାନ ରେ ବାନ୍ଧି ରଖିପାରିଛି ଓ ଖେଳାଳି ମାନେ ନିଜ ନିଜ ର ପରିଡାଶକତା ଦେଖାଇ ଜ଼ିଲ୍ଲା ରାଜ୍ୟ ତଥା ରାଜ୍ୟ ବାହାରେ ଆମ ରାୟଗଡା ଜ଼ିଲ୍ଲା ର ଖେଳାଳି ମାନେ ସ୍ବର୍ଣ୍ଣ, ରୋପ୍ୟ ଓ ବ୍ରୋଂଜ଼ ପଦକ ବିଜୟ ହାସଲ କରି ରାୟଗଡା ଜ଼ିଲ୍ଲା ର ନା କୁ ଦେଶରେ ପରିଚିତ କରାଇପାରିଥିବାରୁ ପଦକ ବିଜେତା ଖେଳାଳି ଙ୍କୁ ପ୍ରସଂଶା କରିଥିଲେ l ଆଜିର ଏହି ଉଦଘାଟନୀ ଉତ୍ସବ ରେ ନିମନ୍ତ୍ରିତ ଅତିଥି ଭାବେକୋତାପେଟା ର ପୂର୍ବତନ ସରପଞ୍ଚ ପ୍ରସାଦ ହୁଇକା,କୋତାପେଟା ନାଏବ ସରପଞ୍ଚ ଜ୍ୟୋତି ହିମିରିକା ଓ ତାଙ୍କ ଙ୍କ ସ୍ୱାମୀ ହରି ହର ହିମରିକା,ବଡ଼ ଖିଲାପଦର ସରପଞ୍ଚ ମାଦା ରାଓ କଣ୍ଡଗୋରି, ଦୁନ୍ଦୁଲି ପଂଚାୟତ ର ବରିଷ୍ଠ ୟୁବ ବିଜେଡି ନେତା ଯୋଗେଶ ଭତରା,ବରିଷ୍ଠ ଆଇନଜୀବୀ ବିରଜା ପାତ୍ର, କେ ସି ପଟ୍ଟନାୟକ,ରାୟଗଡା ଲ୍ୟାମ୍ପ ସଭାପତି ଚକ୍ର ଧର ବିଡ଼ିକା,ଜ଼ିଲ୍ଲା ୟୁବ ବିଜେଡି ସମ୍ପାଦକ କେ ଶ୍ରୀନିବାସ, ରାଜ୍ୟ ଛାତ୍ର ଜନତା ଉପସଭାପତି ବିନାୟକ ପୋଲାଈ, ମଣି ରତ୍ନମ,ଯୋଗଦେଇ ମଞ୍ଚସିନ ହୋଇଥିଲେ l କୋତାପେଟା ୟୁବ ଆଶ୍ସୋସିଏସନ ଉପସଭାପତି ବାଙ୍ଗାରି ଦିନାଙ୍କର ସଞ୍ଜୟ ପ୍ରଧାନ ଙ୍କ ସମତେ ଅନ୍ୟ ସଦସ୍ୟ ମାନେ ଏହି ଟୁର୍ନାମେଣ୍ଟ କୁ ଶାନ୍ତି ଶୃଙ୍ଖଳା ର ସହିତ ପରିଚାଳନା କରି ସମାପ୍ତ କରିଥିଲେ l ଏହି ଖେଳ ଦେଖିବା ପାଇଁ ଏହି ଅଞ୍ଚଳ ତଥା ପୋଡ଼ଶୀ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ ରୁ ବହୁ ଦର୍ଶକ ଯୋଗଦେଇ ଖେଳ ର ମଜା ନେଇଥିଲେ l ଟୁର୍ନାମେଣ୍ଟ ର ବିଜେତା ଖୋର୍ଦ୍ଧା ପୋଲିସ ଦଳକୁ 55 ହଜାର ଟଙ୍କା ସହିତ ଟ୍ରଫି ଓ ଉପ ବିଜେତା ଦଳ ଚିନା ମେରିଙ୍ଗି ଦଳକୁ 33 ହଜାର ଟଙ୍କା ସହିତ ଟ୍ରଫି ଅତିଥି ଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା l ଏଥି ସହିତ ଭଲ ନେଟର, ହିଟର, ବେଷ୍ଟ ଏମ୍ପାୟର, ସ୍କୋରରେ କୁ ମଧ୍ୟ୍ୟ କପ ପ୍ରଦାନ କରିଥିଲେ l