କେରଡା ଓ ଜେକେପୁର ବିଜେଡି ର ସାଧାରଣସଭାରୁ ଆଗାମୀ 2024 ନିର୍ବାଚନ ପ୍ରଚାର ଆରମ୍ଭ

ରାୟଗଡା,୧୬/୦୨(ଅମୁଲ୍ୟ ନିଶଙ୍କ): ଗତ 2019 ସାଧାରଣ ନିର୍ବାଚନ ରେ ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ପରାଜୟ ପରେ ବିଜେଡି ର ନେତା କର୍ମୀଙ୍କୁ ଏକତ୍ରିତ କରି ଦୀର୍ଘ 5 ଧରି ରାଜ୍ୟ ବିଜେଡି ର ଉପସଭାପତି ଏନ ଭାସ୍କର ରାଓ ସରକାର ଙ୍କ ବିଭିନ୍ନ ଯୋଜନା ମାନ ଲୋକଙ୍କ ପାଖରେ ତାହାର ବାର୍ତ୍ତା ପହଞ୍ଚାଇ ଗତ 2022 ର ପଂଚାୟତ ଓ ପୌରପାଳିକା ରେ ଉଭୟ ରାୟଗଡା ଓ କାଶୀପୁର ରେ ବିଜେଡି ଓ ରାୟଗଡା ପୌର ପରିଷଦ ରେ ବିଜେଡି ଦଳ ପ୍ରାର୍ଥୀ ଙ୍କୁ ବିଜୟ କରି ଅଧକ୍ଷ ଅଧକ୍ଷା ପଦ ରେ ଅଭିଷିକ୍ତ କରାଇବା ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ l ଆଗାମୀ 2024 ନିର୍ବାଚନ କୁ ଆଖିଆଗରେ ରଖି ରାଜ୍ୟ ଉପସଭାପତି ଭାସ୍କର ରାଓ ଙ୍କ ନେତୃତ୍ୱ ରେ ଆନ୍ଧ୍ର ଓଡିଶା ସୀମାନ୍ତ କେରଡା ଠାରେ ଗତ 11ଓ 14 ତାରିଖ ରେ ଜେକେପୁର ଠାରେ ଏକ ବିରାଟ ଜଣସମାବେଶ ର ଆୟୋଜନ କରିଥିଲେ l ଉଭୟ ଜଣସମାବେଶ ରେ ବିପୁଳ ପରିମାଣରେ କର୍ମୀ ମାନେ ଯୋଗ ଦେଇଥିଲେ l ଏହି ଉଭୟ ସଭା ରେ ଭାସ୍କର ରାଓ ନିଜର ବକ୍ତବ୍ୟ ରେ କହିଥିଲେ ଯେ ଓଡିଶା ର ବିକାଶ ଦୀର୍ଘ 25 ବର୍ଷ ଧରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇଁ ଅନେକ ବିକାଶ ମୂଳକ କାର୍ଯ୍ୟ ହୋଇପାରିଛି l ଦୀର୍ଘ 50 ବର୍ଷ ଧରି କଂଗ୍ରେସ ଯାହା କରିନଥିଲା ତାହାକୁ ବିଜେଡି ସରକାର କରିଦେଖାଇଛି l ସେଥିପାଇଁ ବିକାଶ ର ଧାରା କୁ ଚାଲୁ ରଖିବା ନିମନ୍ତେ ଆଗାମୀ 2024 ନିର୍ବାଚନ ରେ ବିଜେଡି ଦଳ ପ୍ରାର୍ଥୀ ଙ୍କୁ ବିଜୟ କରି 6 ଥର ପାଇଁନବୀନ ପଟ୍ଟନାୟକ ଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିବେଦନ କରିଥିଲେ l ଆଗାମୀ 2024 ନିର୍ବାଚନ ରେ ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଯିଏ ହେଉନା କାହିଁକି ବିଜୟ ସୁନିଶ୍ଚିତ ବୋଲି ଦୃଢ଼ଦମ୍ବକ୍ତି ର ସହ କହିଥିଲେ l କୋରାପୁଟ ଲୋକସଭା ଓ ରାୟଗଡା ଜ଼ିଲ୍ଲା ର ତିନୋଟି ବିଧାନସଭା ଆସନରେ ବିଜେଡି ପ୍ରାଥୀ ଙ୍କୁ ବିଜୟ ହାସଲ କରିବା ପାଇଁ କର୍ମୀ ମାନଙ୍କୁ ଶପଥ କରାଇଥିଲେ l ଏହି ଜଣସମାବେଶ ରୁ ଭାସ୍କର ରାଓ ନିଯେ ବିଜେଡି ର ପ୍ରଚାର ପ୍ରସାର ଆରମ୍ବ ହୋଇଛି ବୋଲି କହିଛନ୍ତି l ଏହି ଦୁଇ ସ୍ଥାନ ରେ ଜଣସମାବେଶ ପରେ ବିଜେଡି କର୍ମୀ ବହୁ ତତ୍ପରତା ରହିଥିବା ଦେଖିବା କୁ ମିଳିଛି l ଉଭୟ ସମାବେଶ ରେ ରାୟଗଡା ର ପୂର୍ବତନ ବିଧାୟକ ଲାଲ ବିହାରୀ ହିମରିକା, କୋରାପୁଟ କେନ୍ଦ୍ରୀୟ ବ୍ୟାଙ୍କ ନିର୍ଦେଶକ ବାନାଗାଡି ତିରୁପତି, ରାୟଗଡା ବ୍ଲକ ଅଧକ୍ଷା ଟୁନି ହୁଇକା, କାଶୀପୁର ବ୍ଲକ ଅଧକ୍ଷ କଣ୍ଠ ମାଝୀ, ରାଜ୍ୟ ବିଜେଡି ସହ ସମ୍ପାଦକ ଜଗଦୀଶ ପାତ୍ର,ଜ଼ିଲ୍ଲା ସମ୍ପାଦକ ଗଙ୍ଗା ଧର ପୁଆଲା, ଚନ୍ଦ୍ରକାନ୍ତ ସାମଲ, ଜ଼ିଲ୍ଲା ବିଜେଡି ଯୁବ ସଭାପତି ଅଭିନାଶ ବିଶୋଇ, ଜ଼ିଲ୍ଲା ମହିଳା ସଭାପତି ଶର୍ମିତା ପାଢ଼ୀ, ଜ଼ିଲ୍ଲା ବିଜେଡି ୟୁବ ର ସମ୍ପାଦକ ହରପ୍ରସାଦ ନାୟକ ଉପସ୍ଥିତ ରହି ଥିଲେ l