ମୁଖ୍ୟମନ୍ତ୍ରୀ ଓ 5ଟି ଅଧକ୍ଷ ଙ୍କୁ ଧନ୍ୟବାଦ ଜ୍ଞାପନ ସଭା ଅନୁଷ୍ଟିତ

ଆଠମଲ୍ଲିକ,(ବୁଲୁ ଦଳେଇ):ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଆମ୍ବସରମୁଣ୍ଡା ଜଂଘା ବଡ଼ଦେଓ ପେନେଠାନା ଶକ୍ତିପୀଠ ଠାରେ ଗୋଣ୍ଡୱାନ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ 5ଟି ଅଧକ୍ଷ ଙ୍କ ଉଦ୍ଦେଶ୍ୟରେ ଏକ ଧନ୍ୟବାଦ ଜ୍ଞାପନ ସଭା ଅନୁଷ୍ଟିତ ହୋଇଯାଇଛି । ସୂଚନା ନେବାରେ ଜଣାଯାଏ କି ଗୋଣ୍ଡୱାନ ପରିଷଦ ଆଠମଲ୍ଲିକ ପକ୍ଷରୁ ଜଂଘା ବଡ଼ଦେଓ ଶକ୍ତିପୀଠ ର ଉନ୍ନତି କରଣ ନିମନ୍ତେ ରାଜ୍ୟ ସରକାର ଅର୍ଥକ ଅନୁଦାନ ରାଶି ଯୋଗାଇଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଗୋଣ୍ଡ ସମାଜର ଅଭିଯୋଗ ପତ୍ର କୁ ବିଚାର କରି ଗତ ତା ୧୩/୨/୨୫ ରିଖ ରେ ମୁଖ୍ୟମନ୍ତ୍ରୀ ମନ୍ଦିର ଉନ୍ନତି କରଣ ନିମନ୍ତେ ୭୫ ଲକ୍ଷ ଟଙ୍କା ଅନୁଦାନ ରାଶି ପ୍ରଦାନ କରିଥିବାରୁ ଗୋଣ୍ଡ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀ ତଥା 5ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଅଛି । ତତ୍ ସହିତ ରାଜଧାନୀ ଭୁବନେଶ୍ୱର ଚନ୍ଦ୍ରଶେଖର ପୂର ଏକ ଗୋଣ୍ଡ ଭବନ ନିର୍ମାଣ ନିମନ୍ତେ ଅଧ ଏକର ଜମି ଯୋଗାଇ ଦେଇ ଥିବାରୁ ଗୋଣ୍ଡ ଭାଇ ଭଉଣୀ ଆନନ୍ଦ ମୁଖରିତ ହୋଇ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏହା ଦଳିତ ନିଷ୍ପେସିତ ଗୋଣ୍ଡ ଆଦିବାସୀ ମାନଙ୍କର ଆଗାମୀ ପିଢ଼ି , ଶିକ୍ଷା, ସାମାଜିକ, ଅର୍ଥିକ, ଆଦି କ୍ଷେତ୍ରରେ ଉନ୍ନତି ସରଳି କରଣ ହେବ। ଆସନ୍ତୁ ପରିଷଦ ର ସଭାପତି ଓ ମହାସଚିବ ମାନଂକ ମୁହଁରୁ ପ୍ରତିକ୍ରିୟା ନେବା ଏ ବାବଦରେ ସେମାନେ କଣ କହନ୍ତି।