ବୀରମହାରାଜପୁର -(ଶାନ୍ତନୁ କୁମାର କର୍ଣ୍ଣ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ କୁଡାପଡା ଠାରେ ୨ୟ ଅଷ୍ଟ ପ୍ରହରୀ ନାମଯଜ୍ଞ ଓ ସୁନ୍ଦରାକାଣ୍ଡ ପାରାୟଣ ଉଦଯାପିତ ହୋଇଯାଇଛି । ଶୁକ୍ରବାର ସକାଳୁ ରୀତିନୀତି ଅନୁସାରେ କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇ କଳସ ସ୍ଥାପନ କରାଯାଇ ନାମ ଯଜ୍ଞ ଅଧିବାସ ଆରମ୍ଭ ହୋଇଥିଲା। ଏଥିରେ ବିଭିନ୍ନ ଅଞ୍ଚଳରୁ ୩୫ଟି ସଂକୀର୍ତ୍ତନ ଦଳ ଯୋଗଦେଇ ଥିଲେ। ଶନିବାର ସକାଳୁ ନଗର ପରିକ୍ରମା ସହ ପୂର୍ଣ୍ଣାହୁତି ହୋଇଥିଲା। ଏହି ଅବସରରେ ଏକ ଦିବସୀୟ ଚତୁର୍ଥ ତମ ସୁନ୍ଦରାକାଣ୍ଡ ପାରାୟଣ ଆୟୋଜିତ ହୋଇଥିଲା। ଏଥିରେ ପୁରାଣ ଗାୟିକା ମୋନାଲି ମହାପାତ୍ର ପୁରାଣ ସମାପନ କରିଥିଲେ। ପୂଜକ ନିତ୍ୟାନନ୍ଦ ପଣ୍ଡା ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ଗୁଲଠୁ ବିଶ୍ଵାଳ ଓ ଧର୍ମପତ୍ନୀ କର୍ତ୍ତା ଦାଇତ୍ୱ ତୁଲାଇଥିଲେ। ଅଞ୍ଚଳର ବହୁ ଜନସାଧାରଣ ଉକ୍ତ କାର୍ଯ୍ୟକ୍ରମ ଯୋଗଦେଇ ଥିଲେ। ଲକ୍ଷ୍ମଣ, ମଣ୍ଟୁ, ରିଙ୍କୁ, ନରେନ୍ଦ୍ର, ଗୋବିନ୍ଦ, ଶ୍ରବଣ, ବିପିନ, ଶିବ, ବିଗ୍ରମ, କେଶବ,ଟିପେନ, ଶ୍ରୀକାନ୍ତ, ଆଦିକନ୍ଦ, ବାରୁ, ଅଜିତ ଓ ଗ୍ରାମବାସୀ ସହଯୋଗ କରିଥିଲେ।