ଆଠମଲ୍ଲିକ,୦୮/୦୨(ବୁଲୁ ଦଳେଇ) : ଆଠମଲ୍ଲିକ ବ୍ଲକ ର ମଇମୁରା, କନ୍ତପଡ଼ା ଓ ଠାକୁରଗଡ଼ ପଞ୍ଚାୟତ ରେ ପଞ୍ଚାୟତ ସ୍ତ ଆମ ଓଡ଼ିଶା ନବୀନ ଓଡ଼ିଶା ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ କି ପ୍ରତ୍ୟେକ ପଞ୍ଚାୟତ ରେ ହାରାହାରି ୬୦୦ ଲୋକ ଭାଗ ନେଇଥିଲେ। ମଇମୁରା ସରପଞ୍ଚ ଲତା ସେଠୀ, କନ୍ତପଡ଼ା ସରପଞ୍ଚ ସୁଶ୍ରୀ ସୁଭସ୍ମିତା ବାଙ୍କ ଓ ଠାକୁରଗଡ଼ ସରପଞ୍ଚ ଚାରୁଲତା ମିଶ୍ର ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରତି ପଞ୍ଚାୟତ ରେ ଗୋଟିଏ ସ୍ୱାସ୍ଥ୍ୟ ଶିବିର, ଗୋଟିଏ ପୋଷଣ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ମିଶନ ଶକ୍ତି, କୃଷି, ଜଙ୍ଗଲ, ମତ୍ସ୍ୟ, ଉଦ୍ୟାନ କୃଷି, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ, କେନ୍ଦୁ ପାତ୍ର, ସାମାଜିକ ସୁରକ୍ଷା, ପଞ୍ଚାୟତିରାଜ ଇତ୍ୟାଦି ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଜନସାଧାରଣ ଙ୍କୁ ନିଜ ନିଜ ବିଭାଗର ଯୋଜନା ସମ୍ପର୍କରେ ସଚେତନ କରାଇଥିଲେ। ବିଗତ ୫ ବର୍ଷରେ ପଞ୍ଚାୟତ ରେ ହୋଇଥିବା ବିକାଶ ମୂଳକ କାର୍ଯ୍ୟ ସମ୍ବନ୍ଧୀୟ ଏକ ପତ୍ରିକା ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ କରାଯାଇଥିଲା। ଠାକୁରଗଡ଼ ପଞ୍ଚାୟତ ରେ 22ଟି ଭିନ୍ନକ୍ଷମ ପରିଚୟ ପତ୍ର ହିତାଧିକାରୀ ମାନଙ୍କୁ ବଣ୍ଟନ କରାଯାଇଥିଲା। ମୋଟ୍ ୩ ଲକ୍ଷ ଟଙ୍କାର ଗୋଷ୍ଠୀ ବିନିଯୋଗ ପାଣ୍ଠି ୩ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀ କୁ ପ୍ରଦାନ କରାଯାଇଥିଲା ଓ ୮ ଟି ସ୍ଵୟଂ ସହାୟକ ଗୋଷ୍ଠୀ କୁ ବିନା ସୁଧ ରେ ୪୦ ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ କରାଯାଇଥିଲା। କନ୍ତପଡ଼ା ପଞ୍ଚାୟତ ରେ ମୋଟ ୧ ଲକ୍ଷ ଟଙ୍କା ର ଗୋଷ୍ଠୀ ବିନିଯୋଗ ପାଣ୍ଠି ୨ ଟି ସ୍ଵୟଂ ସହାୟକ ଗୋଷ୍ଠୀ କୁ ପ୍ରଦାନ କରାଯାଇଥିଲା। ଏହା ଛଡ଼ା ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ବ୍ଲକ ପ୍ରଶାସନ ପକ୍ଷରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌଭାଗ୍ୟ ବେହେରା, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜ୍ୟୋତି ରଞ୍ଜନ ପ୍ରଧାନ, ସହକାରୀ ନିର୍ବାହୀଯନ୍ତ୍ରୀ ରାମଚନ୍ଦ୍ର ଶତପଥୀ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକରୀ ସୁଟିଖିନା ମହାପାତ୍ର, ପଞ୍ଚାୟତ ନିର୍ବାହୀ ଅଧିକାରୀ ନିମେଇଁ ଦେହୁରୀ, ଜିଆରଏସ ଅନିଲ କୁମାର ପ୍ରଧାନ ପରିଚାଳନା ରେ ସହଯୋଗ କରିଥିଲେ।