ବ୍ରହ୍ମପୁର,(ଶ୍ରୀକାନ୍ତ କୁମାର ବେହେରା):୬/୨/୦୨୪/ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (CPI )ର ବ୍ରହ୍ମପୁର ଆଞ୍ଚଳିକ କମିଟିର ବୋଉଳଝୋଳି ଶାଖାର ସମ୍ମିଳନୀ ବୋଉଳଝୋଳି ଠାରେ ବାବୁ ବିଷୋୟୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା | ପ୍ରଥମେ ପାର୍ଟିର ଲାଲ ପତାକାକୁ ସାଥି କେଦାର ବିଷୋୟୀ ପତାକା ଉତୋଳନ କରିଥିଲେ | ଏହି ବୈଠକରେ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ସାଥି ଏବଂ ଜିଲ୍ଲା ପାର୍ଟିର ସମ୍ପାଦକ ସାଥି ପ୍ରକାଶ ପାତ୍ର ଓ ଜୋନାଲ ପାର୍ଟିର ସମ୍ପାଦକ ସାଥି କାମଦେବ ନାହାକ ଯ଼ୋନାଲ ନେତା ପ୍ରଫୁଲ୍ଲ ଜେନା ଅତିଥି ଭାବେ ଯୋଗ ଦେଇଥିଲେ l ଏହାପରେ ସମ୍ପାଦକ ସାଥି ପ୍ରକାଶ ପାତ୍ର ଜିଲ୍ଲା, ରାଜ୍ୟ ଓ କେନ୍ଦ୍ର ଉପରେ ନିଆଯାଇଥିବା ସମସ୍ତ ରାଜନୀତିକ ଓ ସଂଗଠନିକ ପ୍ରସ୍ତାବ ସମ୍ପର୍କ ରେ ଆଲୋଚନା କରିଥିଲେ ଏବଂ ଆଗାମୀ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ l ପାର୍ଟି ର ରାଜନୀତିକ ଏବଂ ସଂଗଠନିକ ନିଧାରଣ ସମ୍ପର୍କରେ ଆଲୋଚନା ହୋଇ ଭବିଷ୍ୟତ କାଯ୍ୟ କ୍ରମ ନିଆଯିବl ସହ କୃଷି କୃଷକ ଓ ଶ୍ରମିକ ସମସ୍ୟା ନେଇ ଆସନ୍ତା 16 ଫେବୃଆରୀ ଗ୍ରାମୀଣ ଭାରତ ବନ୍ଧକୁ ସଫଳ କରିବା ପାଇଁ ଆଲୋଚନା କରିଥିଲେ | କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ମରଣା ନୀତି ବିରୋଧରେ ଆଲୋଚନା କରିଥିଲେ| ଏହି ସମ୍ମିଳନୀ ରେ ବ୍ରହ୍ମପୁର ଜୋନାଲର ସମ୍ପାଦକ ସାଥି କାମଦେବ ନାହାକ କେନ୍ଦ୍ର ସରକାରଙ୍କ ଯୁବ ମରଣା ନୀତି ବରୋଧ ନୀତିକୁ ବିରୋଧ କରିଥିଲେ l ବେକାରୀକୁ ନିଯୁକ୍ତି ଅବା ବେକାରୀ ଭତ୍ତା ଦାବିରେ ଯୁବକ ମାନଙ୍କୁ ଏକଜୁଟ କରି ବିରାଟ ଯୁବ ଆନ୍ଦୋଳନ କରିବାକୁ ହେବ | ଆସନ୍ତା 2024 ରେ କେନ୍ଦ୍ରର ବିଜେପି ସରକାରକୁ କିପରି ଗାଦିଚୁତ କରିବା ପାଇଁ ଆହ୍ୱାନ ଦେଇଥିଲେ | ସମ୍ମିଳନୀ ଅବସରରେ ଆସନ୍ତା ଏକ ବର୍ଷପାଇଁ କର୍ମକର୍ତ୍ତା ନିବ୍ବାଚନ କରାଯାଇଥିଲା ବୋଉଳଝୋଳି ଶାଖାର ସମ୍ପାଦକ ସାଥି ରୋହିତ ବିଷୋୟୀ ଓ ସହ ସମ୍ପାଦକ ସାଥି କେଦାର ବିଷୋୟୀ ନିବାଚିତ ହୋଇଥିଲେ l ଏହି ସମ୍ମିଳନୀରେ ଅନ୍ୟ ମାନଙ୍କ ମଧରେ ରଙ୍ଗବତୀ ବିଷୋୟୀ, ଦଣ୍ଡପାଣି ବିଷୋୟୀ, ବୁଲୁ ଭୂୟାଁ, ସୁବାସ ବିଷୋୟୀ, ଶିବରାମ ବରଡ଼, ହୀନ ଦାସ, ରୁନୁ ବିଷୋୟୀ, ବବିତା ବିଷୋୟୀ, ଗୋପବନ୍ଧୁ ବିଷୋୟୀ ଆଲୋଚନା ଭାଗ ନେଇଥିଲେ l ଅଭିବାଦନ ସହ କାମଦେବ ନାହାକ ବ୍ରହ୍ମପୁର ଜୋନାଲ ସମ୍ପାଦକ ।