ରାୟଗଡା ଜ଼ିଲ୍ଲା ରୁ ପୁରୀ ଶ୍ରୀମନ୍ଦିର ପ୍ରକଳ୍ପ ଦର୍ଶନ ନିମନ୍ତେ ଯାଉଥିବା ବସ ଦୁର୍ଘଟଣା ଗ୍ରସ୍ତ

ରାୟଗଡା:(ଅମୁଲ୍ୟ ନିଶଙ୍କ) ଜ଼ିଲ୍ଲା ପରିଷଦ ରାୟଗଡା ପଂଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ରାୟଗଡା ପକ୍ଷରୁ ରାୟଗଡା ଜ଼ିଲ୍ଲା ର ତିନିଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଭକ୍ତ ଙ୍କୁ ପୁରୀ ନେଇ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନ ନିମନ୍ତେ 31 ତାରିଖ ରେ ରାୟଗଡା ନିର୍ବାଚନ ମଣ୍ଡଳୀ,1 ତାରିଖ ରେ ଗୁଣୁପୁର ନିର୍ବାଚନ ମଣ୍ଡଳୀ ଓ 13 ଫେବୃଆରୀ ରେ ବିଷମକଟକ ନିର୍ବାଚନ ମଣ୍ଡଳୀ ରୁ ସ୍ୱତନ୍ତ୍ର ବସ ଯୋଗେ ଯିବା ନିମନ୍ତେ ଜ଼ିଲ୍ଲା ପରିଷଦ ମୁଖ୍ୟ ଅଧିକାରୀ ତାଙ୍କରି ପତ୍ର ସଂଖ୍ୟା1004/2024 31/01/2024 ତାରିଖ ରେ ଅବଗତ କରାଇଥିଲେ l ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଦର୍ଶନ ନିମନ୍ତେ ଯିବା ପାଇଁ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଯେଉଁ ବସ ର ବ୍ୟବସ୍ତା କରାଯାଇଥିଲା ସେ ବସ ଗୁଡିକ ବ୍ୟବସ୍ତା ବହୁତ ଖରାପ ଯାତ୍ରୀ ବସିବା ଆରାମ ଦାୟକ ସିଟ ନଥିବା ନେଇ ଯାତ୍ରୀ ଓ ପ୍ରସାଶନିକ ଅଧିକାରୀ ମଧ୍ୟରେ ହଟଗୋଳ ହୋଇଥିଲା ପରବର୍ତ୍ତୀମୁହୂର୍ତ୍ତ ରେ ବସ ମାନ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା 31 ତାରିଖ ରାତ୍ରି ରେ l ଗୁଣୁପୁର ନିର୍ବାଚନ ମଣ୍ଡଳୀ ବିଭିନ୍ନ ବ୍ଲକ ରୁ 1 ତାରିଖ ରାତ୍ରି ସମୟରେ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା l ଗୁଡାରି ବିଜ୍ଞାପିତ ଅଂଚଳ ରୁ ପୁରୀ ଅଭିମୁଖେ ଯାଉଥିବା ବସ ଆଜି ସକାଳ ପ୍ରାୟ ୬ଟା ବେଳେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଗଡ଼ଖୋର୍ଦ୍ଧା ଛକରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ରାୟଗଡ଼ାରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲାଇବା ନେବା ଲାଗି ପୁରୀକୁ ୪୨ଜଣ ଯାତ୍ରୀଙ୍କୁ ନେଇ ଏକ ବସ୍ ଆସୁଥିଲା। ଗଡ଼ଖୋର୍ଦ୍ଧା ଛକରେ ଉକ୍ତ ବସକୁ ଏକ ହାଇଓ୍ୱା ପିଟିଥିଲା।ଏହି ଘଟଣାରେ 20 ଜଣ ଯାତ୍ରୀ ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କର ପ୍ରାଥମିକ ଚିକିତ୍ସା କରାଯିବା ପରେ ଯାତ୍ରୀମାନଙ୍କୁ ପୁରୀ ପଠାଇଦିଆଯାଇଥିବା ଜଣାଯାଇଛି। ମେଡିକାଲରେ ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେଇଥିବା ଜ଼ିଲ୍ଲାପାଳ ଚଞ୍ଚଳ ରାଣା ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିବାର ଖବର ମିଳିଛି ।