ଜିଲ୍ଲା ସ୍ତରୀୟ ଜନଜାତି ସାଂସ୍କୃତିକ ଉତ୍ସବ ଉଦଘାଟିତ

ରାୟଗଡା,(ଅମୁଲ୍ୟ ନିଶଙ୍କ): ରାୟଗଡା ଜ଼ିଲ୍ଲା ସ୍ୱତନ୍ତ୍ର ଉନୟନ ପରିଷଦ ଆନୁକୂଲ୍ୟରେ ପୂର୍ବରୁ ବ୍ଲକ ସ୍ତରୀୟ ଜନଜାତି ସଂକୃତିକ ଉତ୍ସବ ର ପରିସମାପ୍ତି ପରେ ରାୟଗଡା ଜ଼ିଲ୍ଲାର ଜନଜାତି ଙ୍କ କଳା, ସଂସ୍କୃତି ଓ ପରମ୍ପରା ର ପ୍ରୋତ୍ସାହନ ନିମନ୍ତେ ଗତ କାଲି 1 ତାରିଖ ଠାରୁ ଜ଼ିଲ୍ଲା ସ୍ତରୀୟ ଜନଜାତି ସଂସ୍କୃତିକ ଉତ୍ସବ ଅତି ଆଡମ୍ବର ସହକାରେ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ପଡିଆ ଠାରେ ଉଦଘାଟିତ ହୋଇଯାଇଛି l ଏହି ଉଦଘାଟନୀ କାର୍ଯ୍ୟକ୍ରମ ରେ ବିଶିଷ୍ଟ ଅତିଥି ଭେ ବାସନ୍ତୀ ହେମ୍ବ୍ରମ ମାନ୍ୟବର ମନ୍ତ୍ରୀ ମହିଳା, ଶିଶୁ ବିକାଶ, ମିଶନ ଶକ୍ତି ବିଭାଗ ଓଡିଶା ସରକାର ଓ ପ୍ରଦୀପ ମାଝୀ ଉପଦେଷ୍ଟା ରାଜ୍ୟ ସ୍ୱତନ୍ତ୍ର ଉନୟନ ପରିଷଦ ଓଡିଶା ସରକାର ଯୋଗ ଦେଇ ଜଗତ ର ନାଥ ଜଗନ୍ନାଥ ଙ୍କ ଫୋଟ ଚିତ୍ରରେ ପୁଷ୍ପା ମାଲ୍ୟ ଅର୍ପଣ ସହିତ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ମନ୍ତ୍ରୀ ହେମ୍ବ୍ରମ ନିଜ ବକ୍ତବ୍ୟରେ କହିଥିଲେ ଯେ ଆଦିମ ଆଦିବାସୀ ଙ୍କ ଲୁକ୍କାହିତ କଳା ସଂକୃତି ପରମ୍ପରା କୁ ଉଦଯିବିତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ପ୍ରଥମେ ଓଡିଶା ର 9 ଗୋଟି ଜ଼ିଲ୍ଲା ରେ ସ୍ୱତନ୍ତ୍ର ଉନୟନ ପରିଷଦ ଗଠନ କରି ପରବର୍ତୀ ସମୟରେ ଏହାକୁ 23 ଜ଼ିଲ୍ଲା କୁ ପରିବର୍ଦ୍ଧିତ କରିଛନ୍ତି l ଲୁକ୍କାହିତ ହିତ ପ୍ରତିଭା କୁ ଲୋକଲୋଚନ କୁ ଆଣିବା ହେଉଛି ସ୍ୱତନ୍ତ୍ର ଉନୟନ ପରିଷଦ ର ମୂଳ ଲକ୍ଷ l ଏଥି ସହିତ ଜନଜାତି ପିଲାଙ୍କ ଉଚ୍ଚ ପାଠ ପଢ଼ା, ଖେଳ କୁଦ,ନିମନ୍ତେ ମଧ୍ୟ୍ୟ ବହୁ ପରିମାଣରେ ସାହାଯ୍ୟ କରିଆସୁଛନ୍ତି ଏହି ବିଭାଗ l ମାତ୍ର ସ୍ୱଳ୍ପ ସମୟ ପାଇଁ ମନ୍ତ୍ରୀ ହେମ୍ବ୍ରମ ଆସି ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ ଯିବା ପୂର୍ବରୁ ସ୍ଥାନୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ମେଳରେ ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ପାରମ୍ପରିକ ବସ୍ତୁ, ଖାଦ୍ୟ ଦ୍ରବ୍ୟ ଓ ପୋଷାକ ପତ୍ର ସମ୍ପର୍କିତ ଯେଉଁ ଷ୍ଟଲ ମାନଙ୍କୁ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ଜ଼ିଲ୍ଲା ପରିଷଦ ଅଧକ୍ଷା ସରସ୍ବତୀ ମାଝୀ, ଜ଼ିଲ୍ଲା ର ବିଭିନ୍ନ ବ୍ଲକ ର ଅଧକ୍ଷ ଅଧକ୍ଷା, ଜ଼ିଲ୍ଲା ପୋଲିସ ଉପ ଆରକ୍ଷୀ ଅଧକ୍ଷ ବିଷ୍ଣୁ ପ୍ରସାଦ ପାତ୍ର ଅତିରିକ୍ତ ଜ଼ିଲ୍ଲାପାଳ ଭାସ୍କର ଚନ୍ଦ୍ର ରଇତ,ବନମାଳୀ କାଡ୍ରକା ଉପାଦକ୍ଷ ଜ଼ିଲ୍ଲା ସ୍ୱତନ୍ତ୍ର ଉନୟନ ପରିଷଦ ରାୟଗଡା, ପି ଗୌରୀ ଶଙ୍କର ସଂଯୋଜକ ଆମ ଓଡିଶା ନବୀନ ଓଡିଶା ରାୟଗଡା ଉପସ୍ଥିତ ଥିଲେ l ନିମଂତ୍ରିତ ଅତିଥି ଭାବେ ରାୟଗଡା ପୌର ପରିଷଦ ର ଉପାଦକ୍ଷା ଶୁଭ୍ରା ପଣ୍ଡା, ପୂର୍ବତନ ପୌର ଅଧକ୍ଷା ଗୌରୀ ଜୟନ୍ତୀ, କୋଳନରା ବ୍ଲକ ଜ଼ିଲ୍ଲା ପରିଷଦ ସଭ୍ୟ ଇପିଲି ଧବଳେଶ୍ୱର ନାଇଡ଼ୁ ଙ୍କ ସମତେ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରର ଜ଼ିଲ୍ଲା ସ୍ୱତନ୍ତ୍ର ଉନୟନ ପରିଷଦ ଅଧକ୍ଷା ଅନୁସୟା ମାଝୀ ପୌରହିତ୍ୟ କରିଥିଲେ l ରାୟଗଡା ଜ଼ିଲ୍ଲା ର ବିଭିନ୍ନ କେସିଙ୍ଗପୁର, କୋଳନରା ସଦର ରାୟଗଡା ଓ କାଶୀପୁର ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ଜ଼ିଲ୍ଲା ମଙ୍ଗଳ ଅଧିକାରୀ, ରାୟଗଡା ଆଇ ଟି ଡି ଇ ର ଯନ୍ତ୍ରୀ ମାନେ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l