ରାୟଗଡା,(ଅମୁଲ୍ୟ ନିଶଙ୍କ): ରାୟଗଡା ଜ଼ିଲ୍ଲା କୋଳନରା ବ୍ଲକ ଆନ୍ତର୍ଗତ ବଡ଼ଖିଲାପଦର ଗ୍ରାମପଞ୍ଚାୟତ ର ଆରିବି ଗ୍ରାମର ଦୁର୍ଗା ମନ୍ଦିର କୁ ନୂତନ ଭାବେ ନିର୍ମାଣ ପାଇଁ 5ଟି ଅଧୀନରେ ମୁଖ୍ୟମନ୍ତ୍ରୀ ବକ ସହାୟତା ଯୋଜନା ମାଧ୍ୟମରେ ଏହି ଦୁର୍ଗା ମନ୍ଦିର ର କୁ ନୂତନ ଭାବେ ନିର୍ମାଣ ପାଇଁ 5ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି l ଏହି ପରିପେକ୍ଷ ରେ ମନ୍ଦିର ର କାର୍ଯ୍ୟ ଖୁବ ଜୋର ସୋରେ ଆଗ୍ରଗତୀ ଚାଲିଛି ଏହି ଅବସର ରେ ରାୟଗଡା ବିଜେଡି ସଭାପତି ତଥା ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ ଏହି ମନ୍ଦିର ର ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ଆସି ଥିଲେ l ଆରିବି ଠାରେ ଥିବା ଅନ୍ୟ ଏକ ଶିବ ମନ୍ଦିର କୁ ମଧ୍ୟ୍ୟ ବିଧାୟକ ପାଣ୍ଠିରୁ ନୂତନ ଭାବେ ମନ୍ଦିର ନିର୍ମାଣ ପାଇଁ ମଧ୍ୟ୍ୟ କାମ ଚାଲିଛି l ଆସନ୍ତା ମହାଶିବରାତ୍ରି ପୂର୍ବରୁ ଉଭୟ ମନ୍ଦିର କାମ ସମ୍ପୂର୍ଣ୍ଣ କରିବା ପାଇଁ ଗ୍ରାମବାସୀ ଓ କାରିଗର ଙ୍କ ସହିତ ଆଲୋଚନା କରିଥିଲେ l ସୂଚନା ଯୋଗ୍ୟଯେ ଏହି ଦୁର୍ଗା ଓ ଶିବ ମନ୍ଦିରରେ ବହୁ ପୁରାତନ କାଳ ତୁ ଏହି ଆରିବି ଠାରେ ଦୁର୍ଗା ଓ ଶିବ ଭଗବାନ ପୂଜା ପାଇଁ ଆସୁଛନ୍ତି l ଏହି ଠାରେ ମହାଶିବରାତ୍ରି ଏହି ଠାରେ ବହୁ ଧୂମଧାମ ରେ ପାଳିତ ହୋଇଆସୁଥିଲା l କିନ୍ତୁ ଅଳ୍ପ କେତେ ବର୍ଷ ହେବ ବିଭିନ୍ନ କାରଣ ରୁ ଏହି ଶିବରାତ୍ରି ଉତ୍ସବ ବନ୍ଦ ହୋଇଯାଇଛି l ଏହି ବର୍ଷ ମନ୍ଦିର କାମ ସମ୍ପୂର୍ଣ୍ଣ ପରେ ପୁଣି ମହାଶିବରାତ୍ରି ପାଳନ କରାଯିବ ବୋଲି ଗ୍ରାମବାସୀ ଅତି ଆନନ୍ଦ ର କହିଛନ୍ତି l ଦୀର୍ଘ ବର୍ଷ ଧରି ଏହି ଦୁଇ ମନ୍ଦିର ଭଙ୍ଗା ରୁଜା ହୋଇ ପରିତ୍ୟକ୍ତ ଅବସ୍ଥାରେ ରହିଥିଲା l ଗତ ପଂଚାୟତ ନିର୍ବାଚନ ସମୟରେ ସୁଧୀର ଦାସ ନିର୍ବାଚନ ପ୍ରଚାର ସମୟରେ ଏହି ଆରିବି କୁ ଆସିଥିଲା ଏହି ସମୟରେ ଗ୍ରାମବାସୀ ଏହି ମନ୍ଦିର ପ୍ରତି ଦୃଷ୍ଟି ଦେବା ନିମନ୍ତେ ଅନୁରୋଧ କରିଥିଲେ ଓ ସୁଧୀର ଦାସ ଏହି ମନ୍ଦିର ନିର୍ମାଣ ପାଇଁ ପ୍ରତିଶୃତି ଦେଇଥିଲେ l ଶ୍ରୀ ଦାସ ନିଜ ପ୍ରତିଶୃତି ରକ୍ଷା କରି ଏହି ମନ୍ଦିର କୁ ନୂତନ ଭାବେ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ କୃପା ଦୃଷ୍ଟି ପୋଡିବାରୁ ଏହି ମନ୍ଦିର ନିର୍ମାଣ ହେଉଥୁବାରୁ ଗ୍ରାମବାସୀ ଉଭୟ ମୁଖ୍ୟମନ୍ତ୍ରୀ ଓ ବିଜେଡି ଜ଼ିଲ୍ଲା ସଭାପତି ସୁଧୀର ଦାସ ଙ୍କ କୃତଜ୍ଞତା ଜଣାଇଛନ୍ତି l ଆଜି ସୁଧୀର ଦାସ ଙ୍କ ସହିତ କୋଳନରା ବ୍ଲକ ଜ଼ିଲ୍ଲା ପରିଷଦ ସଭ୍ୟ ଇପିଲି ଧବଳେଶ୍ୱର ନାଇଡ଼ୁ, ବଡ଼ଖିଲାପଦର ସରପଞ୍ଚ ମାଦାରାଓ କଣ୍ଡଗୋରି ଓ ବହୁ ସଂଖ୍ୟାରେ ବିଜେଡି କର୍ମୀ ଉପସ୍ଥିତ ଥିଲେ l