ଦୃଷ୍ଟିବାଦ୍ଧିତ ଦିବ୍ୟାଙ୍ଗ ଗୁରୁବରିଆ ଭତ୍ତା ପାଇବାରୁ ବଞ୍ଚିତ।

ଆଠମଲ୍ଲିକ/ଅନୁଗୁଳ,(ବୁଲୁ ଦଳେଇ):- ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଗ୍ରାମର ଗୁରୁବାରି ଆ କୁ ଏ ଯାଏଁ ଭତ୍ତା ଖଣ୍ଡେ ମିଳିନି। ବ୍ଲକ ପ୍ରଶାସନ ପକ୍ଷରୁ ବାରମ୍ବାର ଅନ୍ଧ ପ୍ରମାଣ ପତ୍ର ଆଣିବାକୁ କୁହାଯାଉଛି। ସେ ସାର୍ଟିଫିକେଟ ପାଇଁ ଦୌଡା ଦୌଡ଼ି କରି ନିରାଶ ହୋଇ ବସିଛନ୍ତି। ଭତ୍ତା ପାଇବାକୁ 50 ବର୍ଷ ଧରି ଚାହିଁ ବସିଛନ୍ତି। କେବେ ସରକାର ଓ ପ୍ରଶାସନ ତାଙ୍କ ପ୍ରତି ଦୃଷ୍ଟି ଦେବ ସେ ଅନାଇଁ ବସିଛନ୍ତି।