ତୀର୍ଥଯାତ୍ରାରେ ବାହାରିଲେ ୯୭୦ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ରାୟଗଡରୁ ବାରଣାସୀ – ଗୟା ପରିଦର୍ଶନ କରିବେ l

ରାୟଗଡା,(ଅମୁଲ୍ୟ ନିଶ)-: ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ରାୟଗଡା ଜିଲ୍ଳା ପ୍ରଶାସନ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣ କାର୍ଯ୍ୟକ୍ରମରେ ଦକ୍ଷିଣାପଶ୍ଚିମାଚଂଳର କୋରାପୁଟ, ରାୟଗଡା, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି ଓ ନୂଆପଡା ଆଦି ୬ଟି ଜିଲ୍ଳାର ୯୭୦ଜଣ ତୀର୍ଥଯାତ୍ରୀ ଓ ୩୦ଜଣ ଏସକର୍ଟ କର୍ମକର୍ତାମାନେ ଆଜି ରାୟଗଡା ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ବାରଣାସୀ ଗୟା ଅଭିମୁଖେ ତୀର୍ଥଯାତ୍ରା ଆରମ୍ଭ କରିଛନ୍ତି । ଆଦିବାସୀ କଲ୍ୟାଣ ତଥା ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତୀର୍ଥଯାତ୍ରୀମାନେ ଯାଉଥିବା ସ୍ୱତନ୍ତ୍ର ଟ୍ରେନରେ ଫିତା କାଟିବା ସହ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ , ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ରାଜ୍ୟ ଉପଦେଷ୍ଠା ଦୁର୍ଗାପ୍ରସାଦ ସାମନ୍ତରାଏ, ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ପର୍ଯ୍ୟଟନ ବିଭାଗର ଅତିରକ୍ତ ଶାସନ ସଚିବ ବଳାମୁକୁନ୍ଦ ଭୂୟାଁ, ରେଳ ବିଭାଗ ବରିଷ୍ଠ ଅଧିକାରୀ ଶ୍ରୀମତୀ ପ୍ରୀତିରlଣା ପ୍ରମୁଖ ଯୋଗଦାନ କରି ବରିଷ୍ଠ ନାଗରିକ ମାଙ୍କୁ ଯାତ୍ରାକୁ ପତାକା ଦେଖାଇ ଶୁଭରମ୍ବ କରିଥିଲେ lଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁଗ୍ମ ନିର୍ଦ୍ଦେଶକ ବିଶ୍ୱଜିତ୍ ରାଉତରାଏ, ସହକାରୀ ନିର୍ଦ୍ଦେଶକ ସରୋଜ ଜେନା, ପ୍ରଶନ୍ନ ପଟେଲ, ବରିଷ୍ଠ ସହାୟକ ବୁଦ୍ଧ ଦେବ ବୁଦୁଲା ସମେତ ରେଳବାଇ ଆଇଆରସିଟିସି କର୍ତୁପକ୍ଷ ଏବଂ ରାୟଗଡା ଜିଲ୍ଳାସ୍ତରୀୟ ଅଧିକାରୀ ଏବଂ ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ରହିଥିଲେ । ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନାର ମନୋଭାବ ଆସୁଥିବା ବେଳେ ତୀର୍ଥଯାତ୍ରା କରିବାକୁ ମଧ୍ୟ ମନ ବଳାଇଥାନ୍ତି ତେବେ ଅର୍ଥାଭାବରୁ ତଥା ପାରିବାରିକ ଆର୍ଥିକସ୍ଥିତି ଉଜ୍ୱଳ ନ ଥିବାରୁ ସେମାନେ ତୀର୍ଥସ୍ଥାନ ଭ୍ରମଣ କରିପାରନ୍ତି ନାହିଁ । ମାନ୍ୟବର ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକମାନଙ୍କ ଏହି ଆଶାକୁ ପୂରଣ କରିବା ଦିଗରେ ତୀର୍ଥଯାତ୍ରା ଯୋଜନା ଆରମ୍ଭ କରି ବରିଷ୍ଠ ନାଗରିକଙ୍କ ପାଇଁ ଏହି ଯୋଜନାର ଶୁଭାରମ୍ଭ କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଉଛି ବୋଲି ମନ୍ତ୍ରୀ ଶ୍ରୀ ସାରକା ପ୍ରକାଶ କରିଥିଲେ ।

ସେହିପରି ଆର୍ଥିକ ଅନଗ୍ରସର ଓ ଦାରିଦ୍ର ସୀମାରେଖା ତଳେ ରହୁଥିବା ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କର ଆଧ୍ୟାତ୍ମିକ ଆକାଂକ୍ଷା ପୂରଣ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୬ ମସିହାରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରଣୟନ କରି ସେମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପ୍ରଦାନ କରିଆସୁଛନ୍ତି । ଆଜିସୁଧା ୨୭ ଟି ପର୍ଯ୍ୟାୟରେ ସର୍ବମୋଟ ୨୬୬୬୯ ଜଣ ବରିଷ୍ଠ ନାଗରିକ ଏହି ଯୋଜନା ଦ୍ୱାରା ଉପକୃତ ହୋଇଛନ୍ତି । ପ୍ରତିଥର ୧୦୦୦ଜଣ ତୀର୍ଥଯାତ୍ରୀ ତୀର୍ଥଯାତ୍ରାର ସୁଯୋଗ ପାଉଛନ୍ତି । ଏହି ଯାତ୍ରା ବେଳେ ତୀର୍ଥ ଯାତ୍ରୀମାନଙ୍କ ସମସ୍ତ ସୁବିଧାସୁଯୋଗ ରାଜ୍ୟ ସରକାର ବହନ କରିଥାନ୍ତି । ତୀର୍ଥଯାତ୍ରୀମାନଙ୍କ ରହିବା,ଯିବା ଆସିବା ଏବଂ ଖାଦ୍ୟ ପାନୀୟର ବ୍ୟବସ୍ଥା ସହ ଗସ୍ତ ଜଗୁଆଳୀ,ପଥ ପ୍ରଦର୍ଶକ,ଯାତ୍ରୀ ବୀମା ଏବଂ ଚିକିତ୍ସା ସୁବିଧା ଯୋଗାଇ ଦେଇଆସୁଛନ୍ତି । ଚଳିତ ୨୦୨୩-୨୪ଆର୍ଥିକ ବର୍ଷରେ ୨୪ଟି ପର୍ଯ୍ୟାୟରେ ଏହି ତୀର୍ଥଯାତ୍ରା ଆରମ୍ଭ ହୋଇଥିବା ବେଳେ ଏଥି ମଧ୍ୟରେ ରାୟଗଡା ଠାରୁ ବାରଣାସୀ – ଗୟା ତୀର୍ଥସ୍ଥାନ ଭ୍ରମଣର ସ୍ଥିର କରାଯାଇଥିଲା ବୋଲି ଉପଦେଷ୍ଠା ଶ୍ରୀ ସାମନ୍ତରାଏ ପ୍ରକାଶ କରିଛନ୍ତି । ଏଥିରେ ରାୟଗଡା ଜିଲ୍ଳାର ୨୬୫ଜଣ ତୀର୍ଥଯାତ୍ରୀଙ୍କ ସମେତ କୋରାପୁଟର ୧୮୨ଜଣୟ, ନବରଙ୍ଗପୁରର ୧୩୦ଜଣ, ମାଲକାନଗିରି ୭୯, ନୂଆପଡା ଜିଲ୍ଳାର ୯୪ଲେଖାଁଏ ଏବଂ କଳାହାଣ୍ଡିର ୨୨୦ଜଣ ତୀର୍ଥଯାତ୍ରୀ ତୀର୍ଥଯାତ୍ରା ଭ୍ରମଣରେ ଗସ୍ତ କରିଛନ୍ତି । ଗତକାଲି ଉକ୍ତ ଛଅଟି ଜିଲ୍ଳାର ତୀର୍ଥଯାତ୍ରୀଙ୍କୁ ରାୟଗଡାରେ ରହଣୀ ବ୍ୟବସ୍ଥା କରାଯାଇଥିବା ବେଳେ ସଂଧ୍ୟାରେ ଭଜନ ସଂଧ୍ୟା ଭଳି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଆଜି ରାୟଗଡା ରେଳବାଇ ଷ୍ଟେସନ ସମ୍ମୁଖରେ ତୀର୍ଥଯାତ୍ରୀମାନଙ୍କୁ ଫୁଲମାଳ ଦେଇ ସ୍ୱାଗତ କରାଯାଇଥିବା ବେଳେ ଷ୍ଟେସନ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରେସିଙ୍ଗ ମାଧ୍ୟମରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ବିଷୟରେ ବାର୍ତା ଦେଇ ତୀର୍ଥଯାତ୍ରୀଙ୍କ ଯାତ୍ରାର ଶୁଭମନାସି ଥିଲେ । ଏହି ତୀର୍ଥଯାତ୍ରା ଭ୍ରମଣ ନିମନ୍ତେ ରାୟଗଡା ଠାରେ ଆୟୋଜିତ ସମସ୍ତ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଳପାଳ ଭାସ୍କସର ରଇତ , ଜଳବିଭlଜିକା ମିଶାନର ପ୍ରକଳ୍ପ ନିର୍ଦ୍ଦେଶକ, ଡ଼ଃ. ଦୟାନିଧି ବାଗଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଭାରପ୍ରାପ୍ତ ଜିଲ୍ଳା ପର୍ଯ୍ୟଟନ ଅଧିକାରୀ ଭଗବାନ ଖରା ପରିଚାଳନା କରିଥିଲେ ।