ରାୟଗଡା ସହର ଉପକଣ୍ଠ ବାରିଝୋଲା ରାସ୍ତାରେ ଜସ୍ୱିନୀ ରେଷ୍ଟରାଣ୍ଟୁ ଓ ସ୍ବିମିଙ୍ଗ ପୋଲ ର ଉଦଘାଟିତ

ରାୟଗଡା,(ଅମୁଲ୍ୟ ନିଶ) :ରାୟଗଡା ସହର ବାଇପାସ ରାସ୍ତା ଦେଇ ଯାଇଥିବା ଜାତୀୟ ରାଜପଥ ନମ୍ବର 326 ବାରିଝୋଲା ଠାରେ ରାୟଗଡା ପୌରପାଲିକାର ଉପାଦକ୍ଷା ସୁଭ୍ରା ପଣ୍ଡା ଙ୍କ ଜସ୍ମିନ୍ ହୋଟେଲ ଓ ସ୍ବିମିଙ୍ଗ ପୋଲ ର ଶୁଭ ଉଦଘାଟନ ହୋଇଯାଇଛି l ଏହି ଉଦଘାଟନୀ ଉତ୍ସବ ବିଜେଡି ରାୟଗଡା ବରିଷ୍ଟ ସଙ୍ଗଠକତଥା ରାୟଗଡା ଟ୍ରକ ମାଲିକ ସଂଘ ସଭାପତି ୟାଲ୍ଲା କୋଣ୍ଡା ବାବୁ ବରିଷ୍ଟ ଆଇନ ଯିବି ବିରଜା ପାତ୍ର ଛାତ୍ର ବିଜେଡିର ରାଜ୍ୟ ସମ୍ପାଦକ ବିନାୟକ ପୋଲାଈ ପ୍ରମୂଖ ଯୋଗ ଦେଇଥିଲେ ।ଏହି ଜସ୍ୱିନୀ ହୋଟେଲ ତି ରାୟଗଡା ସହର ରୁ ମାତ୍ର 2 କିଲୋମିଟର ଦୂରରେ ଏକ ଶାନ୍ତ ବାତାବରଣ ପ୍ରଦୂଷଣ ମୁକ୍ତ ଅଞ୍ଚଳ ବାରିଝୋଲା ଜୀବରାସ୍ତାରେ ଏକ ଖୋଲା ମୈଦାନ ରେ ନିର୍ମିତ ହୋଇଛି l ଏହି ରେଷ୍ଟ ରାଣ୍ଟୁ ଟି ଏକ ଭିନ୍ନ ଧାରଣ ର ବୋଲି ଏହାର ମୁଖ୍ୟ ଶୁଭ୍ରା ପଣ୍ଡା କହିଛନ୍ତି l ରାୟଗଡା ସହର ଏକ ବର୍ଦ୍ଧିତ ବାଣିଜ୍ୟ ସ୍ଥଳୀ ଏହି ସହର କୁ ଆସୁଥିବା ବ୍ୟକ୍ତିଙ୍କ ସୁବିଧା ନିମନ୍ତେ ରାୟଗଡା ରେ କୌଣସି ସେମିତି ରେଷ୍ଟ ରାଣ୍ଟ ନାହିଁ l ରାୟଗଡା କୁ ବାହାରୁ ଆସୁଥିବା ବ୍ୟକ୍ତିଙ୍କ ସୁବିଧା ନିମନ୍ତେ ଏହି ରେଷ୍ଟ ରାଣ୍ଟ ଟି ନିର୍ମାଣ କରାଯାଇଛି l ଏହିଠାକୁ ଆସୁଥିବା ବ୍ୟକ୍ତି ଙ୍କୁ ଉତ୍ତମ ସେବା ଦେବା ଆମର ମୂଳ ଲକ୍ଷ l ଖାଦ୍ୟର ଗୁଣାବତା ଉପରେ ଆମେ ଦୃଷ୍ଟି ଦେଇ ଗ୍ରାହକ ଙ୍କୁ ସନ୍ତୁଷ୍ଟ କରିବା ଆମର ମୂଳ ଲକ୍ଷ l ରାୟଗଡା ସହର ର ଦୈନନ୍ଦିନ ଆବଶ୍ୟକତା କୁ ନେଇ ଆମେ ଭବିଷ୍ୟତରେ ଏକ କଲ୍ୟାଣ ମଣ୍ଡପ ଯେଉଁଠି ବିବାହ ବ୍ରତ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିବ l ଏକ ସ୍ବିମିଙ୍ଗ ପୋଲ ମଧ୍ୟ୍ୟ ନିର୍ମାଣ କାମ ଚାଲିଛି ଅଳ୍ପ ଦିନରେ ତାହାର ମଧ୍ୟ୍ୟ ଆରମ୍ଭ ହେବ ବୋଲି କହିଛନ୍ତି l ଏକ ଶାନ୍ତ ବାତାବରଣ ରେ ଏହି ରେଷ୍ଟାରୂଣ୍ଟ ଟି ନିର୍ମାଣ ହୋଇଥିବା ରୁ ଏହା ଚାହିଦା ବଢିବ ବୋଲି ଏହିଠାକୁ ଆସୁଥିବା ଗ୍ରାହକ ମାତବ୍ୟକ୍ତ କରୁଛନ୍ତି l