19 ମାସ ପରେ ରାୟଗଡା ଜ଼ିଲ୍ଲା ଦେଖିବ ନୂତନ ଜ଼ିଲ୍ଲାପାଳ ମହାଜନ ଙ୍କୁ

ରାୟଗଡା,(ଅମୁଲ୍ୟ ନିଶ) : ସାଧାରଣ ନିର୍ବାଚନ ଆଉ କିଛିଦିନ ବାକି ଥିବା ପୂର୍ବରୁ ଓଡିଶା ସରକାର ଭାରତୀୟ ପ୍ରସାଶନିକ ଅଧୁକାରୀଙ୍କ ବଦଳି କରିଛନ୍ତି ଗତ କାଲି l ଇତ୍ୟବସରରେ ରାୟଗଡା ଜ଼ିଲ୍ଲାପାଳ ସ୍ଵଧା ଦେବ ସିଂ ଙ୍କୁ ନୟାଗଡ ଓ ସୁନ୍ଦରଗଡ଼ ଜ଼ିଲ୍ଲା ପରିଷଦ ମୁଖ୍ୟ ଉନୟନ ଅଧିକାରୀ ତଥା କାର୍ୟନିର୍ବାହୀ ଅଧିକାରୀ ମନୋଜ ସତ୍ୟବାନ ମହାଜନ 2019 ବେଚ ର ଭାରତୀୟ ପ୍ରସାଶନିକ ଅଧିକାରୀଙ୍କୁ ରାୟଗଡା ର ନୂତନ ଜ଼ିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି l ସୂଚନା ଯୋଗ୍ୟଯେ ସ୍ଵଧା ଦେବ ସିଂ ରାୟଗଡା ଜ଼ିଲ୍ଲା ର ଜ଼ିଲ୍ଲାପାଳ ଭାବେ 2022 ମସିହା ଜୁନ 22 ତାରିଖରେ ଦାୟିତ୍ୱ ଗ୍ରହଣ କରିଥିଲେ l ଠିକ 19 ପରେ 2024 ଜାନୁଆରୀ 22 ତାରିଖରେ ସ୍ଵଧା ଦେବ ସିଂ ଙ୍କୁ ବଦଳି ହୋଇଯାଇଛି l 19 ମାସ ପରେ ମହାରାଷ୍ଟ୍ର ରାଜ୍ୟର ଜଲଗାଁ ଜ଼ିଲ୍ଲା ର ଜାଲନ ଗାଁରେ ଜନ୍ମିତ ମନୋଜ ସତ୍ୟବାନ ମହାଜନ ରାୟଗଡା ଜ଼ିଲ୍ଲା ର ନୂତନ ଜ଼ିଲ୍ଲାପାଳ ଭାବେ ଯୋଗଦାନ କରିବେ l ଶ୍ରୀ ମହାଜନ ଏଥି ପୂର୍ବରୁ ବଲାଙ୍ଗୀର ଜ଼ିଲ୍ଲା ର ଟିଟିଲାଗଡ଼ ର ଉପ- ଜ଼ିଲ୍ଲାପାଳ, ସୁନ୍ଦରଗଡ଼ ଜ଼ିଲ୍ଲା ର ପରିଷଦ ମୁଖ୍ୟ ଉନୟନ ଅଧିକାରୀ ତଥା କାର୍ୟନିର୍ବାହୀ ଅଧିକାରୀ ନିଜର କାର୍ଯ୍ୟ ସମ୍ପାଦନ କରିଆସିଛନ୍ତି l ରାୟଗଡା ଜ଼ିଲ୍ଲା ର ଜ଼ିଲ୍ଲାପାଳ ଭାବେ ସ୍ଵଧା ଦେବ ସିଂ 2022 ମସିହା ଜୁନ ମାସ 22 ତାରିଖ ରେ ଦାୟିତ୍ୱ ଗ୍ରହଣ କରିବା ସହିତ ରାୟଗଡା ଜ଼ିଲ୍ଲା କୁ ଶ୍ରେଷ୍ଠ ଜ଼ିଲ୍ଲା ଭାବେ ଗୋଢ଼ି ତୋଳିବା ପାଇଁ ଦିନ ରାତି ଚେଷ୍ଟା କରିଆସୁଥିଲେ l ଆଦିବାସୀ ଅଧିଷ୍ୟୁତ ଏହି ରାୟଗଡା ଜ଼ିଲ୍ଲା ର ଡ଼ଙ୍ଗାରିୟା କନ୍ଧ, ଲାଞ୍ଜିଆ ସୌରା ତଥା ସର୍ବପରି ସମଗ୍ର ଜ଼ିଲ୍ଲା ବାସି କିପରି ସରକାରଙ୍କ ଯୋଜନା ରେ ଉପକୃତ ହେବେ ଓ ଜ଼ିଲ୍ଲା ର ବିକାଶ ଦିଗରେ ସେ ସଦାସର୍ବଦା ତତ୍ପରତା ଦେଖାଇ ଆସୁଥିଲେ l ଜମି ଜମା କାର୍ଯ୍ୟ ର ସଠିକ ପରିଚାଳନା ପାଇଁ ଦିଲ୍ଲୀ ଠାରେ ଭାରତ ର ମାନ୍ୟବର ମହାମୋହି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ଠାରୁ ଭୂମି ସମ୍ମାନ ଗ୍ରହଣ କରିଥିଲେ l ଠିକ ସେହିପରି ସ୍ଵଧା ଦେବ ସିଂ ଙ୍କ ଚେଷ୍ଟା ଫଳରେ ଆଜି ଡ଼ଙ୍ଗରିଆ କନ୍ଧ ଙ୍କ ଏଂବ୍ରୋଇଡି ସାଲ ଓ ଲାଞ୍ଜିଆ ସୌରା ଙ୍କ ଈଡ଼ିତାଲ ଆଜି ଜିଆଇ ଟ୍ୟାଗ ର ମାନ୍ୟତା ପାଇଛି l ନିୟମଗିରି ର ମାଓଗଡ଼ ଭାବେ ପରିଚିତ ଲାଖପଦର ଗ୍ରାମକୁ ସ୍ୱଧା ଦେବ ସିଂ ଏକ ମୋଟର ସାଇକେଲ ଯୋଗେ ଯାଇ ସେଠାକାର ଜନସାଧାରଣ ଙ୍କ ସହିତ ଆଲୋଚନା କରି ସେମାନଙ୍କ ର ଅଭାବ ଅସୁବିଧା ପୂରଣ କରି ଥିଲେ l ଜ଼ିଲ୍ଲା ରେ ଜ଼ିଲ୍ଲାପାଳ ଭାବେ ଯୋଗଦାନ ର ଠିକ ଏକ ମାସ ପରେ ଅର୍ଥାତ ଜୁଲାଇ 22 ତାରିଖ 2022 ରେ ଖେଦାପୋଡ଼ା ଗ୍ରାମପଞ୍ଚାୟତ ର ବିଭିନ୍ନ ଗାଁ କୁ ଗସ୍ତ କରି ସ୍ଥାନୀୟ ଜନସାଧାରଣ ଙ୍କ ସହିତ ଜମିରେ ବସି ଲୋକଙ୍କସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ l ପରେ ପରେ ଓଡିଶା ର ତତ୍କାଳୀନ ରାଜ୍ୟପାଳ ଗଣେଶ ଲାଲ ଜି ଙ୍କୁ ଖେଦାପୋଡ଼ା ଗ୍ରାମପଂଚାୟତ ବିଭିନ୍ନ ଗ୍ରାମକୁ ପରିଦର୍ଶନ ରେ ଆଣି ପଂଚାୟତ ର ସର୍ବା ଙ୍ଗୀନ ଉନତି ପାଇଁ ଲାଗି ପଡିଥିଲେ l ଜ଼ିଲ୍ଲାପାଳ ଙ୍କ ବଦଳି ଶୁଣି ଖେଦାପୋଡ଼ା ପଂଚାୟତ ବସି ବେସ ମର୍ମାହିତ ହୋଇପଡିଛନ୍ତି l ମେଡ଼ାମ ଙ୍କ ଲାଗି ଆମ ପଂଚାୟତ ର ବହୁତ କିଛି ଉନତି ହୋଇଛି ଆଉ କେତେକ କାମ ବାକି ଅଛି ସେଥିପାଇଁ ଆମ ପଂଚାୟତ ବାସି ଓ ମୁଁ ବହୁତ ଦୁଃଖିତ ବୋଲି ଖେଦାପୋଡ଼ା ସରପଞ୍ଚ ନରସିଂହ କୀଲାକା କହିଛନ୍ତି l ସୂଚନା ଯୋଗ୍ୟଯେ ରାୟଗଡା ଜ଼ିଲ୍ଲା ଗଠନ ପରେ ପ୍ରଥମ ମହିଳା ଜ଼ିଲ୍ଲାପାଳ ଦାୟିତ୍ୱ ନେଇଥିଲେ ଗୁହା ପୁନମ ତାପସ କୁମାର ଓ ଦ୍ୱତୀୟ ମହିଳା ଜ଼ିଲ୍ଲାପାଳ ଦାୟିତ୍ୱ ନେଇଥିଲେ ସ୍ଵଧା ଦେବ ସିଂ ।