ୟାଲା କୋଣ୍ଡା ବାବୁଙ୍କ କାଶୀପୁର ବ୍ଲକ ର ବିଭିନ୍ନ ଗ୍ରାମ ଗସ୍ତ

ରାୟଗଡା,(ଅମୁଲ୍ୟ ନିଶ) :ରାୟଗଡା ବିଜେଡିର ବରିଷ୍ଟ ସଙ୍ଗଠକ ଶ୍ରୀ ଯୁକ୍ତୟାଲା ଭେଣକେଟେଶ୍ୱର ରାଓ ଓରଫ ୟାଲ୍ଲା କୋଣ୍ଡା ବାବୁ ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀର କାଶୀପୁର ବ୍ଲକରଟିକିରି, ଡ଼ଙ୍ଗାଶୀଲ, ମାଇକଞ୍ଚ, କୋଡ଼ିପରି, ପାଇକକୁପଖାଲ, ଚନ୍ଦ୍ରଗିରି, ଚାନ୍ଦଗିରି, କାଶୀପୁର, ରେଙ୍ଗା ଏହିପରି ପ୍ରାୟ 20 ଖଣ୍ଡ ଗ୍ରାମ କୁ ଗସ୍ତରେ ଯାଇଥିଲେ l କୋଣ୍ଡା ବାବୁଙ୍କୁ ପ୍ରତ୍ୟକ ଗ୍ରାମ ରେ ପାରମ୍ପରିକ ବାଦ୍ୟ ଗୀତ ନାଚ ମାଧ୍ୟମରେ ସହ ସହ ମହିଳା ପୁରୁଷ ସ୍ୱାଗତ କରିବାର ଦେଖିବାକୁ ମିଳିଥିଲା lଏହି ଅବସର ରେ କୋଣ୍ଡା ବାବୁ ସାରକର ଙ୍କ ବିଭିନ ଯୋଜନା ମାନ ବିଷୟରେ ଅବଗତ କରାଇ କିପରି ସୁବିଧା ପାଉଛନ୍ତି ପଚାରି ବୁଝିଥିଲେ l ପ୍ରତ୍ୟକ ଗ୍ରାମର ଲୋକେ ନିଜ ନିଜର କିଛି ଅଭାବ ଅସୁବିଧା ଜଣାଇଥିଲେ ମୁଖ୍ୟତଃ ପାନୀୟ ଜଳ ଯୋଗାଇବା ପାଇଁ ଅନୁରୋଧ କରିଥିଲେ l ବିଭାଗୀୟ ଅଧିକାରୀ ଓ ବିଧାୟକ ମକରନ୍ଦ ମୁଦୁଲି ଙ୍କ ସହିତ ଆଲୋଚନା କରି ଯେପରି ପ୍ରତ୍ୟକ ଗ୍ରାମ କୁ ବିଶୁଦ୍ଧ ପାନୀୟ ଜଳ ପହଂଚିବ ବୋଲି କହିଥିଲେ l ପାଇକକୁପଖାଲ ବାସି ଉତ୍କଳ ଆଲୁମିନା ର ଖଣି ଅଞ୍ଚଳ ବାସି ଙ୍କ ଅଞ୍ଚଳ ରେ ପାରିପାର୍ଶ୍ଵକ ଉନତି ପାଇଁ କିଛି କରୁନାହିଁ ବରଂ ନିରୀହ ଜନସାଧାରଣ ଙ୍କୁ ବିଭିନ୍ନ ମାଳି ମକାଦମା ରେ ପୁରାଇ ମିଛ କେଶ କରି ଜେଲ ପଠାଉଛି ବୋଲି ଅଭିଯୋଗ କରିଥିବା ର ଜଣାପଡିଛି l ବିଭିନ୍ନ ସମୟରେ ଉତ୍କଳ ଆଲୁମିନା ର ଅଧିକାରୀ ମାନେ ପୋଲିସ ଙ୍କ ସହିତ ମିଳି ଖଣି ଅଞ୍ଚଳ ବାସି କୁ ଭୟଭିତ କରୁଛନ୍ତି ପୋଲିସ ମଧ୍ୟ୍ୟ ନିରୀହ ଆଦିବାସୀ ଓ ହରିଜନ ବ୍ୟକ୍ତି ଙ୍କୁ ଅସୁବିଧା କରୁଛନ୍ତି ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଥିଲେ l କୋଣ୍ଡା ବାବୁ ଜନସାଧାରଣ ଙ୍କୁ ଦୃଢ ଆଶ୍ୱାସନା ଦେଇ କହିଥିଲେ ଯେ ମୁଁ ଜ଼ିଲ୍ଲାପାଳ ଓ ପୋଲିସ ଏସ ପି ଙ୍କୁ ମିଶି ଆଲୋଚନା କରିବି ଏହା ଯେପରି ପୁନରାବୁର୍ତ୍ତି ନ ଘଟେ ବୋଲି l ଯଦି ଦରକାର ପଡେ ମୁଁ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଜ଼ିଲ୍ଲା ବିଜେଡି ସଭାପତି ସୁଧୀର ଦାସ ଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5 ତି ଅଧକ୍ଷ ଭି କେ ପାଣ୍ଡିଆନ ଙ୍କୁ ଜଣାଇବି ବୋଲି କହିଥିଲେ l ଆଗାମୀ କିଛି ମାସ ପରେ ନିର୍ବାଚନ ହେବାକୁ ଯାଉଛି ବିଜେଡି ପ୍ରାର୍ଥୀ ଙ୍କୁ ବିଜୟ କରି ନବୀନ ବାବୁଙ୍କ ହାତ ମୁଠା କୁ ଟାଣ କରିବା ପାଇଁ ନିବେଦନ କରିଥିଲେ lକୋଣ୍ଡା ବାବୁଙ୍କ ସହିତ ରାୟଗଡା ବିଜେଡି ର ବରିଷ୍ଟ ଆଇନ ଯିବି ବିରଜା ପାତ୍ର, ରାୟଗଡା ବ୍ଲକ ଲ୍ୟାମ୍ପ ସଭାପତି ଚକ୍ର ଧର ବିଡ଼ିକା,ଯୁବ ବିଜେଡିର ଜିଲ୍ଲା ସଂପାଦକ କେ . ଶ୍ରୀନିବାସ,ମୋହନ ବିଡ଼ିକା ସୁଧାକର କରକୋରିଆ ,ନାମଦେବ ମଣ୍ଡାଙ୍ଗୀ ଯାଇଥିଲେ l କାଶୀପୁର ବିଜେଡି ର ନେତା ସାରଦା ନାୟକ,
ଡମ୍ବୁରୁ ମାଝୀ , କମଳା ସାଉଁଟା , ଅଭି ନାୟକ ,ମାଧବ ନାୟକ , କଭୀ ନାୟକ , ଚନ୍ଦ୍ରମଣି ବାଘ , ଭୀମସେନ ସାଉଁଟା ,ରାଜେଶ ବାଘ କାଶୀପୁର ବି ଯ଼ୋନ ଜ଼ିଲ୍ଲା ପରିଷଦ ସଭ୍ୟା ଅମି ମାଝୀ ଉପସ୍ଥିତ ଥିଲେ ।