କାଶୀପୁର ବ୍ଲକରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନିମନ୍ତେ ସିଲାନ୍ୟାସ କଲେ କେନ୍ଦ୍ରୀୟ ଆଦିବାସୀ ବ୍ୟାପାର ଓ ଜଳଜୀବନ ମନ୍ତ୍ରୀ ଶ୍ରୀଯୁକ୍ତ ବିଶ୍ୱେଶ୍ୱର ଟୁଡୁ l ମାଗଣା ପଢିବେ ୩୬୦ଜଣ ଆଦବାସୀ ଛାତ୍ର ଛାତ୍ରୀ l

ରାୟଗଡା :-ତା.୨୦/୦୧- (ପ୍ରଫୁଲ କୁମାର ବେହେରା )କେନ୍ଦ୍ରୀୟ ଆଦିବାସୀ ବ୍ୟାପାର ଓ ଜଳଜୀବନ ମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ୱର ଟୁଡୁ ଏବଂ ସୁନ୍ଦର ଲୋକସଭା ସାଂସଦ ତଥା ପ୍ରତିରକ୍ଷା କମିଟିର ସଭାପତି ଶ୍ରୀଯୁକ୍ତ ଜୁଏଲ ଓରାମ ଆଜି ରାୟଗଡ ଜିଲ୍ଲାର କାଶୀପୁର ଗୋଟିଏ ଦିନ ଗସ୍ତ କରି ଜନଜାତି ପିଲା ମାନଙ୍କ ମାଗଣା ପାଠ ପଢିବା ନିମନ୍ତେ ଏକଲାବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି l ନିଜର ବକ୍ତବ୍ୟରେ କହିଲେ ଯେ ଆଦିବାସୀ ପିଲାମାନଙ୍କୁ ୬ଷ୍ଟ ଶ୍ରେଣୀରୁ ୧୨ମ ଶ୍ରେଣୀ ପର୍ଯନ୍ତ ମାଗଣାରେ ଏବଂ ଉନ୍ନତି ମନର ଶିକ୍ଷା ଦେବା ପାଇଁ କେନ୍ଦ୍ର ସରକାର ଆଦିବାସୀ ବହୁଳ ବ୍ଲକ ମାନଙ୍କରେ ଏହି ବିଦ୍ୟାଳୟ ଖୋଲାଯାଇ ଶିକ୍ଷା ଦାନ କରାଯିବ l ସେମାନଙ୍କ ଜୀବନ ଜୀବିକା ପରିବର୍ତନ ଆସିବ ବୋଲି କହିଥିଲେ l କୋଡିଏ କୋଟି ଟଙ୍କା ବ୍ୟୟରେ ଭିତିଭୂମି ନିର୍ମାଣ କରାଯିବ l ଆଜିର ଏହି କାର୍ଯ୍ୟକ୍ରମରେ ମାନ୍ୟବର ଲୋକସଭା ସାଂସଦ ଶ୍ରୀ ଓରାମ ଏବଂ ମାନ୍ୟବର ରାୟଗଡ ବିଧାୟକ ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି ଆବାସୀ ମାନଙ୍କ ବିକାଶ ନିମନ୍ତେ ନିଆଯାଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିଥିଲେ l ଏହି କାର୍ଯ୍ୟକ୍ରମରେ ପି. ଏ. ଆଇଟିଡ଼ିଏ ଦିଲ୍ଲୀପ କୁମାର ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ଭାରତ ଭୂଷଣ ବିଶ୍ୱାଳ ପ୍ରମୁଖ ଉପସ୍ଥିତି ଥିଲେ l ଶେଷରେ ପିଏ ଆଇଟିଡ଼ିଏ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l