ଢେଙ୍କାନାଳ ପୌରାଞ୍ଚଳ ଶୌଣ୍ଢିକ ସମାଜର ଷଷ୍ଠ ବାର୍ଷିକୀ ସମ୍ମିଳନୀ

ଢେଙ୍କାନାଳ, ୧୪/୧: ଢେଙ୍କାନାଳ ପୌରାଂଚଲ ଶୌଣ୍ଟିକ ସମାଜର ଷଷ୍ଠ ବାର୍ଷିକୀ ସମ୍ମିଳନୀ ତଥା ନବବର୍ଷ ଉପଲକ୍ଷେ ସପରିବାର ବଣଭୋଜି ତଥା ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମଜର ରାଜ୍ୟସ୍ତରୀୟ ପ୍ରକ୍ତନ ସଭାପତି ଗୋବିନ୍ଦ ଚନ୍ଦ ସାହୁ ଯୋଗଦେଇଥିଲେ ପ୍ରାୟ ୧୫୦ ପରିବାରର ୬୦୦ ଲୋକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ପିଲାମାନଙ୍କ ମଧ୍ୟରେ ସଂଗୀତ ନୃତ୍ୟ ଓ ବାଦ୍ୟଯନ୍ତ୍ର ଦିତା କୁଇଜ୍‌ ପ୍ରତିଯୋଗିତ ଅନୁଷ୍ଠିତ ହୋଇଥିଲା ସମସ୍ତ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ସେହିପରି ମହିଳାମାନଙ୍କ ମଧ୍ୟରେ କୁଳଜ ଏବଂ ମ୍ୟୁଜିକ୍‌ ଚେୟାର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥୁଲ ଏବଂ ସମସ୍ତ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାପ ଇଥୁଲ । ଏତଦ୍‍ବ୍ୟତୀତ ସମାଜର ତିନିଗୋଟି ହୃଟସ୍ ଆପ୍ ବିଷୟରେ ଆଲୋଚନା କରାଗଲା । ପ୍ରଥମଟି ସମାଜର ସ୍ଟାଟସ୍-ଆପ୍ ଗ୍ରୁପ୍, ଦ୍ଵିତୀୟଟି ମାଟ୍ରିମୋନି ଗ୍ରୁପ୍, ତୃତୀୟଟି ଏଜୁକେସନ୍ ହବ୍ ଗ୍ରୁପ୍ କରିବା ପାଇଁ ସ୍ଥିର କରାଗଲା । ଏହି ଗ୍ରୁପ୍‌ରେ ଯୋଗଦାନ କରି ସମାଜ ବିଷୟରେ ବିଭିନ୍ନ ସୂଚନ ପାଇବା ପାଇଁ ଅନୁରୋଧ କରାଗଲା ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦିଆଯଇ କାର୍ଯ୍ୟକ୍ରମ ସମାପ୍ତ ଘୋଷଣା କରାଗଲା ତତ୍ପରେ ସାମୁହିକ ଭୋଳିରେ ସମସ୍ତେ ଅଂଶଗ୍ରହଣ କରି ଭୋଜିର ମଜ ନେଇଥିଲେ । ଏଥିରେ ଅନନ୍ତ ଚରଣ ସାହୁ, ପ୍ରକାଶ ଚନ୍ଦ୍ର ସାହୁ, ଦିଲ୍ଲୀପ କୁମାର ସାହୁ, ଗିରିଶ ଚନ୍ଦ୍ର ସାହୁ, ସ୍ୱାଧନ କୁମାର ସାହୁ, ସର୍ବେଶ୍ୱର ସାହୁ, ଶତ୍ରୁଘନ ସାହୁ, ବିନୟ ପରିଜା, ବାବୁଲି ଚରଣ ସାହୁ ପ୍ରମୁଖ ସହଯୋଗ କରି ଏହି କାର୍ଯ୍ୟକ୍ରମକୁ ସଫଳ କର ଇଥିଲେ । ସର୍ବଶେଷରେ ପ୍ରତ୍ୟେକ ପରିବାରକୁ ନୂତନ ବର୍ଷର ଏକ କ୍ୟାଲେଣ୍ଡର ସମାଜ ତରଫରୁ ପ୍ରଦାନ କରାଯାଇଥିଲା ।