ଢେଙ୍କାନାଳ ଜିଲ୍ଲା ବରିଷ୍ଠ ନାଗରିକ ପରିଷଦର ୪ର୍ଥ ବାର୍ଷିକ ଉତ୍ସବ ପାଳନ

ଢେଙ୍କାନାଳ,୧୩/୧(ଶୁଭମ ପାଣି) : ଢେଙ୍କାନାଳ ଜିଲ୍ଲା ବରିଷ୍ଠ ନାଗରିକ ପରିଷଦର ୪ର୍ଥ ବର୍ଷିକ ଉତ୍ସବ ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲ୍‌ରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ ପ୍ରଦ୍ଵୀପ ଜାଳି ଉଦ୍‌ଗାଟନ କରିଥିଲେ ଓ ବରିଷ୍ଠନାଗରିକମାନେ କିପରି ସୁବିଧା ପାଇପାରିବେ ସେ ବିଷୟରେ କହିଥିଲେ । ଏହି ଉତ୍ସବରେ ଜିଲ୍ଲା ବରିଷ୍ଠ ନାଗରିକ ପରିଷଦର ସଭାପତି ଦୁର୍ଗା ଚରଣ ମିଶ୍ର ସଭାପତିତ୍ୱ କରିଥିଲେ । ଅନ୍ୟାନ୍ୟ ମଂଚାସୀନ ଅତିଥିମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଯୋଗୀନାଥ ମହାନ୍ତି, ହରେକୃଷ୍ଣ କର, ଅକ୍ଷୟ କୁମାର ସାହୁ, ସମ୍ପାଦକ ଗୁଣଧର ମିଶ୍ର ଓ ଉପସଭାପତି ଶଶାଙ୍କ ଶେଖର ରଥ ଉପସ୍ଥିତ ଥିଲେ । ରତିକାନ୍ତ ଗଡନାୟକ ମଂଚ ପରିଚାଳନା କରିଥିଲେ। ଏହି ଉତ୍ସବରେ ଜିଲ୍ଲାର ୮ ଗୋଟି ବ୍ଲକ୍ କର୍ମକର୍ତା ଯୋଗଦେଇଥିଲେ । ଭୁବନ ବ୍ଲକ୍‌ର ବ୍ରଜ ରାଉତ, ରଥ ସେଠୀ, ଦୁର୍ଗା ପୃଷ୍ଟି, ପଣ୍ଡିତ ଡକ୍ଟର ପ୍ରମୋଦ ମିଶ୍ର, କଙ୍କଡାହାଡ ବ୍ଲକ୍‌ର ଭଗବାନ ସିଂ, କୈଳାସ ସାହୁ, ପାଣ୍ଡବ ଦାସ, ଦୁର୍ଯ୍ୟୋଧନ ବେହେରା, ପରଜଙ୍ଗ ବ୍ଲକ୍‌ର ଅକ୍ଷୟ ନାୟକ, ବିମଳ ନାୟକ, ହିନ୍ଦୋଳ ବ୍ଲକ୍‌ର ଶ୍ରୀନିବାସ ମିଶ୍ର, ଓଡାପଡା ବ୍ଳକ୍‌ର ଦିବାକର ନାୟକ, ଗଁଦିଆ ବ୍ଲକ୍‌ର ଗୋବର୍ଦ୍ଧନ ସାହୁଙ୍କ ସମେତ ଛଅଶହରୁ ଅଧିକ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ । ସର୍ବଶେଷରେ କାର୍ଯ୍ୟକାରୀ ସଭାପତି ଯୋଗୀନାଥ ମହାନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କ ଉଦ୍ଦେଶ୍ୟରେ ଏକ ଅନୁରୋଧ ପୂର୍ଣ ବାର୍ତା ଦେଇଥିଲେ ଯେ, ସମାଜରେ ବରିଷ୍ଠ ନାଗରିକମାନଙ୍କର ୩ ଗୋଟି ଜିନିଷ ଦରକାର। ଏହା ହେଲା ବାକିଥିବା ଜୀବନ ସମ୍ମାନର ସହ ବଂଚିବା, ବାଦ୍ଧକ୍ୟ ଭତା ୫୦୦ ଟଙ୍କା ବଦଳରେ ୫୦୦୦ ଟଙ୍କା କରିବା, ସରକାର ଦର୍‌ଦାମ୍‌କୁ ଆଖି ଆଗରେ ରଖି ମହଙ୍ଗା ଭତା ବଢାଇଥୁଲାବେଳେ ଗୋଟିଏ ବୟସ୍କ ଲୋକ ୫୦୦ ଟଙ୍କାରେ କିପରି ଚଳିବ, ବରିଷ୍ଠ ବା ବୟସ୍କ ମାନଙ୍କର ପ୍ରାୟ ସାସ୍ଥ୍ୟ ଠିକ୍ ରହିନଥାଏ, ସେମାନଙ୍କୁ ସାସ୍ଥ୍ୟ ବିମାଭୁକ୍ତ କରିବା । ହିନ୍ଦୋଳ, କଙ୍କଡାହାଡ, ପରଜଙ୍ଗ, ଗଁଦିଆ ଓ ଢେଙ୍କାନାଳ ସଦରରେ ହାତୀ ଓ ବରାହ ଉପଦ୍ରବ, ଧନ ଜୀବନ ବିପନ୍ନ ହେଉଛି। ତେଣୁ ସରକାର ଏହାର ପ୍ରତିକାର ପାଇଁ କିଛି କରାଯାଉ ବୋଲି ଅନୁରୋଧ କରିଛନ୍ତି । ଉକ୍ତ ସଭାରେ ଉପସଭାପତି ବାହାଦୂର ପାଟ୍ଟସାହାଣୀ, ସଂଯୋଜକ ଅମ୍ବିକା ବରାଳ, ବରିଷ୍ଠ ସଭ୍ୟ ବିନାୟକ ଶତପଥୀ ଓ ଲକ୍ଷ୍ମୀଧର ବାରିକ ସମସ୍ତ ପ୍ରକାର ସହଯୋଗ କରିଥିଲେ । ସକାଳେ ବରିଷ୍ଠ ନାଗରିକମାନଙ୍କ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମ ଠାରୁ ଏକ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରି ପୁରୁଣା ଜିଲ୍ଲାପରିଷଦ ହଲ୍‌ଠାରେ ପହଁଚିଥିଲା ।