ରାୟଗଡା,(ଅମୁଲ୍ୟ ନିଶ) : ପୁରୀ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ୧୭ ତାରିଖ ଦିନ ଲୋକାର୍ପଣ ହେବ କୁ ଥିବା ବେଳେ ଶ୍ରୀ ଜଗନ୍ନାଥ ଚେତନା ଜାଗ୍ରତ ଓ ପରିକ୍ରମା ପ୍ରକଳ୍ପର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାୟଗଡା ଜିଲାର l କଲାନାରା ବ୍ଲକ କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ଜଗନ୍ନାଥ ସାରକା,ମାନ୍ୟବର ମନ୍ତ୍ରୀ, ଅନୁସୂଚିତ ଜାତି, ଜନଜାତି କଲ୍ୟାଣ, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ ବିକାଶ, ଆଇନ ବିଭାଗ, ସୁଧୀର ଦାସ, ଉପଦେଷ୍ଠା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯାଜନl, ଜିଲ୍ଲାପରିଷଦ ଅଧ୍ୟକ୍ଷା, ସୁଶ୍ରୀ ସରସ୍ବତୀ ମାଝୀ,ଅଧ୍ୟକ୍ଷ ପଂଚାୟତ ସମିତି,କୋଲନରା ଜ଼ିଲ୍ଲା ପରିଷଦ ସଭ୍ୟ ଇପିଲି ଧବଳେଶ୍ୱର ନାଇଡ଼ୁ ଜ଼ିଲ୍ଲା ନବୀନ ଓଡିଶା ସଂଯଜୋକ ପି ଗୌରୀ ଶଙ୍କର, ଖେଦାପୋଡ଼ା ସରପଞ୍ଚ ନରସିଂହ କୀଲାକା,ପଂଚାୟତ ପ୍ରତିନିଧି ପ୍ରମୁଖ, କୋଲନରା ଗୋଷ୍ଟି ଉନୟନ ଅଧିକାରିଣୀ ରୀନା ପ୍ରଧାନ ଙ୍କ ସମତେ ଅନ୍ୟ ବ୍ଲକ କର୍ମଚାରୀ ଯୋଗଦାନ କରି ପତାକା ଦେଖାଇ ଶୁଭରମ୍ବ କରିଥିଲେ l କଲାନାରା ବ୍ଲକରୁ 7ଟି ରଥ ବୁଲି ଭବ୍ୟ ପରିବେଶ ମଧ୍ୟରେ ଚାଉଳ ଗୁଆ ସଂଗ୍ରହ କରିବ l ରାୟଗଡା ବ୍ଲକରେ ଅଧ୍ୟକ୍ଷା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅନୁସୂୟା ମାଝୀ, ବ୍ଲକ ଅଧ୍ୟକ୍ଷା ଟୁନି ହୁଇକା, ଅନ୍ୟାନ୍ୟ ଜନପ୍ରତିନିଧି, କର୍ମଚାରୀ, ବିଡ଼ିଓ ଅମୁଲ୍ୟ ସାହୁ ପ୍ରମୁଖ ଉପସ୍ଥିତ ରହି ରଥ ଉଦଘାଟନ କରିଥିଲେ l ରାୟଗଡା ବ୍ଲକର ୪ଟି ରଥ ପରିକ୍ରମା କରୁଛି ଓ ଏହା ଭବ୍ୟ ପରିବେଶ ସୃଷ୍ଟି କରୁଛି l ଗୁଣୁପୁର ବ୍ଲକରେ ମାନ୍ୟବର ବିଧାୟକ ରଘୁନାଥ ଗମାଙ୍ଗ ଓ ଅନ୍ୟାନ୍ୟ ଜନପ୍ରତିନିଧି ମନେ ଯୋଗଦେଇ ରଥ ଶୁଭାରମ୍ଭ କରିଥଲେ l ଏଥି ସହିତ ଜିଲାର ଗୁଡାରି, ଵିଷମ କଟକ, ମୁନିଗୁଡା, ରାମନାଗୁଡ଼ା, ପଦ୍ମପୁର ଓ କାଶୀପୁର, କଲ୍ୟାଣ ସିଂପୁର ବ୍ଲକରେ ଆଜି ଭାବ୍ୟରଥ ପରିକ୍ରମା କରିଥିଲା ସମ୍ପୃକ୍ତ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଲୋକ ପ୍ରତିନିଧି ଓ ଜନସାଧାରଣଙ୍କର ଉପସ୍ଥିତିରେ ଭକ୍ତି ଭାବ, ଉତ୍ସାହର ସହିତ ରଥ ଘର ଘର ପରିକ୍ରମା କରିଛି । ଲୋକ ମାନେ ପୂଜା ଅର୍ଚନା ପୂର୍ବକ ଅର୍ପଣ ରଥକୁ ଭବ୍ୟ ସ୍ୱାଗତ କରିଥିଲେ । କଳସରେ ଲୋକ ମାନେ ଚାଉଳ ଓ ଗୁଆ ପ୍ରଦାନ କରି ଶୁଭ ମନାସିଛନ୍ତି l ।