ରାୟଗଡା,(ପ୍ରଫୁଲ କୁମାର ବେହେରା) -ରାୟଗଡା ଜିଲ୍ଲା କାଶୀପୁର ଗୋଷ୍ଠି ଶିକ୍ଷା ବିଭାଗ ଅଧିନ ରେ ଥିବା ୪ ଜଣ ଜାଲିଆତି ଶିକ୍ଷକ ଚିହ୍ନଟ । ଦୁଇଜଣଙ୍କ ବିରୋଧୀ ରେ ଆଜି କାଶୀପୁର ଥାନା ରେ ବିଭାଗ ପକ୍ଷରୁ ଲିଖିତ ଅଭିଯୋଗ ହେଇଥିବାବେଳେ ଅନ୍ୟ ଦୁଇଜଣଙ୍କ ବିରୋଧ ରେ ସମ୍ପୂର୍ଣ୍ଣ ତଦନ୍ତ ପରେ ଥାନା ରେ ଲିଖିତ ଅଭିଯୋଗ ହେବା ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି । ବର୍ତ୍ତମାନ ସାରା ରାଜ୍ୟରେ ଜାଲିଆତି ଶିକ୍ଷକ ନିଯୁକ୍ତି କୁ ନେଇ ଅନେକ କାର୍ଯ୍ୟରତ ଶିକ୍ଷକ ତଦନ୍ତ ଜାଲ ରେ ଛନ୍ଦି ହେଇଥିବା ନେଇ ବିଭିନ୍ନ ଗଣମାଧ୍ୟମ ର ଶୀର୍ଷ ରେ ରହିଥିବା ବେଳେ ରାୟଗଡା ଜିଲ୍ଲା ଶିକ୍ଷା ବିଭାଗ ରେ ମଧ୍ୟ ଗୋଟିଏ ପରେ ଗୋଟିଏ ଜାଲିଆତି ଶିକ୍ଷକ ଙ୍କ ଗୁମର ଖଲିଚାଲିଛି । ଏହି କ୍ରମରେ କାଶୀପୁର ଗୋଷ୍ଠି ଶିକ୍ଷା ବିଭାଗ ରେ ମଧ୍ୟ ୨୦୧୨ଏବଂ ୨୦୧୮ ନିଯୁକ୍ତି ସମୟରେ କିଛି ଶିକ୍ଷକ ଜାଲ ପ୍ରମାଣ ପତ୍ର ଜରିଆରେ ଅଦ୍ୟାବଧି କାର୍ଯ୍ୟରତ ଥିବା ବେଳେ ବିଭାଗ ପକ୍ଷରୁ ହେଇଥିବା ତଦନ୍ତ ରେ ବର୍ତ୍ତମାନ ୪ ଜଣ କାର୍ଯ୍ୟରତ ଶିକ୍ଷକ ଛନ୍ଦି ହେଇଯାଇଛନ୍ତି । ଉକ୍ତ ତଦନ୍ତ ଆଧାର କରି ରାୟଗଡା ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ ଚନ୍ଦ୍ର ବାରିହା ଙ୍କର ନିର୍ଦେଶ ରେ କାଶୀପୁର ବ୍ଲକ ଶିକ୍ଷା ଅଧିକାରୀ ଦୀପ୍ତି ମୟୀ ସିଂ ଆଜି ଦୁଇଜଣ ଶିକ୍ଷକ ଙ୍କ ବରୋଧ ରେ ଏକ ଲିଖିତ ଅଭିଯୋଗ ଯଥା କ୍ରମେ କାଶୀପୁର , ଦୋରଗୁଡା ଓ ଟିକିରି ଭଳି ୩ ଥାନାରେ ଦେଇଥିବା ପ୍ରକାଶ ପାଇଛି । କାଶୀପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ ରେ ପ୍ରାୟ ୨୫ ରୁ ଉର୍ଦ୍ୱ ଜାଲ ଶିକ୍ଷକ କାର୍ଯ୍ୟରୋତ ଥିବା ସୂଚନା ପଦାକୁ ଆସୁଥିବାବେଳେ ନିଯୁକ୍ତି ସମୟରେ ସ୍ଥାନୀୟ ପ୍ରାର୍ଥୀଙ୍କୁ ଉପେକ୍ଷା କରି ଅନ୍ୟତ୍ର ପ୍ରାର୍ଥୀଙ୍କୁ ଅହେତୁକ ଅଗ୍ରାଧିକାର ଦେବା ଉପରେ ସନ୍ଦେହ ସୃଷ୍ଟି ହେଉଥିବା ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଉଛି ।