ରାମନାଗୁଡା ରେ ନୂଆ ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାମନାଗୁଡା,ରାୟଗଡା,(ଅମୁଲ୍ୟ ନିଶ):ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ସଦର ମହକୁମା ନିକଟସ୍ଥ ମିନି ଷ୍ଟାଡିୟମ ଠାରେ ରାମନାଗୁଡା ବ୍ଲକ ସହାୟତାରେ ନୂଆ-ଓ,ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରୁ ଖେଳାଳୀମାନଙ୍କୁ ନେଇ କ୍ରିକେଟ, ଖୋ ଖୋ ଓ କବାଡି ଖେଳ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ପ୍ରଥମ ଦିବସର ଏହି ଉଦ୍ ଘାଟନୀ ଉତ୍ସବରେ ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ମୁଖ୍ୟଅତିଥି ଭାବେ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟ ଉପଦେଷ୍ଟା ଶ୍ରୀ ସୁଧୀର ଦାସ ସମ୍ମାନୀତ ଅତିଥି ଭାବେ, ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷ ଶ୍ରୀ ରବିଶଙ୍କର ଗମାଙ୍ଗ ମୁଖ୍ୟ ବକ୍ତାରୂପେ, ବ୍ଲକ ଉପାଧ୍ଯକ୍ଷା ଶ୍ରୀମତି ଜାନକୀ ନିମାଲା ସମ୍ମାନୀତ ଅତିଥି ରୂପେ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଦ୍ୟୁମ୍ନ ମଣ୍ଡଳ ସଭାପତି ରୂପେ ଯୋଗଦାନ ଦେଇ ଥିଲେ। ସଭା ମଞ୍ଚରେ ତହସିଲଦାର ଶ୍ରୀ ନିର୍ମଳ ଚନ୍ଦ୍ର ସାହୁ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଶ୍ରୀ ଗୋପାଳ ଚନ୍ଦ୍ର ମିଶ୍ର, ମଙ୍ଗଳ ସଂପ୍ରସାରଣ ଅଧିକାରୀ ଶ୍ରୀ ବାସୁଦେବ ତ୍ରିପାଠୀ, ବ୍ଲକ୍ ର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଏବଂ ବ୍ଲକ ର ସାମ୍ବାଦିକ ନରସିଂହ ପରିଛା ଓ ଶୁଭଜିତ ପଟ୍ଟନାୟକ ଉପସ୍ଥିତ ଥିଲେ। ଆଶ୍ରମ ବିଦ୍ୟାଳୟ କେନ୍ଦୁଗୁଡ଼ା ପ୍ରଧାନ ଶିକ୍ଷକ ଶ୍ରୀ ଦିଲୀପ କୁମାର ଚୌଧୁରୀ ମଞ୍ଚ ପରିଚାଳନା କରିଥିଲେ। ଅତିଥିମାନଙ୍କ ଦ୍ଵାରା କ୍ରିଡା ମଶାଲ ପ୍ରଜ୍ଜଳନ କରି କ୍ରିଡା ପତକା କୁ ଉତ୍ତୋଳନ କରାଯାଇଥିଲା ଏବଂ କ୍ରିକେଟ ଖେଳକୁ ଉଦଘାଟନ କରିଥିଲେ। ସର୍ବମୋଟ ୮ଟି କ୍ରିକେଟ ଦଳ, ୫ଟି ଖୋ ଖୋ ଦଳ ଓ ୫ଟି କବାଡି ଦଳ ଭାଗ ନେଇଥିଲେ।ଏହି କାର୍ଯକ୍ରମ ଆସନ୍ତା ତିନିଦିନ ଧରି ଚାଲୁ ରହିବ।ବ୍ଳକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କ୍ରିଡ଼ା ଶିକ୍ଷକମାନେ ଖେଳଗୁଡ଼ିକୁ ପରିଚାଳନା କରିଥିଲେ।