ବିଶ୍ୱ ଯୁବ କେନ୍ଦ୍ର ଦ୍ଵାରା କିଶୋର କିଶୋରୀ ବାଲ୍ୟ ବିବାହ ମୁକ୍ତ ଭାରତ ସଚେତନତା କାର୍ଯ୍ୟକ୍ରମ |

ଆଠମଲ୍ଲିକ,(ବୁଲୁ ଦଳେଇ):- ବିଶ୍ୱ ଯୁବ କେନ୍ଦ୍ର, ବଣିନାଳୀ ଦ୍ଵାରା କୈଳାଶ ସତ୍ୟାର୍ଥୀ ଚିଲଡ୍ରେନ୍ସ ଫାଉଣ୍ଡେସନ ସହାୟତାରେ ପରିଚାଳିତ କାର୍ଯ୍ୟକ୍ରମ “ଆକ୍ସେସ ଟୁ ଜଷ୍ଟିସ” ତରଫରୁ ଠାକୁର ଗଡ଼ ଗ୍ରାମ ପଂଚାୟତ ଠାରେ ବାଲ୍ୟବିବାହ, ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯ୍ୟାତନା ଉପରେ କିଶୋର କିଶୋରୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ବାଲ୍ୟବିବାହ ନିବାରଣ ଆଇନ 2006, ପୋକ୍ସ ଆଇନ ଶିକ୍ଷାର୍ଥୀ ମାନଙ୍କୁ ଧାରଣା ଦିଆଗଲା | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଚାରୁଲତା ମିଶ୍ର ଯୋଗ ଦେଇ ଶିଶୁ ମାନଙ୍କର ମୌଳିକ ଅଧିକାର ଏବଂ ଶିଶୁ ସୁରକ୍ଷା ବିଷୟରେ ଉପରେ ସାମ୍ୟକ ଧାରଣା ଦେଇଥିଲେ | କାର୍ଯ୍ୟକ୍ରମ ଶେଷରେ ବାଲ୍ୟବିବାହ ନିରାକରଣ ନେଇ ଏକ ଶପଥ ପାଠ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ଆୟୋଜନରେରେ ବିଭିନ ଅଙ୍ଗନୱାଡି କେନ୍ଦ୍ର ର ଅଙ୍ଗନୱାଡି କର୍ମୀ ପ୍ରମୁଖ ତାଙ୍କର ବହୁମୂଲ୍ୟ ସମୟ ଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ | ଏହି କାର୍ଯ୍ୟକ୍ରମକୁ ବିଶ୍ୱ ଯୁବ କେନ୍ଦ୍ରର ପ୍ରକଳ୍ପ ସହଯୋଗୀ ରମାକାନ୍ତ ସାହୁ ପରିଚାଳନା କରିଥିଲେ ।