ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା ପରିଚାଳନା , ଜରୁରୀ ଯୋଜନା ,ପ୍ରସ୍ତୁତି ଉପରେ ମୋକ ଡ୍ରିଲ ଅନୁଷ୍ଠିତ

ରାୟଗଡା,(ଅମୁଲ୍ୟ ନିଶ) : କାରଖନା ପରିସରରେ ଦୁର୍ଘଟଣା ର ମୁକାବିଲା ନିମନ୍ତେ ଜରୁରୀକାଳୀନ ଯୋଜନା ,ପ୍ରସ୍ତୁତି ଓ ପ୍ରଶମନ ବିଧେୟକ ୧୯୯୬ ଧାରା ୯(ଜି) ଅନ୍ତର୍ଗତ ଅଧୁନାତନ ଆବଶ୍ୟକତା ଅନୁଯାୟୀ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ ,ଓଡ଼ିଶା ଙ୍କ ଦ୍ଵାରା ପ୍ରଣୀତ ୧୦ ସୁତ୍ରୀ କାର୍ଯ୍ୟକ୍ରମ କୁ ଆଧାର କରି ଇମ୍ଫା ସୁରକ୍ଷା ବିଭାଗ ଦ୍ବାରା କାରଖାନା ପରିସରରେ ଏକ ମୋକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଇମ୍ଫାର ଉପସଭାପତି -ମୁଖ୍ୟ କାର୍ଯ୍ୟ ନିର୍ବାହୀ ଏବଂ କାରଖାନା ପରିଚାଳକ ଶ୍ରୀମାନ ଆଶିଷ କୁମାର ରାୟ ଅଂଶଗ୍ରହଣକାରୀ ସମସ୍ତ ପ୍ରତିନିଧି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସୁରକ୍ଷା ବିଭାଗର ମୁଖ୍ୟ ସୁରକ୍ଷା ଅଧିକାରୀ ଶ୍ରୀମାନ ବିଜୟେନ୍ଦ୍ର ପ୍ରଧାନ କାରଖାନା ପରିସରରେ ଲଘୁ ଓଜନ ଡିଜେଲ। ଅଏଲ୍ ବ୍ୟବହାର ଓ ସେହି ସମ୍ବନ୍ଧୀୟ ରସାୟନିକ ଦୁର୍ଘଟଣା ରେ ଆମର ପ୍ରସ୍ତୁତି ଓ ପ୍ରଶମନ ଯୋଜନା ସମ୍ପର୍କରେ ପ୍ରଞ୍ଜଲ ଭାବେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ରାୟଗଡ଼ ସ୍ଥିତ ସହକାରୀ ନିର୍ଦ୍ଦେଶକ, କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ ଶ୍ରୀମାନ ଏସ୍. ଏନ୍. ସେଠୀ,ସ୍ଥାନୀୟ ଆରକ୍ଷୀ ବାହିନୀ , ସ୍ଥାନୀୟ ଅଗ୍ନିଶମ ବିଭାଗର କର୍ମଚାରୀ ଓ ପାରସ୍ପରିକ ସହଯୋଗୀ ସଂସ୍ଥା ର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ଶେଷ ରେ ଇମ୍ଫାର ମାନବ ସମ୍ବଳ ବିଭାଗର ମୁଖ୍ୟ ଶ୍ରୀମାନ ସ୍ୱରୂପ।ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।